ହେଡଲାଇନସ୍:

ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ସ୍ଥାନୀୟ ବସନ୍ତ ବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସ ଭବନ ଠାରେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ବିଶିଷ୍ଟ ଶିକ୍ଷାବିତ୍ , କବି ,ଲେଖକ , ପ୍ରାବନ୍ଧିକ , ସମାଲୋଚକ ଦିବଂଗତ  ଗୌରଚନ୍ଦ୍ର ଚୌଧୁରୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଣେ ବିଶିଷ୍ଟ ଶିକ୍ଷାବିତ୍ ,ସାରସ୍ୱତ ସାଧକ , ସରଳ ସାବଲୀଳ ବ୍ୟକ୍ତି ଭାବେ ସର୍ବତ୍ର ପରିଚିତ ଥିଲେ।ଦେହାନ୍ତ ସମୟରେ ସ୍ବର୍ଗତ ଚୌଧୁରୀଙ୍କୁ ୮୯ବର୍ଷ ହୋଇଥିଲା। 

ସେ ଶିକ୍ଷକତା ଜୀବନରୁ ଆରମ୍ଭ କରି ଗଜପତି ଜିଲ୍ଲା ଶିକ୍ଷା ନିରୀକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ସେ ଐଁତିହାସୀକ, ଗଳ୍ପ, କବିତା, ବ୍ୟାକରଣ ଇତ୍ୟାଦିରେ ୧୮ ଟି ପୁସ୍ତକ  ଲେଖିଥିଲେ ଯାହାକି  ବିଭିନ୍ନ  ମହଲରେ  ବେଶ ଆଦୃତ ହୋଇଥିଲା।  ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଚିତ୍ରାନନ୍ଦ ବେବର୍ତ୍ତା , ବିନୋଦ ଚନ୍ଦ୍ର ଜେନା , ଭାଗବତ ପାଢ଼ୀ , ପୂର୍ଣ୍ଣଚନ୍ଦ୍ର ରଥ , ନିତ୍ୟାନନ୍ଦ ଚୌଧୁରୀ, ଅରକ୍ଷିତ ପାତ୍ର , ତ୍ରିପତି ପ୍ରସାଦ ପଣ୍ଡା , ଶରତଚନ୍ଦ୍ର ସାହୁ ପ୍ରଭୃତି ଯୋଗଦାନ କରିଥିଲେ।

0
0
0
s2sdefault