ହେଡଲାଇନସ୍:

ଗାଆଁକୁ ନାହିଁ ରାସ୍ତା, ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ପ୍ରଶାସନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ମରାକୁଟା ପଞ୍ଚାୟତ ଅନ୍ତର୍ଗତ ସାଲେଟିକରା ଗ୍ରାମର ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ଝାରସୁଗୁଡ଼ା ପିଡିଡିଆରଡିଏ ତପିରାମ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଗ୍ରାମକୁ ପଞ୍ଚାୟତ ସହ ଯୋଡ଼ୁଥିବା ରାସ୍ତା ଏପରି ଯେ ଏହାକୁ ଶୀତଦିନେ ମଧ୍ୟ ବ୍ୟବହାର କରିହୁଏ ନାହିଁ। ରାସ୍ତାଘାଟ ଖାଲ ଥିବାରୁ ବର୍ଷାଦିନେ ପାଣି ଭର୍ତ୍ତି ହୋଇ ଏହାକୁ ବ୍ୟବହାର କରି ଯିବା ଆସିବା କରିବାରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୁଏ  ଏବଂ ଅନେକ ସମୟରେ ଆମ୍ବୁଲାନ୍ସ ଆସିବାକୁ ମନା କରିଦିଅନ୍ତି। ସେହିପରି ଅନେକ ଲୋକଙ୍କୁ ରାଶନ କାର୍ଡ଼ ମିଳିପାରି ନାହିଁ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଅନେକ ଘର ପାଇପାରୁ ନାହାଁନ୍ତି। ଏହାବ୍ୟତୀତ ଗ୍ରାମର ପୋଖରୀର ହିଡ଼ ଚାରିପଟୁ ଭାଙ୍ଗି ଯାଇଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ କଷ୍ଟ ମଧ୍ୟ ଅନ୍ୟ ଏକ ସମସ୍ୟା ରୂପେ ଠିଆ ହୁଏ। 

ଏହିସବୁ ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ଗ୍ରାମର ଏକ ମହିଳା ପ୍ରତିନିଧି ଦଳ ଗାୟତ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଓ ଓଡ଼ିଶା ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ତଥା ଝାରସୁଗୁଡ଼ା ଆଜତକର ଚ୍ୟାନେଲର ସମ୍ବାଦଦାତା ସଞ୍ଜୟ ମାଲି ଏବଂ ବିଜୟ ଜାଲାନଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସେମାନେ ପିଡିଡିଆରଡିଏ ଅଧ୍ୟକ୍ଷ ଶ୍ରୀ ତପିରାମ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଗାୟତ୍ରୀ ଅଭିଯୋଗ ଆଣିଛନ୍ତି ଯେ ଗତ ଦେଢ଼ ମାସ ପୂର୍ବରୁ ମଧ୍ୟ ସେମାନେ ସମାନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ, ମାତ୍ର ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

0
0
0
s2sdefault