ହେଡଲାଇନସ୍:

   ଆସନ୍ତା କାଲି ରାଜରାସ୍ତା ଜାମ କରିବେ ଚାଷୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆସନ୍ତା କାଲି  ସମ୍ବଲପୁର ସହ  ସମଗ୍ର ପଶ୍ଚିମ ଓଡ଼ିଶାରେ ହେବ ଚାଷି ଆନ୍ଦୋଳନ । ରାଜ୍ୟ  ସରକାରଙ୍କ ତୃଟିପୂର୍ଣ୍ଣ ଧାନକ୍ରୟ ନିତି କୁ ବିରୋଧ କରି ଆସନ୍ତା କାଳିସମଗ୍ର ପଶ୍ଚିମ ଓଡ଼ିଶାରେ ପଶ୍ଚିମ ଓଡିଶା କୄଷକ ସଂଗଠନ ସମ୍ମନୟ ସମିତି ର ଆହ୍ୱାନ କ୍ରମେ ହେବାକୁ ଯାଉଛି ବଡ ଧରଣର ଆନ୍ଦୋଳନ । ଚାଷି ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଲେ ସରକାର ଦାବି ପୁରଣ ନେଇ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

ଆସନ୍ତା କାଲି ହେବ ଚାଷିଙ୍କ ଦୁର୍ବାର ଆନ୍ଦୋଳନ । ସମ୍ବଲପୁର ସମେତ ସମଗ୍ର ପଶ୍ଚିମାଞ୍ଚଳରେ ଚାଷି କରିବେ ରାଜପଥ ଅବରୋଧ । ମିଲିଥିବା ସୁଚନା ଅନୁସାରେ ଆସନ୍ତା କାଳି ସକାଳ ୧୦ ଟାରୁ ସମ୍ବଲପୁର ର ଚୌଦରି ଛକ ଠାରେ ଚାଷି ମାନେ ନିଜର ଧାନବସ୍ତା ଆଣି ରାଜରାସ୍ତା ଉପରେ ରଖି ଅନିଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ମୁଖ୍ୟତ ଧାନସଂଗ୍ରହ ପ୍ରକ୍ରିୟାରେ ଥିବା  ଟୋକନ ବ୍ୟବସ୍ଥା ର ଉଚ୍ଛେଦ ତଥା କେଉ ଜିଲ୍ଲା ରେ ଏକର ପ୍ରତି କେତେ ଧାନସଂଗ୍ରହ ହେବ ତାହା ରାଜ୍ୟ ସ୍ତର ରେ ନିଷ୍ପତ୍ତି ନିଆନଯାଇ ଜିଲ୍ଲା ସ୍ତରରେ ନିଆଯାଉ ବୋଲି ଚାଷି ଦାବି କରିଛି ।ଆଜି ସଂଧ୍ୟା ସୁଦ୍ଧା ଦାବି ପୁରଣ ନହେଲେ ଆସନ୍ତା କାଳି ଆନ୍ଦୋଳନ ହେବା ନିଶ୍ଚିତ ବୋଲି ଚାଷି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅପରପକ୍ଷରେ ଆସନ୍ତା କାଲି ଚାଷି ଙ୍କ ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସମର୍ଥନ କରିଛନ୍ତି । ବିଧାୟକ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ  ଧାନସଂଗ୍ରହ  ନିତି ତୃଟିପୂର୍ଣ୍ଣ ରହିଛି । ଏଥିରେ ସୁଧାର ହେବା ଆବଶ୍ୟକ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ତିନୋଟି କୄଷି ଆଇନ ଚାଷି ମାନଙ୍କ ର ହିତ ପାଇଁ କରାଯାଇଛି ସେ କହିଛନ୍ତି ।

 ଯଦି ରାଜ୍ୟ ସରକାର ଚାଷି ଙ୍କ ଦାବି ଉପରେ ଗୁରୁତ୍ୱ ନଦେଉଛନ୍ତି ତାହେଲେ ଆଗକୁ ଏହି ଚାଷି ଆନ୍ଦୋଳନ ର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଅଚଳାବସ୍ଥା ସୄଷ୍ଟି ହେବାର ସମ୍ବାବନା ସୄଷ୍ଟି ହୋଇଛି ।

0
0
0
s2sdefault