ହେଡଲାଇନସ୍:

ପାତାଳୀ ଶ୍ରୀକ୍ଷେତ୍ରର ଉନ୍ନୟନ କାମର ସମୀକ୍ଷା କଲେ ଆରଡିସି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରକୁ  ଆଜି ଉତ୍ତରାଞ୍ଚଳ ଆର୍ ଡିସି ନିରଞ୍ଜନ ସାହୁ ପରିଦର୍ଶନ କରିଥିଲେ । ଶ୍ରୀଯୁକ୍ତ ସାହୁ ପହଞ୍ଚିଲା ପରେ ପାତାଳୀ ଟ୍ରଷ୍ଟ ଓ ପାତାଳୀ ସେନା ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହିକ୍ଷେତ୍ରର  ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏ ଅବସରରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଉପଜିଲ୍ଲାପାଳ ଅଶୋକ ଭୋଇ, ବିଡିଓ ହେମାସାଗର ଭୋଇ, ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ । ଟ୍ରଷ୍ଟ ସଭାପତି ଉତ୍ତର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ସହଦେବ ସାହୁ, ଜଗଦିଶ କଣଂ ସମତେ ସମସ୍ତ ସଭ୍ଯ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault