ହେଡଲାଇନସ୍:

ନେସ୍କୋ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ କର୍ମଚାରୀଙ୍କ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାବି ପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ

ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ୟୁନିୟନର ବରିଷ୍ଠ  ସଦସ୍ୟ ରବୀନ୍ଦ୍ର ବେରାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟତଃ ବିଦ୍ୟୁତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଓ ବିଦ୍ୟୁତ ଉପଭୁକ୍ତାମାନଙ୍କୁ ଉତ୍ତମ ସେବା ପ୍ରଦାନ କରାଯିବା ଉପରେ ଆଲୋଚନା ହୋଇଥିଲା । ଫିଲଡ଼ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବର୍ଷ ବର୍ଷ ଧରି ଫୁ୍ୟଜ ତାର, ଇନସୁଲେଟର, ଗ୍ଲୋଭସ୍, ଡ଼ିସଚାର୍ଯ୍ୟ ରଡ଼, ଟୁଲ କିଟ୍, କଟ୍ ଆଉଟ୍, କବେୁଲ, ଟ୍ରାନ୍ସଫର୍ମାର ତେଲ, ଦଉଛି ଆଦି ବିଦ୍ୟୁତ  ନିରାପତ୍ତା ସରଞ୍ଜାମ ଯୋଗାଇ ଦିଆ ନ ଯିବା, ସମସ୍ତ ଆଇନ କାନୁନ ଓ ନୀତି ନିୟମକୁ ଅଣଦେଖା ପୂର୍ବକ ୩ ଜଣ କର୍ମଚାରୀମାନଙ୍କୁ ଘରଭଡ଼ା କଟାଇବା ନିମନ୍ତେ ଏକତରଫା ଭାବେ ନିର୍ଦ୍ଦେଶ  ଦେବା, ବିଭାଗରେ ଅନେକ ଗୁଡ଼ିଏ ପଦବୀ ଖାଲି ପଡ଼ିଥିବା ସମୟରେ ନୂତନ କର୍ମଚାରୀ ନିଯୁକ୍ତି ନ ଦେବା ଆଦି ବିଷୟକୁ ନେଇ ବେଠକରେ ଆଲୋଚନା କରାଯାଇଥିଲା । ନିୟମ ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ଏକ ହଜାର ଉପଭୁକ୍ତାମାନଙ୍କ ପିଛା ଜଣେ ଲାଇନ୍ସ ମ୍ୟାନ ଓ ୨ ଜଣ ହେଲପର ଆବଶ୍ୟକ ରହିଥିବା ବେଳେ ବିଦ୍ୟୁତ ବିଭାଗର ବେତନଟୀ ସବଡ଼ିଭିଜନରେ ୪୦ ହଜାରରୁ ଅଧିକ ଗ୍ରାହକ ରହିଛନ୍ତି । ଏଥି ନିମନ୍ତେ ଫିଲଡ଼ରେ ୪୦ ଜଣ ଲାଇନ ମ୍ୟାନ ଓ ୮୦ ଜଣ ହେଲପରର ଆବଶ୍ୟକତା ରହିଥିବା ସମୟରେ ୨୫ ଜଣ ଲାଇନ ମ୍ୟାନ ଓ ୫ ଜଣ ହେଲପର ରହିଛନ୍ତି । ଫଳରେ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ ନିମନ୍ତେ କର୍ମଚାରୀମାନଙ୍କୁ ୮ ଘଣ୍ଟା ବଦଳରେ ୧୮ ଘଣ୍ଟାରୁ ଅଧିକ ଖରା, ବର୍ଷା, ଶୀତ ଓ କାକରରେ ଫିଲଡ଼ରେ କାର୍ଯ୍ୟ କରିବାକୁ ପଡ଼ୁଛି । ଏହା ଫିଲଡ଼ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଶାରିରୀକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଉଛି । ଏଣୁ, ଅବିଳମ୍ବେ ଫିଲଡ଼ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବିଦ୍ୟୁତ ନିରାପତ୍ତା ସରଞ୍ଜାମ ଯୋଗାଇ ଦିଆ ନ ଗଲେ ଏବଂ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରା ନ ଗଲେ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଛି । ଉକ୍ତ ବୈଠକକୁ ସଂଘର ଯୁଗ୍ମ ସମ୍ପାଦକ କରୁଣାକର ପତି, ସହ ଡ଼ିଭିଜନ ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା, ଡ଼ିଭିଜନ ସମ୍ପାଦକ(ବାଲେଶ୍ୱର) ସପନ କୁମାର ଦାସ, ଚନ୍ଦନ କୁମାର ଜେନା, ଜ୍ୟୋତି ବିଶ୍ୱାଳ, ପ୍ରଶାନ୍ତ ସାହୁ, ସୁବାଶିଷ ଆସେ, ଲକ୍ଷ୍ମଣ ମହାନ୍ତ, ବିଶ୍ୱଜିତ ସାହୁ, ପ୍ରବୀର ପାଣି, କିଶୋର ପ୍ରଧାନ, ଅଜୟ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ । 

 

 

0
0
0
s2sdefault