ହେଡଲାଇନସ୍:

ସମ୍ବଲପୁରରେ ଖୋଲିବ ନାହିଁ ଧର୍ମାନୁଷ୍ଠାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେ ଏବେ ଖୋଲିବ ନାହିଁ ଧର୍ମାନୁଷ୍ଟାନ । ଏବେ ଜିଲ୍ଲା ରେ ସଂକ୍ରମଣ ହ୍ରାସ ପାଇଥିବା ବେଲେ ସତର୍କତା ମୂଲକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଧର୍ମାନୁଷ୍ଟାନ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରସାସନ । ଏହାକୁ ବିଭିନ୍ନ ଧର୍ମାନୁଷ୍ଠାନ  କମିଟିର ସଭ୍ୟ ମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

 ସମ୍ବଲପୁର ଜିଲ୍ଲା ରେ ଧର୍ମାନୁଷ୍ଟାନ ଖୋଲିବା କୁ ନାଁ । ସମଗ୍ର  ଜିଲ୍ଲା ରେ ଧର୍ମାନୁଷ୍ଟାନ ଖୋଲିବାକୁ ପ୍ରସାସନ ର ନାଁ । ଆଗକୁ ଡିସେମ୍ବର ମାସରେ ପ୍ରବଳ ଥଣ୍ଡା ହେବାକୁ ଥିବାରୁ ଓ ବଡଦିନ ,ନବ ବର୍ଷ ପାଇଁ ବିଭିନ୍ନ ଧର୍ମାନୁଷ୍ଟାନ ରେ ଭିଡ ହେବାର ଆଶଙ୍କା ଥିବାରୁ ଧର୍ମାନୁଷ୍ଟାନ ଗୁଡିକୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରସାସନ । ସମ୍ବଲପୁର ଜଲ୍ଲାପାଳ ସୁଭମ ସକସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହରର ବିଭିନ୍ନ ଧର୍ମାନୁଷ୍ଟାନ ର ପ୍ରତିନିଧି, ବୁଦ୍ଧିଜୀବି ଓ ପ୍ରସାସନିକ ଅଧିକାରୀ ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କୁ ସମ୍ବଲପୁର ର ସମଲେଶ୍ବରୀ ମନ୍ଦିର କମିଟିର ମୁଖ୍ୟ ପୁଜକ ଙ୍କ   ସମେତ ସମସ୍ତ ଧର୍ମା ନୁଷ୍ଟାନ ର ପ୍ରତିନିଧି ମାନେ ସ୍ୱାଗତ କରିଥିଲେ ।

ସମ୍ବଲପୁର ଜିଲ୍ଲା ରେ ଧର୍ମା ନୁଷ୍ଟାନ ଖୋଲିବା ନେଇ ଅନୁଷ୍ଠିତ  ଗୁରୁତ୍ୱପୂର୍ଣ୍ଣ ବୈଠକରେ  କରୋନା ର ପ୍ରକୋପ ଡିସେମ୍ବର ଶେଷ ସୁଦ୍ଧା ରହିବାର ସମ୍ଭାବନା ଥିବାରୁ ଏବେ ଧର୍ମାନୁଷ୍ଟାନ ଖୋଲିବା ସମ୍ଭବ ନୁହେଁ ବୋଲି ପ୍ରଶାସନ ର ନିଷ୍ପତି ଉପରେ ଅନେକ ଦୀର୍ଘ ସମୟ ଧରି ବିଚାର ବିମର୍ଷ କରାଯାଇଥିଲା ।  ଯଦି କରୋନା ପ୍ରକୋପ ହ୍ରାସ ପାଏ ତାହେଲେ ଆସନ୍ତା ଜାନୁଆରୀ ରୁ ସମସ୍ତ ଗାଇଡ଼ଲାଇନ ସହ ମନ୍ଦିର ଖୋଲିବା ପ୍ରସଙ୍ଗ ରେ ଚିନ୍ତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରଶାସନର ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମ୍ବଲପୁର ରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରସାସନ ର ନିଷ୍ପତ୍ତି ପରେ ସମ୍ବଲପୁର ଜିଲ୍ଲା ରେ  ଧର୍ମାନୁଷ୍ଟାନ ଖୋଲିବ ନାହିଁ ଆଉ ଡିସେମ୍ବର ମାସରେ । ଭକ୍ତଙ୍କୁ  ତାଙ୍କ ଭଗବାନ ଙ୍କ ଦର୍ଶନ କରିବାକୁ ଅପେକ୍ଷା କରିବାକୁ ପଡିବ ସରକାରଙ୍କ ଜାନୁଆରୀ ମାସର ଗାଇଡ ଲାଇନ ଆସିବା ପର୍ଯ୍ୟନ୍ତ। 

0
0
0
s2sdefault