ହେଡଲାଇନସ୍:

 ସାଧାରଣ ଚାଷୀଙ୍କୁ ସହାୟତା ପାଇଁ ସମବାୟ ସଂସ୍ଥାକୁ ସୁଦୃଢ କରାଯିବ : ବାଚସ୍ପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସଚେତନତା କାର୍ଯ୍ୟକ୍ରମ

14-06-18-baud.jpg - 133.10 kBବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ତରଫରୁ ସ୍ଥାନୀୟ ଗୁରୁ ଭିକାରୀ ନାଏକ କଳାମଣ୍ଡପ ଠାରେ ସମବାୟ ଆପଣଙ୍କ ଦ୍ୱାରରେ ୨୦୧୮  ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗ ଦେଇ ରାଜ୍ୟ ସରକାରଙ୍କ ସମବାୟ ଯୋଜନାରେ ସାଧାରଣ ଚାଷୀଙ୍କୁ କିପରି ସହାୟତା ପ୍ରଦାନ କରାଯିବ ସେନେଇ ସଂସ୍ଥାକୁ ସୁଦୃଢ କରାଯିବ ବୋଲି ଉଦବୋଧନ ଦେଇଥିଲେ । ସମବାୟ ବ୍ୟାଙ୍କ ସବୁବେଲେ ଚାଷିମାନଙ୍କ ପାଖରେ ରହି ସେମାନଙ୍କ ଅର୍ଥିକ ସ୍ଥିତିକୁ ସୁଦୃଢ କରିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଧାନ  କହିଥିଲେ । ମୁଖ୍ୟବକ୍ତା ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଶାସନ ସଚିବ ସମବାୟ ବିଭାଗ ଭରତ ଚନ୍ଦ୍ର ବେହେରା , ଓଡିଶା ରାଜ୍ୟ ସମବାୟ ବ୍ୟଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଉପନିବନ୍ଧକ ବୌଦ୍ଧ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆରଏମସି ସଂପାଦକ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିବା ବେଳେ ସମବାୟ ସଂସ୍ଥାର ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ  ଏକ ରାଜସ୍ୱ ରଥର ଶୁଭାରମ୍ଭ  କରାଯାଇଥିଲା । ସମଗ୍ର ଜିଲ୍ଲାର ୨୯ ଟି ଭାଗବତ ଟୁଙ୍ଗୀକୁ ପ୍ରତ୍ସାହନ ରାଶି ଓ ମାଇକ ପ୍ରଦାନ କରାଯାଇଥିଲା । 

0
0
0
s2sdefault