ହେଡଲାଇନସ୍:

ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଜିଲ୍ଲା ଆବାହକ / ଅଧ୍ୟକ୍ଷ ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର – ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ ତାଲିକା ଘୋଷଣା କରିଛନ୍ତି ।

ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ ଧର୍ମେନ୍ଦ୍ରନାଥ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ବୌଦ୍ଧ ଜିଲ୍ଲା – ବିଶ୍ୱଜିତ୍ ମିଶ୍ର, ବାଲେଶ୍ୱର – ସତ୍ୟସୁନ୍ଦର ଦାସ, ଭୁବନେଶ୍ୱର – ମନୋଜ ନାୟକ, ବରଗଡ - ପଂଚାନନ ମିଶ୍ର, ବଲାଙ୍ଗୀର - ଅରବିନ୍ଦାକ୍ଷ ପୂଜାରୀ, ଭଦ୍ରକ - ଦିଲ୍ଲୀପ କୁମାର ମହାପାତ୍ର, କଟକ - ଦିଲ୍ଲୀପ କୁମାର ମହାରଣା, କଟକ ନଗର – ବିଭୁପ୍ରସନ୍ନ ମହାପାତ୍ର, ଢ଼େଙ୍କାନାଳ - ଅମ୍ଳାନ କୁମାର ଖଟୁଆ, ଦେବଗଡ – ସିଦ୍ଧେଶ୍ୱର ଗୁରୁ, ଗଞ୍ଜାମ – ରବିନ୍ଦ୍ର କୁମାର ଦେଓ, ଗଜପତି – ସନ୍ତୋଷ କୁମାର ପାଢ଼ୀ, ଯାଜପୁର - ନିତାଇ ଚରଣ ମହାନ୍ତି, ଝାରସୁଗୁଡା – ସିୟାରାମ ଦାସ, ଜଗତସିଂହପୁର - ନାରାୟଣ ମହାନ୍ତି, କେନ୍ଦୁଝର - ଆନନ୍ଦ ଚରଣ ସାହୁ, କନ୍ଧମାଳ - ପୀତାମ୍ବର ସାହୁ, କେନ୍ଦ୍ରାପଡା – ସୁରେଶ ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା – ଶିଶିର ରାଉତ, କଳାହାଣ୍ଡି – ସିଦ୍ଧାର୍ଥ ନାୟକ, କୋରାପୁଟ – ରମେଶ ପାତ୍ର, ମାଲକାନାଗିରି – ରାମଚନ୍ଦ୍ର ପଟ୍ଟନାୟକ, ମୟୁରଭଞ୍ଜ - ଜ୍ୟୋତିପ୍ରକାଶ ରଥ, ନବରଙ୍ଗପୁର – ରାମପ୍ରସାଦ ପାତ୍ର, ନୂଆପଡା - ଧରମବୀର ଯୋଶୀ, ନୟାଗଡ - ଅରୁଣ କୁମାର ମହାପାତ୍ର, ପୁରୀ – କାଳିପ୍ରସାଦ ନାୟକ, ରାଉରକେଲା – ଚିନ୍ମୟ ଦାସ, ରାୟଗଡା – ସି. ଜଗନମୋହନ ରାଓ, ସମ୍ବଲପୁର – ମନୋରଞ୍ଜନ ଦାସ, ସୁନ୍ଦରଗଡ – ସତ୍ୟଜିତ୍ ପଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ସୁଧିର କୁମାର ପଣ୍ଡା ରହିଛନ୍ତି ବୋଲି ଶ୍ରୀ କର ପ୍ରକାଶ କରିଛନ୍ତି ।

0
0
0
s2sdefault