ହେଡଲାଇନସ୍:

ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକ ଭୂମି ଦାନ କଲେ ବିଧାୟକ ବିଜୟରଞ୍ଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂହ ବରିହା ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକୀୟ ଭୂମି ଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି ସମାଜର କର୍ମକର୍ତ୍ତା ମାନେ ଅନେକ ଦିନରୁ ମନ୍ଦିର ଓ କଲ୍ୟାଣ ମଣ୍ଡପ ପାଇଁ ଜମି ଆବଶ୍ୟକ ମନେ କରୁଥିଲେ । ମାନ୍ୟବର ବିଧାୟକଙ୍କର ସହିତ ସମାଜର କର୍ମକର୍ତ୍ତା ମାନେ ଆଲୋଚନା କରିବାରୁ ବିଧାୟକ ଶ୍ରୀ ବରିହା ସ୍ୱଇଛାରେ ଭୂମି ଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ପାଇକମାଲ ତହସିଲଦାର ଙ୍କର ଅଫିସରେ ବିଧିବଦ୍ଧ ଭାବରେ ମାନ୍ୟବର ବିଧାୟକ ସମାଜକୁ ଜମି ହସ୍ତାନ୍ତର କରିଥିଲେ । ସାମାଜିକ କାର୍ଯ୍ୟ ଓ  ମଙ୍ଗଳ ପାଇଁ ଏହି ମହତ ଦାନ କରିଥିବାରୁ ବିଧାୟକ ଙ୍କୁ ସମାଜ ତରଫରୁ ସମାଜର ପଦାଧିକାରୀ ଶ୍ରୀ ହୃଷିକେଶ ବରିହା , ଶ୍ରୀ ଆଶାରାମ ବରିହା , ଶ୍ରୀ ନନ୍ଦଲାଲ ବରିହା ପ୍ରମୂଖ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault