ହେଡଲାଇନସ୍:

ଉତ୍କଳିୟମ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆଜି ବିଶ୍ୱ ମାନବାଧିକାର ଦିବସ l ଏହି ଅବସରରେ ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ସମ୍ବଲପୁର ଜିଲ୍ଳା ଶାଖା ପକ୍ଷରୁ  ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ ହୋଇଛି l ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଯୁଯୋମୁରା ପଞ୍ଚାୟତ ସମିତି ଅନ୍ତର୍ଗତ ମେଘପାଳ ପଞ୍ଚାୟତର ମାରଙ୍ଗବାହାଲ ଠାରେ ମାନବାଧିକାର ଉପରେ ସଚେତନ କରାଯିବା ସହିତ  ସାସ୍ଥ୍ୟ ଅଧିକାର ଉପରେ ଗୁରୁତ୍ୱ ଦେଇ ନିମୋନିଆ ସଂପର୍କରେ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା l ଉତ୍କଳିୟମ୍  ଫାଉଣ୍ଡେସନ ରାଜ୍ୟ ମହା ସଚିବ ଡା.ରାଜାରାମ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ମେଘପାଳ ସରପଞ୍ଚ ମମତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ମନୋରଞ୍ଜନ ନାଏକ ଯୋଗଦାନ କରିଥିଲେ l ଠିକ ସେହିପରି ଉତ୍କଳୀୟ ଫାଉଣ୍ଡେସନ ର ପଶ୍ଚିମ ଓଡିଶା ସଂଯୋଜକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଜ଼ିଲ୍ଲା ର ରେଙ୍ଗାଲି ବ୍ଲକ ସାଳଡ ଗ୍ରାମ ପଞ୍ଚାୟତ କାଶିପାଲି ଠାରେ ପାଳିତ ହୋଇଛି ବିଶ୍ୱ ମାନବାଧିକାର ଦିବସ l ଯୁବ ସାମାଜିକ କର୍ମୀ ମଣ୍ଟୁ ବିଶ୍ବାଳ ଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ଏଥିରେ ଅଂଶ ଗ୍ରହଣ କରି ମାନବା ଅଧିକାର ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ  l ସଙ୍ଗଠନ ର ଜ଼ିଲ୍ଲା ସଭାପତି ସରୋଜ ସାହୁ ଙ୍କ ନେତୃତ୍ୱ ରେ ମହାନଗର ନିଗମ ଅଂଚଳରେ ମଧ୍ୟ  ପାଳିତ ହୋଇଛି ବିଶ୍ୱ ମାନବାଧିକାର ଦିବସ l ଏହି ସମସ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ କରୋନା ଗାଇଡ଼ଲାଇନ କୁ ପାଳନ କରାଯିବା ସହିତ  ଉପସ୍ଥିତ ଜନସାଧାରଣ ଙ୍କୁ କରୋନା ସଚେତନ ମଧ୍ୟ କରାଯାଇଥିଲା l

         

0
0
0
s2sdefault