ହେଡଲାଇନସ୍:

ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଭିନବ ଉତ୍ପାଦ ପାଇଁ ହସ୍ତତନ୍ତ ବୁଣାକାରମାନଙ୍କର ତିନିଦିନିଆ ଡିଜାଇନ୍ ବିକାଶ ତାଲିମ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପରିବେଶ ଅନୁକୂଳ ଜୈବିକ ରଙ୍ଗ ଏବଂ  ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ସହିତ ଘର ସାଜସଜ୍ଜା, ପୋଷାକ, ଶାଢ଼ି, ଦୁପଟ୍ଟା, ସାଲ୍ ଇତ୍ୟାଦି ପାଇଁ ଉପଯୁକ୍ତ କପଡ଼ା ଉତ୍ପାଦନ ଉପରେ ଧ୍ୟାନ ଦେଇ ବଜାରର ଚାହିଦା ଅନୁଯାୟୀ ଡିଜାଇନ୍ ବିକାଶ ପାଇଁ ଏକ ପ୍ରକଳ୍ପ "ରାଷ୍ଟ୍ରୀୟ ଫେସନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ "ସେଣ୍ଟ୍ରାଲ୍ ସୀଲକ ବୋର୍ଡ, ବେଙ୍ଗାଲୁରୁଙ୍କ ସହଯୋଗରେ ବିକଶିତ ହସ୍ତତନ୍ତ ଉତ୍ପାଦର ବ୍ୟବସାୟକରଣ'ର ଏକ ପ୍ରକଳ୍ପ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶା ଦ୍ୱାରା ଅନୁମୋଦନ କରାଯାଇଅଛିା ଏହି କାର୍ଯ୍ୟକ୍ରମ ହସ୍ତତନ୍ତ ପୁଞ୍ଜ ବିକାଶ ସଂସ୍ଥା, ଭୁବନେଶ୍ୱର, ରାଷ୍ଟ୍ରୀୟ ଫେସନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ସେଣ୍ଟ୍ରାଲ୍ ସୀଲକ ବୋର୍ଡ, ବେଙ୍ଗାଲୁରୁଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ କରାଯାଉଅଛିା ଏହି ପ୍ରକଳ୍ପ ଅତ୍ତା(କେନ୍ଦୁଝର), ନୁଆପାଟଣା (କଟକ), ଗୋପାଳପୁର (ଯାଜପୁର), ବୀରବରପୁର (କଟକ) ଏବଂ ଭଗାମୁଣ୍ଡା (କେନ୍ଦୁଝର) ନାମକ ୫ଟି ପୁଞ୍ଜରେ କାର୍ଯ୍ୟକାରୀ କରାଯାଉଛିା

ଡିଜାଇନ୍, ପରିବେଶ ଅନୁକୂଳ ଜୈବିକ ରଙ୍ଗ ରେସିପି, ଉତ୍ପାଦ ବିକାଶ ଏବଂ ପ୍ରାକୃତିକ ରଙ୍ଗ ପ୍ରକ୍ରିୟା, ନମୁନା ବିକାଶ ଉପରେ ବୁଣାକାର କାରିଗରମାନଙ୍କୁ ତାଲିମ ଦେବା ଏହି ପ୍ରକଳ୍ପର ଏକ ଲକ୍ଷ୍ୟା ଏହି ପ୍ରକଳ୍ପ ଅଧୀନରେ ଉତ୍ପାଦିତ କପଡ଼ାର ବ୍ୟବସାୟୀକରଣ ଓ ବିପଣନ, ବୟନିକା, ଉତ୍କଳିକା, ସେରିଫେଡ୍ ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ଭଳି ରାଜ୍ୟ ଶୀର୍ଷ ସମବାୟ ସମିତି ତଥା ଫାବ୍ଇଣ୍ଡିଆ, ତାନେଇରା (ଟାଟା ଗ୍ରୁପ୍) ଇତ୍ୟାଦି ଜାତୀୟ ସ୍ତରର ସଂଗଠନ ମାଧ୍ୟମରେ ବ୍ୟବସ୍ଥା କରାଯାଉଛିା

ବର୍ତ୍ତମାନ ଏହି ପ୍ରକଳ୍ପ ଅଧୀନରେ ୧୦ ଜଣ କାରିଗରଙ୍କ ପାଇଁ "ଡିଜାଇନ୍ ବିକାଶ' ଉପରେ ଏକ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ୧୦ ଡିସେମ୍ବର ୨୦୨୦ରୁ ଭୁବନେଶ୍ୱରର ରାଷ୍ଟ୍ରୀୟ ଟେକ୍ନୋଲୋଜି ପ୍ରତିଷ୍ଠାନଠାରେ ଆରମ୍ଭ ହୋଇଛିା ବୁଣାକାରମାନଙ୍କୁ ରଙ୍ଗ କରିବା ବିଷୟରେ ଧାରଣା, ବଜାରଧାରା, ବୁଣା ଟେକ୍ସଚର୍ ଓ ଗଠନ ଏବଂ ଡିଜାଇନ୍ ତଥା ସୋର୍ସିଂ ଉପରେ ତାଲିମ ଦିଆଯାଉଅଛିା ଏହି କାର୍ଯ୍ୟକ୍ରମରେ ଅତ୍ତା, ନୂଆପାଟଣା, ଗୋପାଳପୁର ଏବଂ ବୀରବରପୁର ପରି ବିଭିନ୍ନ ହସ୍ତତନ୍ତ ପୁଞ୍ଜ ଅଞ୍ଚଳର ବୁଣାକାର କାରିଗରମାନେ ଯୋଗଦେଇଛନ୍ତିା ଏମାନେ ତାଲିମ ପାଇବା ପରେ ମାଷ୍ଟର କାରିଗର ହିସାବରେ ଅନ୍ୟ ବୁଣାକାରଙ୍କୁ ତାଲିମ/ଶିକ୍ଷା ପ୍ରଦାନ କରି ଏହି ପ୍ରକଳ୍ପରେ ଅଧିକ କୁଶଳୀ ବୁଣାକାର ସୃଷ୍ଟି ପାଇଁ ପ୍ରଚେଷ୍ଟା କରିବୋ 

0
0
0
s2sdefault