ହେଡଲାଇନସ୍:

ଡ଼ଃ ଅସୀମା ସାହୁଙ୍କୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅଧୀନ ରାଗ୍ଧାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଶିଷ୍ଟ କବୟିତ୍ରୀ ଓ ସ୍ତମ୍ଭକାର ଡ଼ଃ ଅସୀମା ସାହୁଙ୍କୁ ତାଙ୍କର ସଦ୍ୟ ପ୍ରକାଶିତ କବିତା ସଂଙ୍କଳନ ‘ଇସାରାରେ ଡ଼ାକେ  କିଏ ଦିଗବଳୟର ସେ ପାରିରୁ’ ନିମନ୍ତେ ରାଜ୍ୟସ୍ତରୀୟ ସମ୍ମାନଜନକ କଳିଙ୍କ ପୁସ୍ତକ ମେଳା-୨୦୨୦ ପୁରସ୍କାରରେ ସମ୍ମାନୀତ କରାଯାଇଛି । ୨୩ତମ କଳିଙ୍ଗ ପୁସ୍ତକ ମେଳା-୨୦୨୦ର ଉଦଯାପନୀ ଉତ୍ସବରେ ଡ଼ଃ ସାହୁଙ୍କୁ ଉପଢୌକନ, ମାନପତ୍ର ଓ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଭୂବନେଶ୍ୱରସ୍ଥିତ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ସାତକଡ଼ି ହୋତା , ମୁଖ୍ୟ ବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଅଶୋକ କୁମାର ମହାପାତ୍ର, ସୁରେଶ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଗ୍ଧାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ବିଶିଷ୍ଟ କବୟିତ୍ରୀ ଓ ସ୍ତମ୍ଭକାର ଡ଼ଃ ସାହୁଙ୍କୁ ଏହି ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ହେବା ପରେ ମୟୂରଭଞ୍ଜ ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷାବିତ , ପାଠକ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

 

0
0
0
s2sdefault