ହେଡଲାଇନସ୍:

 କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ଵାରା ତାଳଗୁଡ଼ ଚାଷୀ କାରିଗରଙ୍କୁ ପ୍ରସ୍ତୁତ ଉପକରଣ ସାମଗ୍ରୀ କୀଟ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲୁବୁରୀସିଂ ଗ୍ରାମରେ ଥିବା ଭାରତ ସରକାରଙ୍କ ସୁକ୍ଷ୍ମ , ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧିନସ୍ତ  ଖଦି ଓ ଗ୍ରାମଦ୍ୟୋଗ ଆୟୋଗଙ୍କ "ସ୍ଫୁର୍ତ୍ତି" ଯୋଜନା ଅନ୍ତର୍ଭୁକ୍ତ ତାଳଗୁଡ଼ ପ୍ରକଳ୍ପ ୟୁନିଟ ପରିସରରେ ଗ୍ରାମୀଣ ତାଳଗୁଡ଼ ଚାଷୀ -କାରିଗରଙ୍କ ନିମନ୍ତେ ପ୍ରସ୍ତୁତ ଉପକରଣ ସାମଗ୍ରୀ କୀଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଲଘୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଆତ୍ମନିର୍ଭର ଶୀଳତାର ବିଭିନ୍ନ ଦିଗ ଉପରେ କହିଥିଲେ ।ତାଳଗୁଡ଼ ପ୍ରକଳ୍ପ ୟୁନିଟ ଭାରତ ସରକାରଙ୍କ  ଖଦି ଓ ଗ୍ରାମଦ୍ୟୋଗ  କମିଶନର ଏକ ମଞ୍ଜୁରୀ ପ୍ରାପ୍ତ ଯୋଜନା । ଏହା ଦ୍ୱାରା ଲୋକଙ୍କ ଉତ୍ପାଦନ ବଢୁଛି ।  ତାଳ ଓ ଖଜୁରୀ ଗଛରେ ରହି ନଷ୍ଟ ହୋଇଯାଉଛି । ତାକୁ ସଂଗ୍ରହ କରି ଆଦିବାସୀ ପରିବାର ତା'ର ରସକୁ ଗୁଡ କରି ତାକୁ ପେକେଜିଙ୍ଗ ଓ ବ୍ରାଣ୍ଡିଙ୍ଗ କରି ବିକିଲେ ଦ୍ବିଗୁଣିତ ଲାଭ ପାଇପାରିବେ । ଏହାଦ୍ୱାରା ଆଦିବାସୀ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବେ । ସହରର ଟଙ୍କା ଗାଁକୁ ଆସିଲେ ହିଁ ଗାଁ'ର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି କହିଥିଲେ । ଅନ୍ୟପକ୍ଷରେ ଆଜିଠାରୁ ଚାଷୀ-କାରିଗର ମାନଙ୍କ ପାଇଁ ଏଠାରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ।

ଏହାଦ୍ୱାରା ଚାଷୀ-କାରିଗର ମାନେ ନୂଆ ବୈଷୟିକ ପ୍ରଣାଳୀ ସହ ଅଭ୍ୟସ୍ତ ହେବେ । ଏ ଦିଗରେ ଚାଷୀ- କାରିଗର ମାନଙ୍କୁ ବିଭାଗୀୟ ଅଧିକାରୀମାନେ ଗାଇଡ଼ କରିବେ । କଠୋର ପରିଶ୍ରମ କରି କର୍ମ ପ୍ରବଣତା ସୃଷ୍ଟି କରିବେ । ଚାଷୀ କାରିଗର ମାନେ ଏଥିରୁ ଲାଭ ପାଇବା ସହ ଆତ୍ମନିର୍ଭରଶୀଳ ହୋଇ ନିଜର ଉତ୍ପାଦନକୁ  ବହୁଗୁଣିତ ଲାଭ କରି ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରାଇବାରେ ବିଶେଷ ସହାୟକ ହୋଇପାରିବେ ବୋଲି କହିଥିଲେ । ପରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ୨୦୦ ଜଣଙ୍କୁ ୧୫ ହଜାର ଟଙ୍କାର ପ୍ରତି ପରିବାରକୁ ତାଳ ଓ ଖଜୁରୀ ଗୁଡ଼ ପ୍ରସ୍ତୁତ ଉପକରଣ କୀଟ ବଣ୍ଟନ କରିଥିଲେ ।

  ଏଠାରେ ସୂଚନା ଯୋଗ୍ୟ ଯେ , ଗଜପତି ଜିଲ୍ଲାର ୪ ଗୋଟି ବ୍ଲକ ରା:ଉଦୟଗିରି , ମୋହନା , ରାୟଗଡ ଓ ମୋହନା'ର ପ୍ରାୟ ୧୫ ଟି ଗ୍ରାମର  ୪୦୦ ରୁ ଅଧିକ ଚାଷୀ-କାରିଗର ୯ ଟି ଓଡିଶା ତାଳଗୁଡ଼ ସମବାୟ ସମିତି ସଙ୍ଘ'ର ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦ ଟି ପରିବାରର ୪୦୦ ଜଣଙ୍କୁ ପ୍ରକଳ୍ପ ୟୁନିଟ ଠାରେ ତାଳ ଓ  ଖଜୁରୀ ରସରୁ କିଭଳି ଗୁଡ ପ୍ରସ୍ତୁତ କରାଯାଏ , ସେ ସମ୍ପର୍କରେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ।

  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ  ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତା ରାଣୀ ବେହେରା , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ରାଜ୍ୟ ତାଳଗୁଡ଼ ସମବାୟ ସଙ୍ଘ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଚିଦାନନ୍ଦ ମିଶ୍ର ଏବଂ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ କମିଶନର ନିର୍ଦ୍ଦେଶକ ଶ୍ରୀ ସମୀର କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ  ଯୋଗ ଦେଇ ତାଳଗୁଡ଼ ପ୍ରସ୍ତୁତି ଦ୍ୱାରା କିଭଳି ସେମାନେ ସ୍ୱାବଲବୀ ହୋଇ ନିଜ ପରିବାର ପ୍ରତିପୋଷଣ କରି ପାରିବେ କହିଥିଲେ  ।

  ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ଓଆରିଚାଳକ ଶ୍ରୀ ମୋହନ ଶବର , ଶବରପଲ୍ଲୀ ପଞ୍ଚାୟତ ସରପଞ୍ଚ ,ଶ୍ରୀ ଜଗନ୍ନାଥ ରଇତ , ତହସିଲଦାର ଶ୍ରୀ ସ୍ମୃତି ରଞ୍ଜନ ଶତପଥୀ , ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳ ବାସୀ , ସମସ୍ତ ତାଳଗୁଡ଼ ସମବାୟ ସମିତି ସଙ୍ଘର ସଦସ୍ୟ ମାନେ ଯୋଗ ଦେଇଥିଲେ । ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଶାନ୍ତିଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ।

 

0
0
0
s2sdefault