ହେଡଲାଇନସ୍:

ଭିଜିଲାନ୍ସ ଖାପଚରେ ମୁରିବାହାଲ୍ ବନବିଭାଗ ରେଞ୍ଜର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, (ଗୌରବ ଦର୍ଜୀ)-ପୁଣି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ସରକାରୀ ଅଧିକାରୀ।  ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସରକାରୀ ଅଧିକାରୀ, କର୍ମଚାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡୁଛନ୍ତି। ଏଥର ଭିଜିଲାନ୍ସ ଜାଲରେ  ଜଣେ ବନବିଭାଗ ର ରେଞ୍ଜର ରହିଛନ୍ତି। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନଖଣ୍ଡ ର ରେଞ୍ଜର ପ୍ରଶାନ୍ତ କୁମାର ନାଏକ ଙ୍କ ଘରେ ଚାଲିଛି ରେଡ। କୋଟି କୋଟି ଟଙ୍କା ର ମାଲିକ ସାଜିଥିବା ଏହି ଅଧିକାରୀ ଙ୍କ ଘରେ ଗତକାଲି ଭିଜିଲାନ୍ସ ର ଟିମ ରେଡ୍ କରିଛନ୍ତି। ଚାଲିଥିଲା ଜୋରଦାର ତନାଘନା। ଗୋଟି ଗୋଟି କରି ଚାଲିଥିଲା ନଥିପତ୍ର ଯାଞ୍ଚ, ବ୍ୟାଙ୍କ ଆକାଉଣ୍ଟ ଠୁ ନେଇ ଏଲ ଆଇ ସି ବଣ୍ଡ ଯାଏ, ଜମି ବାଡ଼ି କାଗଜ ପତ୍ର ଠୁ ନେଇ ବିଭିନ୍ନ ଦଲିଲ ପର୍ଯ୍ୟନ୍ତ ଚାଲିଥିଲା ସରଜମିନ ତଦନ୍ତ। କେତେବେଳେ କୋଠାବାଡି କୁ ମାପ କରାଯାଉଥିଲା ତ ପୁଣି କେତେବେଳେ ଗାଡି ମାନଙ୍କ ଦସ୍ତାବେଜ କୁ ନେଇ ମାରାଥନ ଜେରା। ଟିଟିଲାଗଡ଼ ସହର ହାଟପଦା ପଡା ରେ ଥିବା ମୁରିବାହାଲ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ନାଏକ ଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିଲା।  ଗତ କାଲି ଗୁରୁବାର ଦିନ ସକାଳ ୬ ଟାରୁ ଭିଜିଲାନ୍ସ ବିଭାଗ ର ଏକ ଟିମ ବେଆଇନ ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗ ନେଇ ଆସି ଚଢ଼ାଉ ଆରମ୍ଭ କରିଥିଲେ। ଏକ କାଳୀନ ତିନୋଟି ସ୍ଥାନର ଚାରୋଟି ଜାଗାରେ ଚାଲିଥିଲା ରେଡ। ମୁରିବାହାଲ ବନଖଣ୍ଡ ଅଫିସ, ସରକାରୀ ବାସ ଭବନ, ଟିଟିଲାଗଡ଼ ସହର ନିକଟସ୍ଥ ବେଳପଦର ଗାଁ ରେ ଥିବା ଫାର୍ମ ହାଉସ ସହ ଟିଟିଲାଗଡ଼ ବାସ ଭବନ ଉପରେ ହୋଇଥିଲା ରେଡ।   ରେଞ୍ଜର ଶ୍ରୀ ନାଏକ କହନ୍ତି ସରକାରୀ ଚାକିରୀ ବ୍ୟତୀତ  ବ୍ୟବସାୟ ବି କରନ୍ତି। କପଡା ମାନ ମାଗି ଆଣି ତାହା ବିକ୍ରି କରନ୍ତି। ଏକ୍ସପୋର୍ଟ, ଇମ୍ପୋର୍ଟ କରନ୍ତି, ଗାଡି ମାନ ଭଡାରେ ଲଗାନ୍ତି, ପ୍ରତିମାସ ଟ୍ୟାକ୍ସ ବାବଦକୁ ୬୦ ଲକ୍ଷ ଟଙ୍କା ଦେଉଛନ୍ତି। ଅନେକ ବ୍ୟବସାୟ କରୁଛନ୍ତି ଏବଂ ସେଠାରୁ ଟଙ୍କା ରୋଜଗାର କରୁଛନ୍ତି, ଦୁଇ ଗୋଟି ବ୍ୟାଙ୍କରୁ ପ୍ରାୟ ୨୬   ଲକ୍ଷ ଟଙ୍କା ଋଣ ଆଣିଥିବା କହିଛନ୍ତି। ଅନେକ ବ୍ୟାଙ୍କ୍ ଆକାଉଣ୍ଟ ରହିଥିବା କଥା ଭିଜିଲାନ୍ସ ପକ୍ଷ ରୁ କହିଛନ୍ତି । କିଛି ବ୍ୟାଙ୍କ୍ ଆକାଉଣ୍ଟ ରେ ପ୍ରାୟ ତିରିଶ ଲକ୍ଷ ଥିବା କହିଛନ୍ତ।  ତେବେ ସବୁ ଠାରୁ ଆଶ୍ଚର୍ଯ୍ୟ ର କଥା ଯେ କପଡା ମାନ ମାଗି ଆଣି ତାହା ବିକ୍ରି କରିବା ଘଟଣା ରହିଛି ଏବଂ ଦୁଇ ଗୋଟି ଗାଡି ର ଭଡା କଥା କହୁଥିବା ବେଳେ ଗୋଟିଏ ଗାଡି କିଛି ଦିନ ତଲେ ଅଣାଯାଇଥିବା ସୂଚନା ରହିଛି।ଏମିତି ସ୍ଥଳେ କେମିତି ଗାଡି ଭଡା ପାଉଥିଲେ ତାହା ଏବେ ଏକ ବଡ଼ ପ୍ରଶ୍ନ ବାଚୀ ହୋଇ ରହିଛି। ଶ୍ରୀ ନାଏକ ଙ୍କ ନାମରେ ଅନ୍ୟ ଦୁଇଟି ଗାଡ଼ି ଥିବା ବେଳେ ତାହା ଉପହାର ପାଇଥିବା କହିଛନ୍ତି। ଯାହା ନାମରେ ଗାଡ଼ି ଅଛି ସେ ହେଉଛନ୍ତି ରତନ ଭାଟି। ସେ କୌଣସି ଗଡ ଉପହାର ଦେଇ ନ ଥିବା କହିଥିବା ବେଳେ ସେ ଜଣେ ଗାଡ଼ି ଡ୍ରାଇଭର ବୋଲି ସ୍ବୀକାର କରିଛନ୍ତି। ଶ୍ରୀ ନାଏକ ଙ୍କ ଟିଟିଲାଗଡ଼ ସହର ନିକଟସ୍ଥ ବେଳପଦର ଗାଁ ରେ  ଫାର୍ମ ହାଉସ ୨ଏକର ୪୭ ଡିସମିଳ ଜାଗାରେ ରହିଥିବା ବେଳେ ସେଠାରେ ଏକ ଦୁଇମହଲା କୋଠା ରହିଛି। ଏକ ସୁଇମିଙ୍ଗ ପୁଲ ନିର୍ମାଣ ଚାଲିଛି। ଏହି ସବୁ ବିଷୟ କୁ ନେଇ ଆଜି ଭିଜିଲାନ୍ସ ବିଭାଗ ତାର ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ଡ଼ି. ଏସ. ପି.  ଦାଶରଥୀ ସେଠି ଙ୍କ ନେତୃତ୍ୱ ରେ ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ ସମ୍ବଲପୁର ର ଭିଜିଲାନ୍ସ ଟିମ ଏକକାଳୀନ ଭାବରେ ଚଢ଼ାଉ ଜାରି ରଖିଛନ୍ତି। ଶ୍ରୀ ନାଏକ କେନ୍ଦୁଝର ଜିଲ୍ଲା ମାଧବପୁର ଗ୍ରାମ ର ବୋଲି ଜଣାପଡିଛି। ସେ ବନବିଭାଗ ରେ ୧୯୮୮ ରେ ଯୋଗ ଦେଇଥିବା ବେଳେ ଟିଟିଲାଗଡ ଉପଖଣ୍ଡ ରେ ପ୍ରାୟ ୧୬ ବର୍ଷ ହେଲା ରହି ଆସୁଥିବା କହିଛନ୍ତି। ତଦନ୍ତ ରୁ ଭିଜିଲାନ୍ସ ସୁନା ୪୪୧ ଗ୍ରାମ ଯାହାର ଆକଳନ ପ୍ରାୟ ଆଠ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ବୋଲି କହିଛନ୍ତି। ଶ୍ରୀ ନାଏକ ତିଆରି କରିବା ଘର ଗୁଡିକ ପ୍ରାୟ ୯୮ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ କହିଛନ୍ତି। ଦିନକୁ ଦିନ  ଏହା କୁ ଅଭୟ ପାଠକ ମାମଲା ସହ ଲିଙ୍କ୍ ହୋଇଥାଇପାରେ ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି। ଗତକାଲି ରାତି ପ୍ରାୟ ୧୦ ଟା ୪୦ ମିନିଟ ରେ ଭିଜିଲାନ୍ସ ଶ୍ରୀ ନାଏକ ଙ୍କୁ ଘରୁ ଉଠାଇ ନେଉଛି ବଲାଙ୍ଗୀର କୁ। ବର୍ତ୍ତମାନ ଅପେକ୍ଷା ରହିଲା ଭିଜିଲାନ୍ସ ର ଆଗକୁ ପଦକ୍ଷେପ କଣ ରହୁଛି।

0
0
0
s2sdefault