ହେଡଲାଇନସ୍:

ଅଫିସର ନେତା ହାତାହାତି, କଥା ଡବଡବ ବାରିପଦାରୁ ରାଜଧାନୀ ଯାଏ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 

ବାରିପଦାର ବିକାଶରେ ନିର୍ବାହୀ ଅଧିକାରୀ  ବାଧକ - ନଗରପାଳ 

ନିର୍ବାହୀ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି : କୃଷ୍ଣାନନ୍ଦ 

ପୂର୍ବତନ ନଗରପାଲଙ୍କଠୁ ଏଇଆ ଆଶା କରାଯାଇନପାରେ : ନିର୍ବାହୀ ଅଧିକାରୀ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମଇ ୨୬ ପୂର୍ବାହ୍ନରେ ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ ପୌରପାଳ ବବିତା ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା କାଉନସିଲ ବୈଠକ । ଉକ୍ତ ବୈଠକରେ ସହରରେ ଆଲୋକିକରଣ ସହିତ ରାସ୍ତାଘାଟରେ ଆବଶ୍ୟକତା ଅନୁସାରେ ଯେଉଁ  ବିଦ୍ୟୁତ ଖୁଣ୍ଟରେ  ଲାଇଟ ନାହିଁ ସେଠାରେ ନୂତନ  ବିଦ୍ୟୁତ ଲାଇଟ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ଆବଶ୍ୟକ  ଅର୍ଥ ମଞ୍ଜୁର କରାଇବା ନିମନ୍ତେ ଆଲୋଚନା ଚାଲିଥିବା ବେଳେ ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ ଏଥି ନିମନ୍ତେ ସମୟ ମାଗିଥିଲେ । ଉପରିସ୍ଥ ବିଭାଗୀୟ ପଦାଧିକାରୀଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପରେ ଯାହା ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ସୂଚନା ଦେବା ପରେ ପୌରପରିଷଦର ୪ ନମ୍ବର ୱାଡର଼୍ କାଉନସିଲର ତଥା ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ହଠାତ୍ ଉତକ୍ଷିପ୍ତ ହୋଇ ଏକ ପାଣି ବୋତଲକୁ ନିର୍ବାହୀ ଅଧିକାରୀ ଶ୍ରୀମାନସିଂଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ଏହା ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିବାରୁ ସେ ଅଳ୍ପକରେ ତାହା ତାଙ୍କ ଦେହରେ ବାଜି ନଥିଲା  । ଏହାପରେ କାଉନସିଲର ଶ୍ରୀ ମହାନ୍ତି ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ । ଉକ୍ତ ଘଟଣାକୁ ନେଇ ନିର୍ବାହୀ ଅଧିକାରୀ ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘର ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କୁ ଅବଗତ କରାଇବା ପରେ ସଂଘର ନିର୍ଦ୍ଦେଶ ଶକ୍ରମେ ବାରିପଦା ଟାଉନଥାନାରେ ନିର୍ବାହୀ ଅଧିକାରୀ ଶ୍ରୀ ମାନସିଂଙ୍କ ପକ୍ଷରୁ କାଉନସିଲର ଶ୍ରୀମହାନ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଥିଲା ଓ ଥାନାରେ (କେଶ ନଂ-୧୦୭/୨୬.୦୫.୨୦୧୮) ଆଇପିସି ଧାରା ୨୯୪, ୩୩୨ ଓ ୫୦୬ ଅନୁସାରେ ଏକ ମାମଲା ରୁଜୁ କରାଯାଇଥିଲା । 

ଏହି ଖବର ପ୍ରଚାରିତ ହେବାପରେ ଥାନାରେ ନଗରପାଳ ବବିତା ଦାସଙ୍କ ପକ୍ଷରୁ ନିର୍ବାହୀ ଅଧିକାରୀ ଶ୍ରୀମାନସିଂ କରିଥିବା ଅଭିଯୋଗ ଭିତ୍ତିହୀନ ଓ ଏଭଳି କୌଣସି ଘଟଣା ଘଟି ନ ଥିବା ବିଷୟକୁ ନେଇ ଲିଖିତ ଅଭିଯୋଗ ଆଣିଥିଲେ । ଅଧିକନ୍ତୁ ନିର୍ବାହୀ ଅଧିକାରୀ ଶ୍ରୀମାନସିଂଙ୍କ ନିମନ୍ତେ ପୌରପରିଷଦରେ ଉନ୍ନୟନ ବାଧାପ୍ରାପ୍ତ ହୋଇଛି । ଆସିବା ଦିନଠାରୁ ଉନ୍ନୟନ ମୂଳକ କାର୍ଯ୍ୟରେ ଅସହଯୋଗ କରିଆସୁଛନ୍ତି ବୋଲି ନଗରପାଳ ବବିତା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମୟରେ ବରିଷ୍ଠ  କାଉନସିଲର ପ୍ରଶାନ୍ତ ପଟ୍ଟନାୟକ, ସରୋଜ ମହାପାତ୍ର, ନିରୋଜ ସାହୁ, ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । 

ନିର୍ବାହୀ ଅଧିକାରୀ ଶ୍ରୀମାନସିଂ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ପୂର୍ବତନ ନଗରପାଳ ଶ୍ରୀମହାନ୍ତିଙ୍କ ନିକଟରୁ ଏହି ସମସ୍ତ ଆଚରଣ ଆଶା କରାଯାଇ ନ ପାରେ । କାଉନସିଲ ବୈଠକରେ ତାଙ୍କର ବୋତଲ ଫିଙ୍ଗିବା ଓ ଅସଭ୍ୟ ଭାଷାରେ ଗାଳିମନ୍ଦ ଦେବା ସ୍ୱାଭିମାନ ଉପରେ ଆଘାତ ପହଁଞ୍ଚାଇଛି । ଘଟଣା ବିଷୟରେ ଓଏଏସ ସଂଘକୁ ଅବଗତ ଗତ କରାଇବା ପରେ ସଂଘର ନିଷ୍ପତ୍ତି ଅନୁସାରେ ଥାନାରେ ଅଭିଯୋଗ କରିଛି । ତେଣିକି ଥାନା ଅଧିକାରୀ କଣ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।

 ଅଭିଯୋଗକୁ ଖଣ୍ଡନ କରିବା ସଂଗେସଂଗେ ପୌରନିର୍ବାହୀ ଅଧିକାରୀ ଶ୍ରୀମାନସିଂ ପୌରପରିଷଦରେ କାଉନସିଲ ତଥା କାଉନସିଲରମାନଙ୍କର କଣ୍ଠରୋଦ୍ଧ କରାଇବାକୁ ଉଦ୍ୟମ ଚଳାଇଛନ୍ତି ବୋଲି କୃଷ୍ଣାନନ୍ଦ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି । 

0
0
0
s2sdefault