ହେଡଲାଇନସ୍:

ଧାନସଂଗ୍ରହ ରେ ଥିବା ଅବ୍ୟବସ୍ଥା ଦୁର ନହେଲେ ୫ ଡିସେମ୍ବର ରୁ ରାଜରାସ୍ତାରେ ଓଲ୍ଲାଇବେ ଚାଷି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ ଅଚଳାବସ୍ଥା ପାଇଁ ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାରଙ୍କ ଭୁଲ ନିତି ଯୋଗୁ ଧାନ କିଣାବିକା ରେ ଅଚଳାବସ୍ଥା ସୄଷ୍ଟି ହେବା ସହ ଚାଷି ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ କରିଛି ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି । ସମିତି ପକ୍ଷରୁ ସିଧାସଳଖ ଅଭିଯୋଗ କରାଯାଇଛି ଯେ ପ୍ରତ୍ୟେକ ଜିଲ୍ଲା ରୁ ଜିଲ୍ଲା ରେ କେତେ  ଧାନସଂଗ୍ରହ କରାଯିବ ସେ ନିଷ୍ପତ୍ତି ଜିଲ୍ଲା ସ୍ତରରେ ନ ନିଆଯାଇ ଭୁବନେଶ୍ୱର ରେ ନିଆଯାଉଛି । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ରେ ବମ୍ଫର କ୍ରପ କଟିଙ୍ଗ ହୋଇଛି । ତେବେ ବିଡମ୍ବନା ର ବିଷୟ ଯେ ସରକାର ଭୁବନେଶ୍ୱର ଥାଇ ଅଣଜଳଚିତ ଓ ଜଳସେଚିତ ଅଞ୍ଚଳରେ ଏକର ଫିଛା ୧୩,୧୯ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପରେ ନିଜର ଫସଳ କିଭଲି ବିକ୍ରି କରିବ ସେ ଚିନ୍ତା ରେ ଚାଷି । ଏଥିସହ ବିଭିନ୍ନ ଧାନମଣ୍ଡି ରେ ଟୋକନ ସମସ୍ୟା ଲାଗି ରହିଥିବାରୁ ଚାଷି ନିଜ ଧାନ ବିକ୍ରି କରି ନପାରି ଧାନ ସବୁ ପଡିରହିଛି । ରାଜ୍ୟ ସରକାରଙ୍କ  ଭୁଲ ନିଷ୍ପତ୍ତି ଯୋଗୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଅଭାବି  ଧାନ ବିକ୍ରି ସମସ୍ୟା ସୄଷ୍ଟି ହୋଇପାରେ ବୋଲି ଆଶଙ୍କା କରିଛି ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି । ରାଜ୍ୟ ସରକାର ଯଦି ତୄଟିପୁଣ୍ଣ ଧାନସଂଗ୍ରହ ନିତି କୁ ଆଗାମୀ ୪ ତାରିଖ ପର୍ଯ୍ୟନ୍ତ ଦୁର ନକରିବେ ଓ ଧାନବିକ୍ରି ପାଇଁ ଚାଷି ର ଯେଉଁ ସମସ୍ୟା ଦେଖାଦେଉଛି ତାହା ଦୁର ନକରିବେ ତେବେ ଡିସେମ୍ବର ୫ ତାରିଖରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଚାଷି ସଂଗଠନ ଦୁର୍ବାର ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓଲ୍ଲାଇବେ  ବୋଲି ଚେତାବନୀ ଦେଇଛନ୍ତି । 

 

0
0
0
s2sdefault