ହେଡଲାଇନସ୍:

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୄଟିପୁର୍ଣ୍ଣ କୃଷିନୀତିକୁ ବିରୋଧ : ରାଜ୍ୟ କିଷାନ କଂଗ୍ରେସର ଦାବିପତ୍ର ପ୍ରଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତବିଶ୍ବାଳ) :ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୄଟିପୁର୍ଣ୍ଣ କୃଷିନୀତିକୁ ବିରୋଧ କରିଛି ଓଡିଶା ରାଜ୍ୟ ପ୍ରଦେଶ କିସାନ କଂଗ୍ରେସ କମିଟି । କମିଟି ତରଫରୁ ସମ୍ବଲପୁର ର ଆଇଡିସି କାଯ୍ୟାଲୟ ବାହାରେ ଏନେଇ ବିକ୍ଷୋଭ ପଦର୍ଶନ କରାଯିବା ସହ ର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କିସାନ କଂଗ୍ରେସ ଅଭିଯୋଗ କରିଛି ଯେ ଚଳିତ ଧାନସଂଗ୍ରହ ସମୟରେ ସମଗ୍ର ରାଜ୍ୟରେ ଚାଷୀ ଙ୍କୁ ଧାନ ବିକ୍ରି କରିବାରେ ସମସ୍ୟା ଦେଖାଦେଉଛି । ଏଥିସହ ଧାନବିକ୍ରି ପାଇଁ  ଟୋକନ ନେଇ ସମସ୍ୟା ଦେଖାଯିବା ସହ ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଛି । ତେବେ କଂଗ୍ରେସ ଦାବି ପତ୍ର ମାଧ୍ୟମରେ ଚାଷି ଙ୍କୁ କୁଇଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ପ୍ରଦାନ ସହ  ଅଣଜଳସେଚିତ ଅଞ୍ଚଳରେ ୧୬ କୁଇଣ୍ଟାଲ ଓ ଜଳସେଚିତ ଅଞ୍ଚଳରେ ୨୨ କୁଇଣ୍ଟାଲ ବିକ୍ରି ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିଛି ଦଳ ।

 ଏଥିରେ ରାଜ୍ୟ ପ୍ରଦେଶ କିଷାନ କଂଗ୍ରେସର ସଭାପତି ଅମିୟ ପଟ୍ଟନାୟକ ,ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ୱିନୀ ଗୁରୁ ଙ୍କ ସହ ,ବରଗଡ଼, ଦେବଗଡ଼, ଝାରସୁଗୁଡା,ଅନୁଗୁଳ  ସମ୍ବଲପୁର ଜିଲ୍ଲା କିସାନ କଂଗ୍ରେସ ର ସଭାପତି ମାନେ ଉପସ୍ଥିତ ରହିଥିଲେ । 

0
0
0
s2sdefault