ହେଡଲାଇନସ୍:

ରେଢ଼ାଖୋଲରେ ବ୍ଳକ ସ୍ତରୀୟ ଶିଶୁ ଜୀବନ ଶୈଳୀ ଶିକ୍ଷା ଓ ଯୈାନ ନିର୍ଯ୍ୟାତନା ରୋକିବା ପ୍ରଶିକ୍ଷଣ ଶିବିର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ଚାରମାଳ ଠାରେ ଆଦର୍ଶ ଚାଇଲ୍ଡ ଲାଇନ ପକ୍ଷରୁ ବ୍ଲକ ସ୍ତରୀୟ ଗ୍ରାମାଞ୍ଚଳର କିଶୋରୀ ବାଳିକା ଓ କିଶୋର ବାଳକ ମାନଙ୍କୁ ତାଙ୍କର ଜୀବନ ଶୈଳୀ ଶିକ୍ଷା ସହିତ ଶିଶୁ ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ରୋକିବା ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଶିଶୁ ମାନଙ୍କ ଅଧିକାର, ଯତ୍ନ ଓ ସୁରକ୍ଷା ସହିତ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ କଣ ସେ ବିଷୟରେ ମଧ୍ୟ ପୁଂଖାନୁପୁଙ୍ଖ ବୁଝାଯାଇଥିଲା l ଶିଶୁ ମାନଙ୍କ ପାଇଁ ଜରୁରୀକାଳୀନ ଦିବା/ରାତ୍ରି ନିଃଶୁଳ୍କ ସେବା ଯୋଗାଉଥିବା ଚାଇଲଡଲାଇନ ନମ୍ବର 1098 କୁ ସମସ୍ତେ ମନେ ରଖି କାମରେ ଲଗାଇବା ପାଇଁ ଜଣାଇ ଦିଆ ଯାଇଥିଲା l ଏଇ ନମ୍ବର ଯଦି ନ ଲାଗିଲା ସ୍ଥାନୀୟ ପୋଲିସ କୁ ତୁରନ୍ତ ଜଣାଇବେ, ନଚେତ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା  ଶିଶୁ ସୁରକ୍ଷା ବିଭାଗର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇପାରିବେ ବୋଲି କୁହାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ଚାଇଲ୍ଡ ଲାଇନ ସମ୍ବଲପୁରର ସଂଯୋଜକ ଯଦୁମଣି କୁମ୍ଭାର ଓ ଜ୍ୟୋତି ରାଣୀ ଶତପଥୀ ପରିଚାଳନା କରିଥିବା ବେଳେ ରେଢ଼ାଖୋଲ ଚାଇଲ୍ଡ ଲାଇନର ସଂଜୟ ସାଗର , ପୁରୁଷୋତ୍ତମ ଭୋଇ , ଜ୍ୟୋସ୍ନା ନାଏକ ସହଯୋଗ କରିଥିଲେ ।

0
0
0
s2sdefault