ହେଡଲାଇନସ୍:

 ଜିଲ୍ଲା ସ୍ତରରେ  ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି : ମୁଖ୍ୟ ଶାସନ ସଚିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟରେ ବଂଦ ଥିବା ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ପ୍ରସ୍ତୁତି ଓ ଆଲୋଚନା ଜାରି ରହିଛି | ଜିଲ୍ଲାପାଲମାନଙ୍କୁ ଏଥିନେଇ ବହୁ ପୂର୍ବରୁ ନିର୍ଦ୍ଦେଶ ଓ କ୍ଷମତା ଦିଆଯାଇସାରିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି | 

ଶ୍ରୀ ତ୍ରିପାଠୀ ଟୁଇଟ କରି କହିଛନ୍ତି ଯେ "  ଜିଲ୍ଲା ସ୍ତରରେ  ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି : ମୁଖ୍ୟ ଶାସନ ସଚିବ   ସ୍ଥାନୀୟ କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରି ବଂଦ ହୋଇଥିବା ଧର୍ମାନୁଷ୍ଠାନ ଓ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା |  ସମ୍ପୃକ୍ତ ଧର୍ମାନୁଷ୍ଠାନ ଓ ମନ୍ଦିର ଗୁଡିକ ସହ ସମ୍ପୃକ୍ତ ବ୍ୟକ୍ତଵିଶେଷ ଓ ହିତାଧିକାରୀଙ୍କ ସହ ଆଲୋଚନା କରି ଏସଓପି ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା | ଏଥିପାଇଁ  ସ୍ଥାନୀୟ ସ୍ତରର ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ପୂର୍ବରୁ କଲେକ୍ଟରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଆଉ ଜିଲ୍ଲା ସ୍ତରରେ  ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଆଲୋଚନା ଓ ପ୍ରସ୍ତୁତି ଜାରି ରହିଥିବା ସରକାରଙ୍କ ହୃଦୟଙ୍ଗମ ହୋଇଛି | "

0
0
0
s2sdefault