ହେଡଲାଇନସ୍:

ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଟଲି (ସୁଧୀର ତ୍ରିପାଠୀ) : ଆଜି ଭଟଲି ନିର୍ବାଚନ ମଣ୍ଡଳୀର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଠିପାଲି ଗ୍ରାମରେ କୁଳୀତା ସମାଜ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ନିର୍ମାଣ ସକାଶେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାର ଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ମନ୍ଦିର ନିର୍ମାଣ ପାଇଁ ଏ ଶିଳାନ୍ୟାସ କରିଛନ୍ତି ।  ଏହି ଅବସରରେ ପ୍ରସ୍ତାବିତ ମନ୍ଦିର ପରିସରରେ ଏକ  କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିର ପରିସରରେ ଆଗାମୀ ଦିନରେ କଲ୍ୟାଣ ମଣ୍ଡପ , ସୁନ୍ଦର ପାର୍କ ଓ ଅନ୍ୟାନ୍ୟ ଉପଯୋଗୀ ନିର୍ମାଣ କରାଯିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଶ୍ରୀ ମକରଧ୍ବଜ ପ୍ରଧାନ ଓ କୁଳିତା ସମାଜର ତଥା ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

0
0
0
s2sdefault