ହେଡଲାଇନସ୍:

ପରୀ ହତ୍ୟାକାଣ୍ଡ ଘଟଣା କୁ ନେଇ ତାତିଲେ ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ -  ନୟାଗଡ ପରୀ ହତ୍ୟାକାଣ୍ଡ କୁ ନେଇ ଗର୍ଜିଲା ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା । ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ  ଅରୁଣ ସାହୁ ଙ୍କ ସମ୍ପୄକ୍ତି ଘଟଣା ଲୋକଲୋଚନକୁ ଆସିବା ପରେ

ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା ମୋର୍ଚ୍ଚା ସମ୍ବଲପୁର  । ଏଥିସହ ମନ୍ତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଦାବୀ କରିବା ସହ ସମଗ୍ର ହତ୍ୟାକାଣ୍ଡ ଘଟଣା ର ସି.ବି.ଆଇ ତଦନ୍ତ ଦାବି କରାଯାଇ ହତ୍ୟାକାରୀ ର ଶୀଘ୍ର ଗିରଫଦାରୀ  କରିବା ପାଇଁ ଦାବୀ କରାଯାଇଛି । ଏନେଇ ସମ୍ବଲପୁର ବିଜେପି କାଯ୍ୟାଲୟ ଠାରୁ ମହିଳା ମୋର୍ଚ୍ଚା ର ସଭ୍ୟା ମାନେ ଏକ ସୋଭାଯାତ୍ରାରେ ସହର ପରିକ୍ରମା କରିବା ସହ କଚେରୀ ଛକ ଠାରେ ମନ୍ତ୍ରୀ ଅରୁଣ ସାହୁ  ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

0
0
0
s2sdefault