ହେଡଲାଇନସ୍:

ଇସ୍ତଫା ଦାବୀରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ

 ପରୀ ଘଟଣା ସିବିଆଇ ଦ୍ୱାରା ତଦନ୍ତ କରାଯାଉ

ଭୂବନେଶ୍ୱର : ପରି ହତ୍ୟା ଘଟଣାରେ  ମନ୍ତ୍ରୀ ଅରୁଣ ଇସ୍ତଫା ଦାବି ନେଇ ଆଜି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରାଓ ଉଦ୍ୟମ କରିଥିଲେ । ମାତ୍ର ରାଜ୍ୟ ସରକାର ପୋଲିସ ଓ ପ୍ରଶାସନ କଳକୁ ଅପବ୍ୟବହାର କରି ମହିଳା କାର୍ଯ୍ୟକର୍ତାଙ୍କୁ ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତି ଗିରଫ କରିଲେ, ଏହା ଦ୍ୱାରା ସତ୍ୟକୁ କେବେହେଲେ ରୋକାଯାଇ ପାରିବେ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ପରୀ ଗରିବ ଅଟୋ ଡ୍ରାଇଭରର ଝିଅ । ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା ? ଦୀର୍ଘ ୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା ? ପରୀର ବାପା, ମାଁ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର କହିବା ସତ୍ୱେ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ? କାହାର ପ୍ରରୋଚନାରେ ପୋଲିସ ପ୍ରଶାସନ ପରୀର ବାପା, ମାଁଙ୍କୁ ୫ ଲକ୍ଷ ଟଙ୍କା ଯାଚିବା ସହ ବିଭିନ୍ନ ପ୍ରଲୋଭନ ଦେଇ ମାମଲାକୁ ଚାପି ଦେବାର ପ୍ରୟାସ କରାଯାଉଛି ?ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି । ପରୀର ବାପା, ମାଁ ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି । ଏ ସମସ୍ତ ଘଟଣାର ସତ୍ୟାସତ୍ୟ ପର୍ଦ୍ଧାଫାଶ ହେବା ନିହାତି ଜରୁରୀ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି । ନିଜ ଭାବମୁର୍ତି ଭଙ୍ଗ ହେଲେ, ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାରର ଯଥାସମ୍ଭବ ରଣକୈାଶଳ ଆପଣାଇ ଏଭଳି ସ୍ପର୍ଶକତା ଘଟଣାମାନକୁ ଚାପି ଦେବାର ହୀନ କଳା କୈାଶଳ ପନ୍ଥା ଆପଣାଇ ଥାଆନ୍ତି ।ପରୀ ପ୍ରସଙ୍ଗରେ ମଧ୍ୟ ଶାସକ ବିଜେଡି ସେହି ସମାନ ରଣକୈାଶଳ ଆପଣାଇଛି । ମାତ୍ର ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଏସଆଇଟି ତଦନ୍ତ ନିର୍ଦ୍ଦେଶ  ଦେଇ ନିଜ ପୋଲିସ ବିଭାଗ ବିଫଳ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି । ଅନ୍ୟ ପଟେ, ମନ୍ତ୍ରୀ ପଦରେ ରହି ସମଗ୍ର ତଦନ୍ତ ପ୍ରକ୍ରିୟାକୁ ମନ୍ତ୍ରୀ ଅରୁଣ ସାହୁପ୍ରଭାବିତ କରିବେ ବୋଲି ଆଜିର ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ତେଣୁ ରାଜ୍ୟ ସରକାର ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ଓ ନିରପେକ୍ଷ, ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ଏବଂ ସର୍ବୋପରୀ ପରୀକୁ ନ୍ୟାୟ ପାଇଁ ସିବିଆଇ ଦ୍ୱାରା ତଦନ୍ତ ଦାବୀ କରୁଛୁ । ନଚେତ ରାଜ୍ୟ ସରକାରଙ୍କ ସ୍ୱଚ୍ଛାଚାରିତ ମନୋଭାବ ଓ ଆଚରଣ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ  କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୁଚନା ଦେଇ କହିଛନ୍ତି ।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ସମେତ ଆଜିର ଏହି ବିକ୍ଷୋଭ ଓ ଘେରାଓ କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁଙ୍କ ସମେତ ଇରାନୀ ରାୟ, କାନନବାଲା ପଟ୍ଟନାୟକ, କସ୍ତୁରୀ ମିଶ୍ର, ରଶ୍ମୀରେଖା ଦାଶ, ମନ୍ଦାକିନୀ ପାତ୍ର, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଧମ, ପବୀଣା ମହାପାତ୍ର, ପ୍ରବିଣା ଭଞ୍ଜଦେଓ, ଯାଜ୍ଞସେନୀ ଜେନା, ହରପ୍ରିୟା ସାହୁ, ପ୍ରିୟଦର୍ଶିନୀ ନନ୍ଦ, ମିନାଲତା ମହାନ୍ତି, ନିରୋଜ ନାଲିନୀ ମହାଲିକ ଓ ଶତାଧିକ ମହିଳା କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

 

0
0
0
s2sdefault