ହେଡଲାଇନସ୍:

ଆମ ସ୍ୱାସ୍ଥ୍ୟ, ଆମ ସମ୍ପଦ : ଏଥର ଆସନ୍ତୁ ଜାଣିବା ରକ୍ତଗତ ବାତ(ଉଚ୍ଚରକ୍ତ ଚାପ) ସମ୍ପର୍କରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଣ ଏହାର ଲକ୍ଷଣ,ନିରାକରଣ ପାଇଁ କଣ ଏହାର ଆୟୁର୍ବେଦ ଚିକିତ୍ସା

ରକ୍ତଗତ ବାତ ବା Hypertension କୁ ସାଧାରଣ ଭାବେ ଉଚ୍ଚରକ୍ତ ଚାପ ବୋଲି କୁହାଯାଏ । ଆୟୁର୍ବେଦ ମତ ଅନୁସାରେ ଏହା ଏକ ସ୍ୱତନ୍ତ୍ର ରୋଗ ବୋଲି ବର୍ଣ୍ଣନା କରାଯାଇଅଛି ଏବଂ ଅନ୍ୟ କେତେକ ମହର୍ଷି ଏହାକୁ ଅନେକ ଗୁଡିଏ ରୋଗର ଲକ୍ଷଣ ବୋଲି ମଧ୍ୟ କହି ଅଛନ୍ତି । ବର୍ତମାନ ସମୟରେ ପ୍ରାୟ 30 ରୁ 50 ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ତେଣୁ ଏହା ଏକ ମହତ୍ୱପୂର୍ଣ୍ଣ ରୋଗ ହିସାବରେ ବିବେଚିତ ।

କାରଣ:-

ଏହାର ମୁଖ୍ୟ କାରଣ ଧମନୀ ମଧ୍ୟରେ ବସା (Fat) ଅଂଶର ବୃଦ୍ଧି ଅଟେ । ଅତ୍ୟଧିକ ବସାଯୁକ୍ତ ଖାଦ୍ୟ ଓ ପାନୀୟ ର ବ୍ୟବହାର ଦ୍ୱାରା ଶରୀରର ରକ୍ତବାହି ଧମନୀ ମଧ୍ୟରେ ବସାଅଂଶର ବୃଦ୍ଧିହୋଇ ରକ୍ତପ୍ରବାହରେ ବାଧାପ୍ରାପ୍ତ ହୋଇଥାଏ ଏବଂ ଉଚ୍ଚରକ୍ତଚାପ ସୃଷ୍ଟି ହୋଇଥାଏ । ଆହୁରି ମଧ୍ୟ ଅତ୍ୟଧିକ ମାନସିକ ଚାପ, ମଦ୍ୟପାନ, ଲବଣ ଯୁକ୍ତ ଖାଦ୍ୟ ଏହାର ପ୍ରମୁଖ କାରଣ ଅଟେ ।

ଲକ୍ଷଣ:-

ଏହି ରୋଗରେ ପ୍ରାରମ୍ଭରେ ସାମାନ୍ୟ ମୁଣ୍ଡ ବୁଲେଇବା ଠାରୁ ଆରମ୍ଭ ହୋଇ ପରେ ଶରୀରରେ ପୀଡା, ମାଂସପେଶୀରେ ଦାହ ତଥା ଶୋଥ ଉତ୍ପନ୍ନ ହୋଇଥାଏ । ରକ୍ତଚାପ ବୃଦ୍ଧି ହେବ ଯୋଗୁ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ ଏବଂ ଭବିଷ୍ୟତରେ ହୃଦ୍ରୋଗ (Heart disease), ମଧୁମେହ (Diabetes) ତଥା ପକ୍ଷାଘାତ (Paralysis ବା Brain stroke) ହେବାର ସମ୍ଭାବନା ଥାଏ ।

ଚିକିତ୍ସା :-

ଆୟୁର୍ବେଦରେ ଏହାର ଚିକିତ୍ସା ଉଭୟ ଶୋଧନ(ପଞ୍ଚକର୍ମ) ତଥା ଶମନ (ଔଷଧ ପ୍ରୟୋଗ) ଦ୍ୱାରା କରାଯାଇଥାଏ ।

୧. ରକ୍ତଚାପବୃଦ୍ଧିର ଚିକିତ୍ସା ନିମନ୍ତେ ଅଭ୍ୟଙ୍ଗ, ଶିରୋଧରା, ରକ୍ତମୋକ୍ଷଣ ଓ ବିରଚନ ଇତ୍ୟାଦି ପଂଚକର୍ମ ର ପ୍ରୟୋଗ କରାଯାଏ ।

୨. ଚନ୍ଦ୍ରକଳା ରସ, ମୁକ୍ତାଭସ୍ମ, ପ୍ରବାଳ ଭସ୍ମ, ସର୍ପଗନ୍ଧା ବଟୀ ଇତ୍ୟାଦି ଔଷଧ ର ପ୍ରୟୋଗ ଦ୍ୱାରା ସୁଫଳ ମିଳିଥାଏ ।

୩. ଲବଣ ଜାତୀୟ ଦ୍ରବ୍ୟ, ଅତ୍ୟଧିକ ବସାଯୁକ୍ତ ଖାଦ୍ୟ ଓ ପାନୀୟ, ମଦ୍ୟପାନ ଏବଂ ଧୂମ୍ରପାନ ଠାରୁ ଦୂରେଇ ରହିବା ଉଚିତ ।

୪. ନିୟମିତ ବ୍ୟାୟାମ, ଯୋଗ ଏବଂ ପ୍ରଣାୟାମ କରିବା ଉଚିତ ।

 ଏଣୁ ରୋଗ ହେବା ପୂର୍ବରୁ ଆମେ ସଚେତନ ରହି ନିଜକୁ ତଥା ଅନ୍ୟମାନଙ୍କୁ ନିରୋଗ ରଖି ପାରିବା ।

 

ଡ଼ା. ସୁଶାନ୍ତ କୁମାର ସାହୁ

ଆସିଷ୍ଟାଣ୍ଟ ପ୍ରଫେସର

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ପାଇକମାଲ, ବରଗଡ

ମୋ:- ୯୪୩୯୮୬୩୧୨୫

0
0
0
s2sdefault