ହେଡଲାଇନସ୍:

ଚାଷୀ ଗର୍ଜିଲେ, ସାଂସଦ କହିଲେ ଦେଶ ବିରୋଧୀ ଲୋକଙ୍କ ହାତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସାରା ଦେଶରେ କୃଷକ ସଂଗଠନମାନେ ଆଜି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପବାସ ସହ ଧାରଣା ଦେଇଥିଲେ। ସମଗ୍ର ଭାରତରେ ଏହାର ପ୍ରଭାବ କୋଣ ଅନୁକୋଣରେ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ହଜାର ହଜାର ସଂଗଠନ, ବୁଦ୍ଧିଜୀବୀ, ଚିନ୍ତାଶୀଳ ବ୍ୟକ୍ତି, ପୂର୍ବତନ ସୈନିକ, କଳା, ସାହିତ୍ୟ, ଚଳଚ୍ଚିତ୍ର ଜଗତର ଜଣାଶୁଣା ବ୍ୟକ୍ତିତ୍ଵ। ଏପରିକି ଏହି ଆନ୍ଦୋଳନକୁ ବିଦେଶରେ ଥିବା ଭାରତୀୟ ଓ ଅଣ ଭାରତୀୟ ମଧ୍ୟ ସମର୍ଥନ ଜଣାଇଛନ୍ତି। ଚାଷୀ ଓ କର୍ପୋରେଟ ଶକ୍ତିର ଏବେ ସମ୍ମୁଖ ଲଢ଼େଇ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ଅନେକ ଫରାସୀ ବିପ୍ଳବ ଓ ଋଷ ବିପ୍ଳବ ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି। ଦୁଇଟି କର୍ପୋରେଟ ସଂସ୍ଥାକୁ ଦେଶର ସମସ୍ତ ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ନୂତନ ତିନୋଟି କୃଷି ଆଇନ ପ୍ରଣୟନ କରାଯାଇଛି ଏବଂ ଏହାଦ୍ବାରା ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ବର୍ତ୍ତମାନର କେନ୍ଦ୍ର ସରକାର କାମ କରୁଛି ବୋଲି କୃଷକ ସଂଗଠନ ଅଭିଯୋଗ କରୁଛନ୍ତି। 

ଦେଶର ବିଭିନ୍ନ କୃଷକ ସଂଗଠନର ଏହି ଉପବାସ ଓ ଧାରଣା ପାଇଁ ଡାକରାକୁ ସମର୍ଥନ ଜଣାଇ ଆଜି ଝାରସୁଗୁଡ଼ା ସମସ୍ତ ବିରୋଧୀ ରାଜନୈତିକ ଦଳ, ଗଣ ସଙ୍ଗଠନ, ଶ୍ରମିକ ଓ କୃଷକ ସଂଗଠନ, କର୍ମଚାରୀ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। 

ଧାରଣାରେ ଵସିଥିବା ନେତୃତ୍ୱମାନଙ୍କ ଅନୁସାରେ ଏହି ତିନୋଟି କୃଷି ଆଇନ ଯୋଗୁଁ ଚାଷୀକୂଳ ନିଜର ପ୍ରକୃତ ପ୍ରାପ୍ୟରୁ ବଞ୍ଚିତ ହେବ, ଅନ୍ୟପକ୍ଷରେ ଅଦାନୀ ଓ ଅମ୍ବାନୀ ଏହା ଯୋଗୁଁ ଘିଅମହୁରେ ଭାସିବେ। ଏହିପରି ଆଇନ ପ୍ରଣୟନ କରି ସରକାର ଦେଶବାସୀ,ଶ୍ରମିକ ଓ କୃଷକଦ୍ରୋହୀ ସରକାରରେ ପରିଣତ ହୋଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଏହି ତିନୋଟି ଆଇନ ବାତିଲ ନ ହୋଇଛି, ସାରା ଭାରତରେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଦୃଢ଼ତାର ସହ କହିଛନ୍ତି। 

ଅନ୍ୟ ପକ୍ଷରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଚାଷୀ ଆନ୍ଦୋଳନର କୌଣସି ଆଧାର ନାହିଁ ଏବଂ ଏହା ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ରହିଛି ବୋଲି କହିଛନ୍ତି। ଚାଷୀଙ୍କ ହିତ ପାଇଁ ମୋଦି ସରକାର ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି, ମାତ୍ର ବିରୋଧୀ କୃଷକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

0
0
0
s2sdefault