ରକ୍ତର ଅଭାବ ପାଇଁ କାହାର ଯେମିତି ଜୀବନ ନଯାଏ ତାହା ନିଶ୍ଚିତ କରିବା ଆମ ଦାୟିତ୍ୱ : ସ୍ୱାସ୍ଥ୍ୟ ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-06-18-blood.jpg - 83.51 kB

ଓଡିଶା ରେଡକ୍ରସ ପକ୍ଷରୁ “ବିଶ୍ୱରକ୍ତଦାତା ଦିବସ” – ୨୦୧୮ ପାଳିତ

ଭୁବନେଶ୍ୱର :   ରକ୍ତର କୌଣସି  ବିକଳ୍ପ ନାହିଁ ତେଣୁ ରାଜ୍ୟରେ ରକ୍ତର ଚାହିଦାକୁ ପୂରଣ କରିବା ପାଇଁ ଅଧିକ ପରିମାଣର ରକ୍ତ ସଂଗ୍ରହର ନିହାତି ଆବଶ୍ୟକତା ରହିଛି ।  ଏଥିପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ତ୍ୱରାନିତ୍ୱ କରିବା ପାଇଁ ଯୁବଗୋଷ୍ଠୀ  ଆଗେଇ ଆସିବା ଦରକାର | ରକ୍ତର ଅଭାବ ପାଇଁ କାହାର ଯେମିତି ଜୀବନ ନଯାଏ ତାହା ନିଶ୍ଚିତ କରିବା ଆମ ଦାୟିତ୍ୱ  | ତେଣୁ ଅଧିକରୁ ଅଧିକ ଜଣ ସାଧାରଣ ଓ ଯୁବ ଗୋଷ୍ଠୀ ସ୍ବେଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ଉଚିତ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଆଇନ ତଥା ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆହ୍ୱାନ ଜଣାଇଛନ୍ତି |  ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା, ତରଫରୁ ସ୍ଥାନୀୟ ରେଡ଼କ୍ରସ ଭବନ ଭୁବନେଶ୍ୱର ଠାରେ ଏ ବର୍ଷର  “ ବିଶ୍ୱରକ୍ତଦାତା ଦିବସ-୨୦୧୮”  କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି  ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ  ତଥା ମନ୍ତ୍ରୀ ଶ୍ରୀ  ଜେନା, ମୁଖ୍ୟ ଅତିଥି  ରକ୍ତଦାତା ମାନଙ୍କୁ ଅନ୍ତରିକତାର କୃତଜ୍ଞତା ଜଣାଇବାସହ ସେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ରେଡକ୍ରସ୍ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଠନର ଭୁମିକା ଯେ ଅତୁଳନୀୟ ସେଥିପାଇଁ ସାଧୁବାଦ ଜଣାଇଥିଲେ ।  ଏହି ରକ୍ତଦାନ ଆନ୍ଦୋଳନକୁ ଅହୁରି ଅଧିକ ତ୍ୱରାନିତ କରିବା ପାଇଁ ସେ ରକ୍ତଦାତା ଓ ବିଭିନ୍ନ ସଂଗଠନର ସୁଚିନ୍ତିତ ମତାମତ ଲୋଡିଥିଲେ । ତତ୍ସହିତ  ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖା, ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି,  ଓ ରାଜ୍ୟ ରକ୍ତ ସଂଚାରଣ ପରିଷଦକୁ ଧନ୍ୟବାଦ ଦେଇଥିଲେ । 

ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ଯୁଗ୍ମ ନିର୍ଦ୍ଦେଶକ  ଡଃ ଅମିତାଭ ଦାସ, ଓ ରାଜ୍ୟ ରକ୍ତ ସଂଚାରଣ ପରିଷଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶାର ଅତିରିକ୍ତ ନିର୍ଦ୍ଦେଶକ  ଡଃ ରାମଚନ୍ଦ୍ର ରାଉତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ  କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ମତପୋଷଣ କରିଥିଲେ । ଏହି ରାଜ୍ୟସ୍ତରୀୟ ସମାରୋହରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା ବିନାୟକ ପ୍ରସାଦ ପୃଷ୍ଟି ସ୍ୱାଗତ ଭାଷଣରେ ରକ୍ତଦାତା ମାନଙ୍କୁ ସମ୍ବୋଧିତ କରିକହିଥିଲେ ଯେ ରକ୍ତଦାନ ଏକ ମହତ୍ ଦାନ, ଏହି କ୍ଷେତ୍ରରେ ଓଡିଶା ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିପାରିଛି ଏବଂ ଏହି ଜନ ଆନେ୍ଦାଳନକୁ ସୁଦୃଢ କରିବା ପାଇଁ ସେ ଉପସ୍ଥିତ ରକ୍ତଦାତା କ୍ଷେତ୍ରରେ୨୦୧୭-୧୮ବର୍ଷରେ ନିୟମିତ ରକ୍ତଦାନ କରିଥିବା ୫୩ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଓ ପ୍ରମୂଖ ମହାବିଦ୍ୟାଳୟ ଗୁଡିକୁ ଚୟନ କରାଯାଇ ରାଜ୍ୟସ୍ତରୀୟ ଉସôବରେ ମୂଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଯୁବ ରେଡ଼କ୍ରସ୍ ଅଧିକାରୀ ଡଃ କଳ୍ପନା  ଦାସ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବ ରେଡ଼କ୍ରସ୍ ପରାମର୍ଶଦାତା ଗୋପାଳକୃଷ୍ନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ଶ୍ରୀ ନିହାର ରଂଜନ ମିଶ୍ର ପରିଚାଳନାରେ ସହାୟତା କରିଥିଲେ । ଏତଦ୍ ବ୍ୟତିତ ପ୍ରାତଃ ଘ.୯.୦୦ ଟା ସମୟରେ ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

0
0
0
s2sdefault