ହେଡଲାଇନସ୍:

ପରୀ ହତ୍ୟାକାଣ୍ଡ ବଳି ବା ଦୁଷ୍କର୍ମ ପରେ ହତ୍ୟା ହୋଇଥାଇପାରେ: ସନ୍ଧ୍ୟାବତୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ରାଜ୍ୟର ବହୁଚର୍ଚ୍ଚିତ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ଜାରି ରହିଥିବା ବେଳେ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ।  ସମ୍ବଲପୁର ଗସ୍ତରେ ଆସିଥିବା ରାଜ୍ୟ  ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ନିଜେ ନୟାଗଡ଼ ର ପରୀ ହତ୍ୟାକାଣ୍ଡ ହୋଇଥିବା ଗାଁ କୁ ଯାଇଥିଲେ।

ଏଥିସହ  ଘଟଣାସ୍ଥଳକୁ ପରିଦର୍ଶନ କଲା ପରେ ତାହା ବଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି | ଏହା ସହ ପରୀକୁ  ଦୁଷ୍କର୍ମ ଓ ହତ୍ୟା ବି କରାଯାଇଥିବା ସମ୍ଭାବନାକୁ  ମଧ୍ୟ ଏଡେଇ ଦେଇହେବ ନାହିଁ ବୋଲି କହିଛନ୍ତି  ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟାକ୍ଷା । ହତ୍ୟାକାଣ୍ଡ ପରେ ଭୟଭୀତ ହୋଇ  ପ୍ରମାଣ ନଷ୍ଟ ପାଇଁ କେମିକାଲ ଯୋଗେ ଶରୀରକୁ ନଷ୍ଟ କରାଯାଇଛି ବୋଲି ସେ କହିଛନ୍ତି । ଏନେଇ ସ୍ଥାନୀୟ ସେ ନୟାଗଡ଼ ଏପସିଙ୍କ ସହ ଆଲୋଚନା କରିଥିବା କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟାକ୍ଷା  ସନ୍ଧ୍ୟାବତୀ ପ୍ରଧାନ ।

0
0
0
s2sdefault