ହେଡଲାଇନସ୍:

ସ୍ୱାଭିମାନ ଅଂଚଳରେ ପୋଲିସ ଡିଜି ଅଭୟ :  ଉନ୍ନୟନ କାର୍ଯ୍ୟ ସହ ମାଓ ଦମନ ଉପରେ ଗୁରୁତ୍ୱ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପଡୋଶୀ ରାଜ୍ୟର କିଛି ଅଗଣତାନ୍ତ୍ରିକ ତତ୍ତ୍ବ ଆସି ନୀରିହ ଆଦିବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି"

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟ ପୁଲିସ ମୁଖ୍ୟ ତଥା ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଗତକାଲି ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟଣା ପରେ ଜବାନଙ୍କ ମନୋବଳ ବଢାଇବା ପାଇଁ ଡିଜିଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ଥିବା ଜଣାପଡିଛି | ଏହାସହିତ ସ୍ୱାଭିମାନ ଅଂଚଳରେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଓ  ମାଓ ଦମନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି | 

 ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବରିଷ୍ଠ ଅଧିକାରୀଙ୍କ ସହ ବଡପଡା ଠାରେ ପହଞ୍ଚି ଥିଲେ । ଏହି ଅବସରରେ ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ ଯେ ମାଓବାଦୀମାନେ ଆଦିବାସୀଙ୍କୁ ଢାଲ୍‌ କରୁଛନ୍ତି। ସେମାନେ ହିଂସା ଛାଡି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେଲେ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ସମାଜରେ ଜଣେ ସୁନାଗରିକ ଭାବେ ସେମାନଙ୍କୁ ଗଢିତୋଳିବା ପାଇଁ ସରକାରୀ ସ୍ତରରେ ସମସ୍ତ ଯୋଜନା କରାଯାଇଛି।  ମାଓବାଦୀ ମାନେ ବିକାଶ ବିରୋଧୀ, ଏଥିରେ ଦ୍ୱିମତ ନାହିଁ।  ପଡୋଶୀ ରାଜ୍ୟର କିଛି ଅଗଣତାନ୍ତ୍ରିକ ତତ୍ତ୍ବ ଆସି ଏହି ଅଞ୍ଚଳର ନୀରିହ ଆଦିବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ଲାଲବାହିନୀ ଏହାକୁ ରୋକିବାକୁ ପ୍ରୟାସ କରୁଛି। ଏହି ସବୁ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ବରାନ୍ବୀତ କରିବାରେ ଜବାନମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହାସହିତ ମାଓ ଉପଦୃତ ଅଞ୍ଚଳରେ ବିକାଶ କାର୍ଯ୍ୟରେ ସାଲିସ କରା ଯିବନାହିଁ ବୋଲି ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି।   ଦୀର୍ଘ ୬୦ ବର୍ଷ ଧରି ଜଳବନ୍ଦି ଥିବା ଏହି ଆଦିବାସୀଙ୍କ ସରକାରୀ ସୁବିଧା ପହଞ୍ଚାଯାଇପାରିବ ଓ ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ଅଗଣତାନ୍ତ୍ରିକ ତତ୍ତ୍ବକୁ ଦମନ କରାଯାଇ ନିରୀହ ଆଦିବାସୀଙ୍କ ପାଖରେ ଯୋଜନା ପହଞ୍ଚିବ ସେ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭରସା ଦେଇଥିଲେ ଡିଜି ଅଭୟ | 

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦେଶକ ଆର୍.କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ୍ଓଜି ଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସ୍‌ପି ଋଶିକେଶ ଡି ଖିଲାରିଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault