ହେଡଲାଇନସ୍:

ପରୀ ମୃତ୍ୟୁ ରହସ୍ୟର ଆଉ ଏକ ଦିଗ ଉନ୍ମୁକ୍ତ କଲା ବାବୁଲିଙ୍କ ବୟାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସରପଂଚଙ୍କ ପ୍ରତିଶୋଧ ମାନସିକତା ମୋ ବିରୋଧରେ ଷଡଯନ୍ତ୍ରର ମୁଖ୍ୟକାରଣ" 

  "ଝିଅଟା କୁଆଡେ ଗଲା | ଯୋଉଦିନ ସେ ଝିଅ ଗଲା, ସେମାନେ ଚୁପଚାପ ଥିଲେ | ସେମିତି ସିରିଆସଲି ଖୋଜାଖୋଜି ନାହିଁ | ତାର ଠିକ ୧୦ ଦିନ ପରେ ଏଗାର  ଦିନ ଏମାନେ ଘିଅ ଖାଇଦେଲେ | ଆମେ ଗାଁ ଲୋକ ସନ୍ଦେହ କରି ଖୋଳତାଡ କଲୁ ତାଙ୍କୁ ପଚାରିଲୁ | ହେଲେ କଥା ଯେତେବେଳେ ସେମାନଙ୍କ ଆଡକୁ ଆସିଲା, ସେତେବେଳେ ସେମାନେ ମୋ ବିରୋଧୀ ସହିତ ଯୋଡି ହୋଇଗଲେ | ମୋ ଉପରେ ପ୍ରତିଶୋଧ ପରାୟଣ ହୋଇଥିବା ସରପଂଚ ସୌମ୍ୟରଂଜନ ମୋତେ ଜେଲ ପଠାଇବା ପାଇଁ ପରୀ ବାପାମାକୁ ମୋହରା ଭାବେ ବ୍ୟବହାର କଲେ | ଆଉ ତାପରେ ଗୋଟେ ପିଲା ବିଷ ଖିଆ ଘଟଣାରେ ମୋ ନାଁରେ କେଶ ଦେଲେ | ସେ ମାମଲାରେ ମୁ ବେଲ ପାଇଁ ଆବେଦନ କରିବା ପରେ ମତେ ଯେମିତି ବେଲ ନମିଳିଵ ସେଥିପାଇଁ ଏତେ ସବୁ ପ୍ରହସନ | ସରପଂଚଙ୍କ ଲକ୍ଷ ଥିଲା ମୁ ଜେଲ ଯାଏ, କାରଣ ସେ ପୋଲିସକୁ ଚପଲରେ ମାରି ଜେଲ ଯାଇଥିବା ବେଳେ ସେ ଭାବିଥିଲେ ତାଙ୍କୁ ଜେଲ ପଠାଇବା ପଛରେ ମୋ ହାତ |  ବାସ ଏଇ ପ୍ରତିଶୋଧରୁ ଷଡଯନ୍ତ୍ର | ମୋତେ ହତ୍ୟାକାରୀ ସଜେଇ , ସେଥିରେ ରଙ୍ଗ ଦେବା ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ନାମକୁ ଯୋଡି ଆତ୍ମଦାହ ଉଦ୍ୟମ ନାଟକ | ହେଲେ ଆଜ୍ଞା ମତେ କହିଲେ.... ଯାହାର ପିଲାଟା ନିଖୋଜ ଥାଏ ସେ ଖୋଜାଖୋଜି ନକରି କେମିତି ସେଇଦିନ ମରିଗଲାବୋଲି ଭାବି ୧୧ ଦିନ ରେ ଘିଅ ଖାଇବ !!! ଏହାର ଅର୍ଥ ଛୁଆ ମରିଯାଇଛି ବୋଲି ସେମାନେ ନିଶ୍ଚିତ | ସେମାନଙ୍କ ଜାଣତରେ ସେମିତି ଗୋଟେ କିଛି ଘଟଣା ଘଟିଛି ବୋଧେ !!!! "

  • "ଆମେ ଗାଁ ଲୋକ ପରୀ ଘଟଣାରେ ଖୋଳତାଡ କରିବାରୁ ତା ବାପାମା ପଲଟିଗଲେ"

  • "ମୋ ବିରୋଧୀ ସରପଞ୍ଚଙ୍କ ସହିତ ଯାଇକି ହାତ ମିଳାଇଲେ ଆଉ ମୋହରା ସାଜିଲେ"

  • "ତଦନ୍ତ ହେଲେ ପରି ହତ୍ୟାକାରୀ କିଏ ଜଣାପଡିବ, ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ"  

ନୟାଗଡ  ( ଶାସକ ପ୍ରଶାସକ)  " ସରପଂଚ ମୋ ଭିତରେ ଭଲ ସମ୍ପର୍କ ନଥିଲା | ପୋଲିସକୁ ଅସଦାଚରଣ କରିବା ସହ ପୋଲିସକୁ ଚପଲରେ ମାରିବା ଯୋଗୁ ସରପଂଚ ସୌମ୍ୟରଂଜନ ଜେଲ ଯାଇଥିଲେ | ତାଙ୍କର ମୋ ଉପରେ ଆକ୍ରୋଶ ଥିଲା ଯେମୋ ଯୋଗୁ ଜେଲ ଗଲେ |  ସେତ ଗୋଟେ ରାଗ ରଖି ମତେ ବି ଦିନେ ନା ଦିନେ ଜେଲ ପଠାଇବାକୁ କହିଥିଲେ | ଅପରପକ୍ଷରେ  ପରିର ବାପା ବୀର ପୁଅକୁ ବିଷ ଖୁଆଉଥିବା ବିଷୟ ଧରା ପଡିଯିବା ପରେ ସେ ବି ସେଥିରୁ ବର୍ତ୍ତିବା ପାଇଁ  ସରପଂଚଙ୍କ ଦ୍ୱାରସ୍ଥ ହୋଇଥିଲା | ଆଉ ସରପଂଚ ତାକୁ ବକରା  ବନାଇ ମୋ ଉପରେ ଥିବା ପୁରୁଣା ରାଗ ସୁଝାଇବା ପାଇଁ ଗୋଟେ ଷଡଯନ୍ତ୍ର ମୋ ବିରୋଧରେ ଆରମ୍ଭ କଲେ | ବୀର ପୁଅ ବିଷ ଖାଇବା ମାମଲାରେ ମୋ ନାଁରେ ମାମଲା ରୁଜୁ କରି ମୋତେ ବାନ୍ଧିବାକୁ ଷଡଯନ୍ତ୍ର କରିଥିଲେ | ମତେ କେମିତି ବେଲ ନମିଳିଵ ସେଥି ପାଅ ସେ ଆତ୍ମାହୁତି ଉଦ୍ୟମ ନାଟକ ରଚା ଯାଇଥିଲା | ସେଇଟା ଅରୁଣ  ସାହୁଙ୍କ ବିରୋଧରେ ନଥିଲା କି ମୁଁ ପିଲା ମାରିଛି ବୋଲି ଅଭିଯୋଗରେ ନଥିଲା | ଏଭଳି ଅଭଯୋଗ ଉଠାଇ ବିଧାନସଭା ଆଗରେ ନାଟକ ବାଜି କରି ହୋ ହାଲ୍ଲା କଲେ ମୋ ବେଲ ମତେ ମିଳିବ ନାହିଁ ବୋଲି ସେମାନଙ୍କ ଯୋଜନା ଥିଲା | ଏ ଘଟଣାରେ ଅରୁଣ ସାହୁଙ୍କର କୌଣସି ସମ୍ପୃକ୍ତି ନାହିଁ କି ମୋର ବି ନାହିଁ, ଚାଲିଛି ଆଜ୍ଞା ଗୋଟେ ରାଜନୀତି | ତଦନ୍ତ ପରେ ସବୁ ଜଣାପଡ଼ିଯିବ "  ବୋଲି ପରି ମୃତ୍ୟୁ ଘଟଣାରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିବା ନୟାଗଡ଼ର ବାବୁଲି ନାୟକ ସ୍ପଷ୍ଟ କରିଛନ୍ତି | 

ସାରା ରାଜ୍ୟରେ ପରି ମୃତ୍ୟୁ ନେଇ ବିବାଦ ତେଜିବାରେ ଲାଗିଛି । ନୟାଗଡ ଯଦୁପୁର ଗାଁରେ ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକ ଶେଷରେ ମୁହଁ ଖୋଲିଛନ୍ତି । ଘଟଣାରେ ସେ ନିର୍ଦ୍ଦୋଷ ବୋଲି କହିଛନ୍ତି ବାବୁଲି । ବାବୁଲି କହିଛନ୍ତି " ଏଥିରେ ନା ମୋର ସମ୍ପୃକ୍ତୁ ଅଛି ବା ମନ୍ତ୍ରୀଙ୍କର ବି କୌଣସି ସଂପୃକ୍ତି ନାହିଁ । ଗାଁ ସଂରପଚ ସୌମ୍ୟରଂଜନ ତାଙ୍କୁ ବଦନାମ କରୁଛନ୍ତି । ସିବିଆଇ ତଦନ୍ତ ହେଲେ ବି ସେଥିରେ ସେ ସହଯୋଗ କରିବେ । ଆଜି ପର୍ଯ୍ୟନ୍ତ ଯେତେ ଖବର ପ୍ରସାରିତ ହୋଇଛି ତାହା ଉଦ୍ଦେଶ୍ୟମୂଳକ ଭାବେ ଚାଲିଛି ସରପଂଚ ସୌମ୍ୟରଞ୍ଜନଙ୍କ ଇଙ୍ଗିତରେ ଏକତରଫା ଭାବେ ପରିର ବାପା ମାଙ୍କ ବିବୃତ୍ତିକୁ ଆଧାର କରି | ମୋତେ କି ଆମର କୌଣସି ଗାଁ ଲୋକଂକ ମତ ନେବା ପାଇଁ କୌଣସି ଗଣମାଧ୍ୟମ କେବେ ଆଗ୍ରହ ପ୍ରକାଶ ନକରି ମୁ ଗାଁରେ ଥାଇ ମତେ ଦେଖି ନଦେଖିଲା ଭଳି ଯେଇଛନ୍ତି ମିଡ଼ିଆ ଭାଇ ମାନେ ଆଉ ମତେ ଫେରାର ଦେଖାଇ ଚାଲିଛନ୍ତି | ମୁଁ ତ ମୋ ଘରେ ଅଛି, ମତେ କେବେ ଆସି ପଚାରିଛନ୍ତି ! ଏଇ ପରି ହତ୍ୟାକାଣ୍ଡରେ କେତେଥର ଆମ ଗାଁକୁ ମିଡ଼ିଆ ଭାଇ ଆସିଛନ୍ତି |ମତେ ଦେଖନ୍ତି, ମୁଁ ଦୁଆରେ ବସିଥାଏ | ସେମାନେ ପରି ଘରକୁ ଯାନ୍ତି ଆଉ ପରି ବାପା ମା ସଂଗେ କଥା ହୁଅନ୍ତି | ମୋ ଗାଁରେ ଆଉ କୌଣସି ଲୋକଙ୍କୁ ପଚାରନ୍ତି ନାହିଁ | ମୋ ନାରେ ତମାମ ଅଭିଯୋଗ ଆଗରୁ ହେଇନଥିଲା | ଏବେ ମାତ୍ର ଗୋଟେ ମାସ ହେଲା ଏ ଅଭିଯୋଗ ହେଲା | ମୁଁ ପରିକି ହତ୍ୟା କରିଛି ବୋଲି ସେ ଅଭିଯୋଗ ବି ହୋଇନଥିଲା | ଏବେ ପରିର ବାପା ବିରର ପୁଅକୁ ବିଷ ଖୁଆଉଥିବା ଆମେ ଜାଣିଲା ପରେ ସେ ସରପଂଚଙ୍କ ଦ୍ୱାରସ୍ଥ ହୋଇଛି | ସରପଂଚ ତାଙ୍କୁ ବେକାର ବନାଇଛନ୍ତି ମୋ ବିରୋଧରେ ଥିବା ତାଙ୍କର ପୁରୁଣା ରାଗ ସୁଝାଇବା ପାଇଁ | କାରଣ  ସରପଂଚଙ୍କ ସହ ମୋର ମତାନ୍ତର ଥିଲା | ଏଇ ମାସେ ହେଲା ସରପଂଚଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରରେ ସାମିଲ ହୋଇ ତାଙ୍କ ଦ୍ୱାରା ଘୋଷା ଯାଉଥିବା ସଂଳାପ କହି ପରି ଘଟଣାରେ ମୋ ନାଁକୁ ଯୋଡି ଓ ଧୀରେ ଧୀରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଯୋଡି ଏ ପୁରା ଏପିସଦ ରଚାଯାଇଅଛି | ମୁଁ କଣ ଲୋକ କହିବେ , ଲଲିସ କହିବା ଓ ପ୍ରଶାସନ କହିବା | ପରି ଘଟଣା ପରେ ଆମ ଗାଁ ବହୁତ ଖୋଳତାଡ କଲା | ବହୁତ କଥା ହୋଇଛି | ସବୁ ପ୍ରକାର ସହଯୋଗ କରିବାକୁ ଗାଁ ଲୋକ ରାଜି ହୋଇଛନ୍ତି | ଆମ ଗାଁ ବସିଛି | ନିୟମ ପ୍ରମାଣ ହେଇଛି | ହେଲେ କଥାଟା ଯେତେବେଳେ ସେମାନଙ୍କ ପଟକୁ ଢ଼ଳିଲା ବା ତାଙ୍କ ପରିବାର ଲୋକ ସମ୍ପୃକ୍ତ ଅଛନ୍ତି ବୋଲି ଜଣାପଡିଲା, ତାପରେ ଏ ସବୁ ଷଡଯନ୍ତ୍ର କରାଗଲା |" 

ବାବୁଲି କହିଛନ୍ତି ଯେ, "ଝିଅ ଯେଉଁଦିନଠୁ ନିଖୋଜ ହେଲା, ସେଇ ଦିନଠୁ ସେମାନେ ଭାବିନେଲେ ଯେ ଝିଅ ମରିଯାଇଛି ବୋଲି | ଆମେ ଭାବିଲୁ ସେମାନେ ସେମିତି କିଛି ଅକାରାନ୍ସ କରିଛନ୍ତି ବୋଧେ, ତେଣୁ ଯେଉଁଦିନ ୧୧  ଦିନ ହେଲା ସେଇଦିନ ଘିଅ ଖାଇଦେଲେ | ଆମ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଲା | ଆମେ ଯେତେବେଳେ କହିଲୁ ଯେ ତମର ଭାଇ ବୋଧେ ମାରିଛି , ସେତେବେଳେ ସେ କହିଲେ ନା ମୋ ଭାଇ କି ଭାଉଜ ମାରିନାହାନ୍ତି | ସେଇ ଦିନଠୁ ମୋ ସହିତ ଶତ୍ରୁତା ହେଲେ | ମୋର ଯିଏ ବିରୋଧୀ ତା ପାଖକୁ ଗଲେ | ସେ ଯାହା ବତାଇଲେ ସେ ଅନୁସାରେ ସେମାନେ କଲେ |ଆଉ ତାପରେ ମୋ ନା ଯୋଡ଼ା ହେଲା ଆଉ ମୋ ସହ ମନ୍ତ୍ରୀଙ୍କ ନା  ବି ଯୋଡ଼ା ହେଲା | ମୋ ନାଁରେ ଅଭିଯୋଗ ଆଣିଲେ ମୁଁ ନିଶା ବେପାର କରୁଛି | କିଡ୍ନୀ ବେପାର କରୁଛି | ମନ୍ତ୍ରୀ ସହଯୋଗ କରିଛନ୍ତି | ହେଲେ ମୁଁ କଣ କରୁଛି କଣ ନାହିଁ ଜିଲ୍ଲା ପ୍ରଶାସନ , ପୋଲିସ ଓ ମୋ ଅଂଚଳର ଲୋକଙ୍କ ପାଖରେ ହିସାବ ଅଛି | ମୋର ବୟସ ୫୧ | ଅରୁଣ ବାବୁ ଏବେ ବିଧାୟକ ମନ୍ତ୍ରୀ ହେଲେ, ମୋର ବୟସ ୫୧ ବର୍ଷ  ଓ ରାଜନୀତି  କରିବାର ୩୦ ବର୍ଷ ହେଇଗଲା | ମୋ ନାଁରେ କେତେ ମାମଲା ଅଛି କି ମୋ ବିରୋଧରେ ଆଗରୁ କି ଅଭିଯୋଗ ଅଛି କାଢନ୍ତୁ | ଜଣେ ଲୋକ ମୋ ବିରୋଧରେ ତା ରାଗ ଶୁଝାଇବା ପାଇଁ ଷଡଯନ୍ତ୍ର କରିଚାଲିଛି ଆଉ ବିରୋଧୀ ମାନେ ତାକୁ ଆଧାର କରି ମୋ ନାଁରେ ଅଭିଯୋଗ ଆଣି ଆତ୍ମାହୁତି ନାଟକ କରିବା ସହ ମନ୍ତ୍ରୀଙ୍କୁ ମୋ ସହ ଯୋଡି ରାଜନୀତି କରୁଛନ୍ତି | ପରିକୁ ନ୍ୟାୟ ଦେବା ପାଇଁ କାହାର ଆନ୍ତରିକତା ନାହିଁ | ବିରୋଧୀ ଦଳ କେବଳ ଭ୍ରମ ସୃଷ୍ଟି କରିଛନ୍ତି | ପ୍ରଥମେ ପରି ମୃତ୍ୟୁ ଘଟଣାର ପୋଲିସ ତଦନ୍ତ ଚାଲିଥିଲା | ସେମାନେ ଦାବି କଲେ କ୍ରାଇମବ୍ରାଞ୍ଚକୁ ଦିଅ | ତାପରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଥିଲା | କ୍ରାଇମବ୍ରାଞ୍ଚକୁ ଦେଲା ପରେ କହିଲେ ଏସଆଇଟିକୁ ଦିଅ | ଏସଆଇଟିକୁ ଦିଆ ହେଲା | ସେମାନେ ଏବେ କହୁଛନ୍ତି ଏବେ ସିବିଆଇକୁ ଦିଅ | ଏହାର ମତଲବ ହେଲା ଯେ ପରିର ହତ୍ୟାକାରୀ ଧରା ନପଡୁ ଓ ସ୍ଥିତି ଏମିତି ଗୋଳିଆ ହୋଇଥାଉ |"  

   ସରପଂଚଙ୍କର ଆପଣଙ୍କ ଉପରେ କି ରାଗ ବୋଲି ପ୍ରଶ୍ନ ହେବାରୁ ବାବୁଲି କହିଚ୍ଛନ୍ତି " ମୋ ଉପରେ ସରପଂଚଙ୍କ ରାଗର କାରଣ ଯେ ସେ ପୋଲିସକୁ ଚପଲରେ ମାରିବା ଅଭିଯୋଗରେ ପୋଲିସ ତାଙ୍କୁ ଜେଲ ପଠାଇଥିଲା | ଜେଲ ଯାଇଥିବା ସରପଞ୍ଚ ଭାବିଲେ ଯେ ସେ ମୋ ଯୋଗୁ ଜେଲ ଗଲେ | ଆଉ ଜେଲରୁ ଆସିବା ପରେ କହିଥିଲେ" ସେ ବାବୁଲି ନାୟକ ମତେ ଜେଲ ପଠାଇଲଲ , ମୁଁ ବି ତାକୁ ଜେଲ ପଠାଇବି | ତେଣୁ ଅଶୋକକୁ ମୋହରା କରି ମୋତେ ଜେଲ ପଠାଇବା ପାଇଁ ବିର ପୁଅ ବିଷ ଖାଇବା ଘଟଣାରେ ମୋ ନାଁରେ କେଶ ଦେଇଥିଲେ | ସେଇ ମାମଲାରେ  ବେଲ ଆଣିବାକୁ ଆବେଦନ କରିଥିଲି | ମୋର ବେଲ କେମିତି ନହେବ ସେଥିପାଇଁ ସରପଂଚ ଓ ତାଙ୍କ ଗୋଷ୍ଠୀ ଉଦ୍ୟମ କଲେ | ମୁଁ ଯେତେବେଳେ ହାଇକୋର୍ଟରୁ ବେଲ ପାଇବା ପାଇଁ ଅନୁମତି ପାଇଲି ଓ ଏସଡିଜେଏମ କୋର୍ଟରେ ବେଲ ଆବେଦନ କଲି, ମୋର ବେଲ କେମିତି ନହେବା ସେଥିପାଇଁ  ସରପଂଚ ସୌମ୍ୟରଞ୍ଜନ, ଜିତୁ ଦାଶ, ସନ୍ତୋଷ ପ୍ରଧାନ ଓ ଆଉ ସେ ହାତୀ ବାବୁଲି ନାୟକ ବସିକି ଗୋଟେ ଷଡଯନ୍ତ୍ର କଲେ | ମୋର ବେଲ ଷୋମବାର ହେବାର ଥିଲା ଆଉ ସେମାନେ ସୋମବାର ଦିନ ନିଆଁଜାଳି ପ୍ରତିବାଦ କରି ମୋ ବେଲ ନହେବା ପାଇଁ ଚାପ ପକାଇବା ସକାଶେ ଯୋଜନା କରାଇଥିଲେ | ହେଲେ ମୋ ଲୋକଙ୍କଠୁ ଖବର ପାଇବା ପରେ ମୁଁ ଷୋମବାର ଦିନ ଆଉ ବେଲ ହେଲିନି | ସେମାନେ ଆଉ କିଛି ଉପାୟ ନପାଇ ସେଠୁ ପରିର ବାପାମାକୁ ଧରି ଭୁବନେଶ୍ୱର ପଳେଇଲେ | ସେଠି ଉଭୟେ କିରାସିନୀ ଢାଳି ହୋଇ ମୋ ବେଲ ଘୁଞ୍ଚାଇବା ପାଇଁ ମୋତେ ପରିର ହତ୍ୟାକାରୀ ବୋଲି ସଜାଇ ମୋତେ ଗିରଫ ଦାବି କଲେ | ହେଲେ କିରୋସିନି ଢ଼ାଳିବା ବେଳକୁ ମୋତେ ଏସଡିଜେଏମ ବେଲ ଦେଇ ସାରିଥିଲେ | ସରପଂଚ ସୌମ୍ୟରଂଜନ ମୋର ବେଲ କରାଇନଦେବାକୁ ସେ ଆତ୍ମାହୁତି ନାଟକର ଷଡଯନ୍ତ୍ର କରିଥିଲେ | ମୋଟେ ହତ୍ୟାକାରୀ ବୋଲି ଅଭିହିତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁକୁ ମଧ୍ୟ ମୋ ନାଁଯୋଡ଼ିଦେଇଥିଲେ"  ବୋଲି କହିଛନ୍ତି ବାବୁଲି | 

 

 

0
0
0
s2sdefault