ହେଡଲାଇନସ୍:

ଲୋକ ମାରିବାକୁ ସରକାରଙ୍କ ସୁନ୍ଦର ବ୍ୟବସ୍ଥା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

15-06-18-electri.jpg - 63.35 kB ବିନା ସୁରକ୍ଷା  ବଳୟରେ ବିଦ୍ୟୁତ ଟ୍ରାନ୍ସଫର୍ମର

ପଦ୍ମପୁର/ ନୀଳ ଦୀପ :  ବରଗଡ଼ ଜିଲ୍ଲା ପଦ୍ମପୁରସଦର ମହକୁମା ଠାରେ ସହରର ବିଭିନ୍ନ ସ୍ଥାନରେ   ବିଦ୍ୟୁତ ସରବରାହ ପାଇଁ ଲାଗି ଥିବା ଟ୍ରାନ୍ସଫର୍ମରଗୁଡ଼ିକ ବିନା ସୁରକ୍ଷା ବଳୟରେ ସ୍ଥାପିତ ହୋଇଅଛି । ବିନା ସୁରକ୍ଷା ବଳୟ ଯୁକ୍ତଏହି ଟ୍ରାନ୍ସଫର୍ମରଗୁଡ଼ିକ ଜନ ଗହଳି ଯୁକ୍ତସ୍ଥାନରେ ଥିବା ଯୋଗୁଁ ଆକସ୍ମିକ ଅଘଟଣର ଚିନ୍ତା ଜନ ସାଧାରଣଙ୍କୁଚିନ୍ତିତ କରୁଥିବାବେଳେ ଟ୍ରାନ୍ସଫର୍ମର ଗୁଡ଼ିକରୁ ବିଦ୍ୟୁତ ସଂଯୋଜନା ପାଇଁ ବାହାରି ଥିବା ତାରଗୁଡ଼ିକ ନଗ୍ନ ଅବସ୍ଥାରେ ରହିଛି | ବର୍ଷାଦିନେ ବର୍ଷା  ପାଣି ଯୋଗୁଁ ଜନ ସାଧାରଣ ଅଘଟଣ ଭୟରେ ଆତଙ୍କିତ ହେଉଛନ୍ତି ।ଏହାସହ ବୁଲା ଗାଈ ଗୋରୁସଂଖ୍ୟା ପଦ୍ମପୁରରେ ଅଧିକ ଥିବାରୁ ତାଙ୍କ ଜିବନ ପ୍ରତି ମଧ୍ୟ ବିପଦ ରହି ଅଛି ।ବିଗତ ବହୁ ଦିନ ଧରି ନିର୍ମାଣ ପରେ ପ୍ରଚଳିତ ଏହି ଟ୍ରାନ୍ସଫର୍ମରଗୁଡ଼ିକୁ ବିନା ସୁରକ୍ଷାବଳୟରେ ଛାଡ଼ିବା ବିଦ୍ୟୁତ ବିଭାଗର ଅବହେଳା ଲୋକଙ୍କ ଜୀବନ ପ୍ରତି ଖେଳ ବୋଲି ପଦ୍ମପୁର ଜନ ସାଧାରଣରେ ଆଲୋଚନା ହେଉଛି ।

0
0
0
s2sdefault