ହେଡଲାଇନସ୍:

ମାତୃନିକେତନ: ଦୁଇ ନାବାଳିକା ଆଣିଲେ ସଂଗୀନ ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାବାଳିକା ମାନଙ୍କ ପାଇଁ କେତେ ସୁରକ୍ଷିତ କସ୍ତୁରବା ଗାନ୍ଧୀ ମାତୃନିକେତନ ? 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ପାଇକମାଲ ରୁ ନୃସିଂହନାଥ ଯିବା ରାସ୍ତାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ । ଓଡ଼ିଶାର ମଦର ଟେରେସା ଭାବରେ ପରିଚିତ ମହାନ ସ୍ୱାଧୀନତା ସଂଗ୍ରାମୀ  ବହ୍ନିକନ୍ୟା ପାର୍ବତୀ ଗିରିଙ୍କର ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନ | ବଡ ମାଁ ଜୀବିତ ଥିବା ଅବସ୍ଥାରେ ବହୁ ସୁନାମ ଅର୍ଜନ କରିଥିଲା ଏହି ଅନୁଷ୍ଠାନ। ହେଲେ ବର୍ତ୍ତମାନ ଏହି ଅନୁଷ୍ଠାନ ବିବାଦୀୟ ହେବାରେ ଲାଗିଛି । ପୂର୍ବରୁ ଅନ୍ତେବାସୀ ମାନଙ୍କର ପ୍ରତି ଦୁର୍ବ୍ୟବହାର ହେଉ କି ଅନୁଷ୍ଠାନର ଅର୍ଥ ହଡପ ହେଉ ଏହିଭଳି ଅନେକ ଅଭିଯୋଗ କ୍ରମାଗତ ଭାବରେ ଚର୍ଚ୍ଚାର କାରଣ ହେବା ସହିତ ବର୍ତ୍ତମାନ ବିଚାରାଧୀନ ମଧ୍ୟ ରହିଛି । ତେବେ  ଗତ କିଛି ଦିନ ହେବ ଏହି ଅନୁଷ୍ଠାନ ରୁ ନାବଳିକା ମାନଙ୍କର ପଳାୟନ ଏକ ନୂଆ ବିବାଦ ସୃଷ୍ଟି କରିଛି । ପ୍ରାପ୍ତସୂଚନା ଅନୁସାରେ ଗତକାଲି ଗୁରୁବାର ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ଏହି ଅନୁଷ୍ଠାନର ଦୁଇ ଜଣ ନାବାଳିକା ବରଗଡ଼ ସ୍ଥିତ ବିମଳାଦେବୀ ଚାରିଟେବଲ ଟ୍ରଷ୍ଟକୁ ପଳେଇ ଆସିଥିଲେ । ନାବାଳିକାମାନେ ଅଧିକାରୀ ମାନଙ୍କୁ ଦେଇଥିବା ଲିଖିତ ବୟାନ ଅନୁସାରେ କସ୍ତୁରବା ଗାନ୍ଧୀ ମାତୃନିକେତନରେ ଝିଅ ମାନେ ଗାଧୋଇବା ସମସ୍ୟାର ସମ୍ମୁଖୀନ ହେଉଥିବା କାରଣରୁ ସେମାନେ ବାଧ୍ୟ ହୋଇ ଝରଣାକୁ ଗାଧୋଇବା ପାଇଁ ଯାଇଥାନ୍ତି ।  ସେମାନଙ୍କ ମଧ୍ୟରୁ ମଧ୍ୟ ଦୁଇ ଜଣ ଏହି ଅନୁଷ୍ଠାନରୁ ପଳେଇ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଅନୁଷ୍ଠାନରେ ହେଉଥିବା ଅନେକ ପ୍ରକାର ଅନିୟମିତତା ବାବଦରେ ପୂର୍ବରୁ ଅନେକ ଥର ଆମେ ଜନସାଧାରଣ ଙ୍କର ସମ୍ମୁଖରେ ଉପସ୍ଥାପନ କରିଛୁ । ଉଦ୍ଦେଶ୍ୟ କେବଳ ଏତିକି ଯେ ଅନୁଷ୍ଠାନର ପୂର୍ବ ଗୌରବ ଫେରିଆସୁ | ଆଉ ସରକାରଙ୍କର ନିୟମ ମୁତାବକ ଅନୁଷ୍ଠାନ ପରିଚାଳିତ ହୋଇ ନିରୀହ ଓ ନିଷ୍ପାପ ଶିଶୁ ମାନଙ୍କର ମଙ୍ଗଳ ହେଉ ।  ପୂର୍ବରୁ ଅନେ ଥର ସ୍ୱର ଉତ୍ତୋଳନ କରିଛୁ ଓ ପରୋକ୍ଷ ଭାବରେ କିଛି ଲୋକଙ୍କର ରୋଷର ଶିକାର ମଧ୍ୟ ହୋଇଛୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯେତେ ବି ଜିଲ୍ଲାସ୍ତରୀୟ  ଓ ରାଜ୍ୟସ୍ତରୀୟ ଅଧିକାରୀ ମାନେ ଏହି ଅନୁଷ୍ଠାନକୁ ପରିଦର୍ଶନରେ ଆସିଛନ୍ତି ସମସ୍ତେ ଏଠାକାର ଅଧିକ୍ଷକଙ୍କୁ  ଅନୁଷ୍ଠାନର ସୁରକ୍ଷା ପ୍ରତି ଓ ବିଶେଷକରି ଶୌଚାଳୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଅବସ୍ଥା ଆଜି ପରଷାନ୍ତ ସୁଧୁରୀ ନାହିଁ । ମହିଳା ମାନଙ୍କର ସ୍ନାନ ଘାଟରେ ପୁରୁଷ ମାନଙ୍କର ଉପସ୍ଥିତିକୁ ମଧ୍ୟ କୋଣସି ସଭ୍ୟ ସମାଜ ସହଜରେ ଗ୍ରହଣ କରି ପାରିବ ନାହିଁ ।  ସେ ଯାହାବି ହେଉ ସବୁଠାରୁ ବଡ଼ ସବୁ ଜାଣି ମଧ୍ୟ ପ୍ରଶାସନ ଚୁପ ରହିଛି । ଅନୁଷ୍ଠାନର ଦୁଇ ଜଣ ନାବଳିକା ଅନୁଷ୍ଠାନ ଛାଡି ପଳେଇ ଯିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିହାତି ଆବଶ୍ୟକ । କାରଣ ସେମାନେ ଦେଇଥିବା ଲିଖିତ ଅଭିଯୋଗରେ  ଯାହା ଉଲ୍ଲେଖ କରିଛନ୍ତି ସେ ସବୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତର | ସେମାନଙ୍କ ଲିଖିତ ଅଭିଯୋଗ ଓ ଅଭିଭାବଙ୍କ ଅଭିଯୋଗ ସମ୍ବଳିତ ଭିଡିଓ ଆମର ହସ୍ତଗତ ହୋଇଥିଲେ ବି ଝିଅମାନଙ୍କ  ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ଆମେ ସେମାନଙ୍କ ନାମ ଉଲ୍ଲେଖ କରୁନାହୁଁ | ହେଲେ ସରକାର ଓ ପ୍ରଶାସନ କଣ ଏତେ ଅସହାୟ ଯେ ଏହି ଅନୁଷ୍ଠାନରେ ଅସହାୟ ଝିଅ ମାନଙ୍କ ପାଇଁ ନିରାପତ୍ତା ଓ ମର୍ଯ୍ୟାଦାର ସହ ରହିବାର ପରିବେଶ ନିଶ୍ଚିତ କରିପାରିବେନି | କେତେଦିନ ପ୍ରଶାସନ ନିରବଦ୍ରଷ୍ଟା ସାଜିବେ !! 

0
0
0
s2sdefault