ହେଡଲାଇନସ୍:

ପଛୁଆବର୍ଗଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶାରେ ପଛୁଆବର୍ଗଙ୍କ ନିମନ୍ତେ ବିଭିନ୍ନ ଉଦ୍ଦେଶ୍ୟରେ ରହିଥିବା ୨୭% ଆରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି  । ସେଥିପାଇଁ ରାଜ୍ୟ ପଛୁଆବର୍ଗ ମଞ୍ଚ କାର୍ଯ୍ୟକାରୀ ସଭାପତି ଧୂଳେଶ୍ୱର ମାଣିଆ ଏବଂ ସାଧାରଣ  ସମ୍ପାଦକ ସରୋଜ କୁମାର ବେହେରା ଏକ ମିଳିତ ବିବୃତ୍ତିରେ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । 

ଓଡ଼ିଶା ସରକାର ଗତ ୧୯୯୪ ମସିହାଠାରୁ ପଛୁଆବର୍ଗଙ୍କ ନିମନ୍ତେ ୨୭ ପ୍ରତିଶତ ଆରକ୍ଷଣ ରଖିଆସିଛନ୍ତି  । ଏହା ସୁପ୍ରିମକୋର୍ଟଙ୍କ   ସର୍ତ୍ତର ବିରୁଦ୍ଧାଚରଣ କରୁଅଛି  । କେଉଁ ପରିସ୍ଥିତିରେ ରାଜ୍ୟ ସରକାର ମୋଟ୍ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣ ଦେଇପାରିବେ ତାହା ମଧ୍ୟ ସୁପ୍ରିମକୋର୍ଟ  ପୂର୍ବରୁ କହି ଆସୁଛନ୍ତି  । ରାଜ୍ୟ ସରକାର ଏ ଦିଗରେ ଭାରତ ସରକାରଙ୍କୁ ଉପଯୁକ୍ତ ତଥ୍ୟ ଦେଇନପାରିବାରୁ ରାଜ୍ୟ ଆରକ୍ଷଣ ଆଇନ୍ ୨୦୦୮ ସମ୍ବିଧାନର ନବମ ପରିଚ୍ଛେଦ ଅନ୍ତର୍ଗତ ସ୍ଥାନିତ ହୋଇପାରିଲା ନାହିଁ  । ରାଜ୍ୟ ସରକାର ସୁପି୍ରମକୋର୍ଟଙ୍କ ଆଦେଶ ମୁତାବକ ତଥ୍ୟ ପ୍ରଦାନ ଓ ଯୁକ୍ତି ଉପସ୍ଥାପନ  ନକରିଥିବା କାରଣରୁ ସମସ୍ତ କେସରେ  ବିଫଳତା ପାଉଛନ୍ତି  । ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଉଅଛୁ ଯେ, ଏଥର ସୁପ୍ରିମ କୋର୍ଟ  ପରାମର୍ଶ କାର୍ଯ୍ୟକାରୀ କରାଇବା ଦିଗରେ ନିର୍ଦ୍ଧିଷ୍ଟ ସମୟସୀମା ଆବେଦନ କରନ୍ତୁ  । ସେହି ସମୟସୀମା ପର୍ଯ୍ୟନ୍ତ ରାଜ୍ୟ ଓବିିସିମାନେ ବିଭିନ୍ନ ଉଦ୍ଦେଶ୍ୟରେ  ୨୭ ପ୍ରତିଶତ ଆରକ୍ଷଣ ପାଇବା ଦିଗରେ କୋର୍ଟଙ୍କ ଆଦେଶ ନିଅନ୍ତୁ  ବୋଲି କାର୍ଯ୍ୟକାରୀ ସଭାପତି ଧୂଳେଶ୍ୱର ମାଣିଆ ଓ ସାଧାରଣ ସମ୍ପାଦକ ସରୋଜ କୁମାର ବେହେରା ଅନୁରୋଧ କରିଛନ୍ତି |

 

0
0
0
s2sdefault