ଶିଖର ମୁଖୀ  ଓଡ଼ିଶାର ଗର୍ବ  "ନବରତ୍ନ ନାଲକୋ" : ବଢୁଛି ସାମ୍ରାଜ୍ୟ ବଢୁଛି ଆୟ,  ୨୦୩୨ ସୁଦ୍ଧା ମହାରତ୍ନ ହେବା ଥୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଫଳତା ଓ ବିକାଶ ସହ ସାମାଜିକ ଦାୟିତ୍ୱବୋଧକୁ ନାଲକୋ ଦେଉଛି ଗୁରୁତ୍ୱ : ଅଧ୍ୟକ୍ଷ ଡ଼ ତପନ ଚାନ୍ଦ 

27-05-18-NALCO-ANNUAL-PRESS.jpg - 62.35 kB

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ)  : ଓଡିଶା ମାଟିରେ ଜନ୍ମ ହୋଇ ସମଗ୍ରବିଶ୍ୱରେ ଶୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରି  ସର୍ବନିମ୍ନ ବ୍ୟୟରେ ବକ୍ସାଇଟ୍ ଖନନ ଓ ଆଲୁମିନା ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ କରିଥିବା  ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ଉଭୟ ଉତ୍ପାଦନ  ଏବଂ ଆର୍ଥିକ  ପ୍ରଦର୍ଶନରେ ଏହାର ଏହାର ଦକ୍ଷତା ପୁନଃ ପ୍ରତିପାଦିତ କରିପାରିଛି । ଓଡ଼ିଶାର ଶିଳ୍ପ ଶକ୍ତି ତଥା ବିକାଶର ସାଥି ଭାବେ ଜଣାଶୁଣା ନାଲକୋ ଏ ସଫଳତାର ଶିଖର ଛାଡ଼ୁଛି ଦକ୍ଷ, ଟାଣୁଆ ଟିମ ଲିଡର ତଥା ସିଏମଡି ଡ଼ ତପନ କୁମାର ଚାନ୍ଦଙ୍କ ବଳିଷ୍ଠ ମାର୍ଗଦର୍ଶନରେ |  କମ୍ପାନୀର ବୋର୍ଡ୍ ଅଫ୍ ଡାଇରେକ୍ଟର୍ସଙ୍କ ବୈଠକରେ ଅନୁମୋଦିତ ୨୦୧୭-୧୮ ବର୍ଷର ଆର୍ଥିକ  ଫଳାଫଳ ଅନୁଯାୟୀ, ବିଗତ କମ୍ପାନୀ ୧୦ ବର୍ଷ ମଧ୍ୟରେ ସର୍ବାଧିକ ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ହାସଲ କରିଛି, ଯାହା କି ଗତ ବର୍ଷର ନିଟ୍ ଲାଭ ୬୬୯ କୋଟି ଟଙ୍କା ତୁଳନାରେ ୧୦୦ ପ୍ରତିଶତରୁ ଅଧିକ ।  ଚତୁର୍ଥ ତ୍ରୈମାସିକୀରେ କମ୍ପାନୀର ନିଟ୍ ଲାଭ ୨୫୭.୦୬ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ, ନାଲକୋ  ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି ।  ୨୦୧୭-୧୮ ଆର୍ଥିକ  ବର୍ଷରେ କମ୍ପାନୀର ମୋଟ୍ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇଛି, ଯାହା କି ବିଗତ ବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଏବଂ କମ୍ପାନୀ ଆରମ୍ଭ ପର ଠାରୁ ସର୍ବାଧିକ । ସେହିପରି, ଏଯାବତ୍ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନୀ ୪,୦୭୬ କୋଟି ଟଙ୍କା ଅର୍ଜ୍ଜନ କରିଛି ।

କମ୍ପାନୀର ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ନାଲକୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ୨୦୧୭-୧୮ ଆର୍ଥିକ  ବର୍ଷ ଆମ ପାଇଁ ଅନେକ ସଫଳତା ଆଣିଦେଇଛି । କେବଳ ଲାଭାର୍ଜ୍ଜନ ନୁହେଁ,  ରେକର୍ଡ୍ ପରିମାଣର ଉତ୍ପାଦନ, ସର୍ବାଧିକ ବିକ୍ରୟ ଏବଂ ଟର୍ଣ୍ଣ୍ଓଭର୍ ଆଦି ବିଭିନ୍ନ  ଦିଗରେ ଉନ୍ନତି କରିପାରିଛି  ।  ଏଥି ସହିତ, ଆମେ ଆମର ସଂପ୍ରସାରଣ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ କରୁଛୁ । ନାଲକୋର ନୂତନ ବ୍ୟବସାୟିକ ଯୋଜନା, କମ୍ପାନୀର ନିଟ୍ ଲାଭରେ ୯୩୫ କୋଟି ଟଙ୍କା ଅଭିବୃଦ୍ଧି ଆଣିବ ବୋଲି ଆଶା ରହିଛି । ଏହି ମଡେଲରେ ୨୦୧୯ ଆର୍ଥିକ  ବର୍ଷର ଦ୍ୱିତୀୟ ତ୍ରୈମାସିକୀ ଶେଷ ସୁଦ୍ଧା ଉତ୍କଳ ଡି କୋଲବ୍ଲକ  କାର୍ଯ୍ୟାନ୍ୱୟନ,  ୧ ନିୟୁତ ଟନ୍ ଆଲୁମିନା ରିଫାଇନେରୀର କାର୍ଯ୍ୟାରମ୍ଭ, ୱାୟାର୍ ରଡ୍ ମିଲ୍ ୩ର ପ୍ରତିଷ୍ଠା, କଷ୍ଟିକ୍ ସୋଡା ପ୍ଲାଂଟ୍ ଏବଂ ସିଟି ପିଚ୍ ପ୍ଲାଣ୍ଟ  ଆଦି ଅନ୍ତର୍ଭୂକ୍ତ । ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ । ଉଭୟ ନିଯୁକ୍ତି ସୁଯୋଗ ସୃଷ୍ଟି ପାର୍କ ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ଉଚ୍ଚ ଗୁଣାତ୍ମକମାନ ଯୁକ୍ତ ଉତ୍ପାଦର ର ପ୍ରସ୍ତୁତି ପାଇଁ ନାଲ୍କୋ ଯୁକ୍ତରାଷ୍ଟ୍ର ଆମେରିକାର ଆଲ୍ମେକ୍ସ ସହ ସହବନ୍ଧନ କରୁଛି । କ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରେ ନାଲ୍କୋ ପକ୍ଷରୁ ଆଲୁମିନିୟମ୍ ଇଂଗଟ ଯୋଗାଣ ଏବଂ ସେମାନଙ୍କ ଠାରୁ ଉତ୍ପାଦ  ଆଣି ମାର୍କେଟିଂ କରିବା ପାଇଁ ଏକ କ୍ୟାସ୍ ଲେସ୍ ମଡେଲ୍ ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ଓଡ଼ିଶାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ବିକାଶ ସାଧନ ହେବା ସହ ବ୍ୟବସାୟିକ ପରିବେଶର ଅଭିବୃଦ୍ଧି ଘଟିବ ଡ଼ ଚାନ୍ଦ କହିଛନ୍ତି | 

ଡ଼ ଚାନ୍ଦଙ୍କ କହିବା ଅନୁଯାୟୀ  ଉଡ୍ ମ୍ୟାକେଂଜି  ରିପୋର୍ଟ୍ ଅନୁସାରେ ଗତ ୨ ବର୍ଷ (୨୦୧୬ ଓ ୨୦୧୭) ଧରି ନାଲ୍କୋ ସର୍ବନିମ୍ନ ବ୍ୟୟରେ ଆଲୁମିନା ଉତ୍ପାଦନକାରୀର ମାନ୍ୟତା ହାସଲ କରିଛି ।  ଉଡ୍ ମ୍ୟାକେଂଜି ରିପୋର୍ଟ୍ ଅନୁସାରେ ୨୦୧୭ ମସିହାରେ ନାଲ୍କୋର ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣି ସର୍ବନିମ୍ନ ବ୍ୟୟରେଉତ୍ପାଦନକାରୀ ଖଣି ଭାବେ ସମଗ୍ର ବିଶ୍ୱରେ ମାନ୍ୟତା ହାସଲ କରିଛି । ୨୦୧୮-୧୯ ଆର୍ଥିକ  ବର୍ଷରେ ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିବା ଲକ୍ଷ୍ୟ ରହିଛି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପଂଚପଟ୍ଟମାଳୀ ଖଣିର ନର୍ଥ୍-ସେଂଟ୍ରାଲ୍ ବ୍ଲକ୍ କ୍ଷମତାର ୧୦୦ ପ୍ରତିଶତ ଉପଯୋଗ କରି ୬୮.୨୫ ଲକ୍ଷ ଟନ୍ ଓ  ୨୦୧୭-୧୮ ବର୍ଷର ଚତୁର୍ଥ ତ୍ରୈମାସିକୀରେ ପଂଚପଟ୍ଟମାଳୀ ଖଣିର ଦକ୍ଷିଣ ବ୍ଲକରୁ ୨ ଲକ୍ଷ ମେଟ୍ରିକ୍ ଟନ୍,  ଏମିତି ସମୂଦାୟ ୭୦.୨୫ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଖନନ କରି କମ୍ପାନୀ ଅଲଟାଇମ ରେକର୍ଡ କରିଛି | ଆଲୁମିନା ରିଫାଇନେରୀ ଏହାର ୧୦୦ ପ୍ରଉତ୍ପାଦନ କରିଛି ଓ  ଷ୍ଟିମ୍ ଜେନେରେଟର୍ ପ୍ଲାଂଟର ପଞ୍ଚମ ଟର୍ବୋ ଜେନେରେଟର୍କୁ କାର୍ଯ୍ୟକ୍ଷମ କରାଯାଇଛି । ଆଲୁମିନିୟମ୍ ସ୍ମେଲଟର  ଉତ୍ପାଦନ  ପରିମାଣ ଗତ ୫ ବର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ବେଳେ  ଗତ ବର୍ଷ ତୁଳନାରେ ୯.୮ ପ୍ରତିଶତ ବୃଦ୍ଧି ପାଇ ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ୪.୨୬ ଲକ୍ଷ ମେଟ୍ରିକ୍ ଟନ୍ କାଷ୍ଟ୍ ମେଟାଲ୍ ଉତ୍ପାଦନ  କରିଛି । ସିପିପିରୁ ବିଦ୍ୟୁତ ଉତ୍ପାଦନ  ଗତ ବର୍ଷ ତୁଳନାରେ ୭.୯ ପ୍ରତିଶତ ବୃଦ୍ଧି ପାଇ ୬,୫୪୭ ନିୟୁତ ୟୁନିଟ୍ ହୋଇଛି ରହିଥିବା ବେଳେ ୪ଟି ପବନ ଚାଳିତ ବିଦ୍ୟୁତ ଶକ୍ତି କେନ୍ଦ୍ରରୁ ୨୫୨ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଛି, ଯାହା କି ଗତ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ । 

ଡ. ଚାନ୍ଦ କହିଛନ୍ତି ଜୋର  ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ଖଣି ମନ୍ତ୍ରାଳୟ ପକ୍ଷରୁ ୫ ଷ୍ଟାର୍ ରେଟିଂ ମିଳିଥିବା ବେଳେ  ରାଷ୍ଟ୍ରପତିଙ୍କ ଠାରୁ ନବରତ୍ନ ଓ ମହାରତ୍ନ ବର୍ଗରେ ସ୍କୋପ୍ ଆୱାର୍ଡ୍ ଅଫ୍ ଏକ୍ସିଲେନ୍ସ ଏବଂ ସ୍କୋପ୍ ମେରିଟୋରିଅସ୍ ଆୱାର୍ଡ୍ ଫର୍ ସିଏସ୍ଆର୍ ହାସଲ । ୨୦୧୭ ବର୍ଷ ପାଇଁ ବି.ଇ.ଇ ପକ୍ଷରୁ ଆଲୁମିନିୟମ୍ ଉଦ୍ୟୋଗରେ ନ୍ୟାସନାଲ୍ ଏନର୍ଜୀ କନର୍ଜଭେସନ୍ ପୁରସ୍କାର ମଧ୍ୟ ନାଲକୋ ପାଇଛି | ଗତ ଆର୍ଥିକ  ବର୍ଷରେ ନାଲକୋ  ୧୩୪୨ କୋଟି ଟଙ୍କାର ନିଟ୍ ଲାଭ ଅର୍ଜ୍ଜନ କରିଛି, ଯାହାକି ବିଗତ ୧୦ ବର୍ଷରେ ସର୍ବାଧିକ । ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିବା ସହ ଚଳିତ ବର୍ଷ ନିଟ୍ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇପାରିଛି । ଗତ ବର୍ଷ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ । ରପ୍ତାନୀଲବ୍ଧ ଆୟ ଏଯାବତ୍ ସର୍ବାଧିକ ୪,୦୭୬ କୋଟି ଟଙ୍କା ହୋଇଛି, ଯାହା କି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ୨୦୧୭-୧୮ ବର୍ଷ ପାଇଁ ୯୪ ପ୍ରତିଶତ ଡିଭିଡେଣ୍ଡ୍ ଅର୍ଥାତ୍ ୯୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ, ୫୪୭ କୋଟି ଟଙ୍କା ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏ ଯାବତ୍ ସର୍ବାଧିକ ଡିଭିଡେଣ୍ଡ୍ । ୨୦୧୬-୧୭ ବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ ଟିକସ, କର, ରୟାଲ୍ଟି  , ଡିଭିଡେଣ୍ଡ୍ ଆଦି ବାବଦକୁ ସମୂଦାୟ ୨୭,୪୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ, ୨୧,୫୫୨ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୫,୯୧୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯାଇଛି ।: ଗତ ୩ ବର୍ଷରେ କ୍ୟାପେକ୍ସ ବ୍ୟୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ରେ କ୍ୟାପେକ୍ସ୍ ଗତ ବର୍ଷ ତୁଳନାରେ ୨୩.୫ ପ୍ରତିଶତ ଅଧିକ ହୋଇଛି । 

କମ୍ପାନୀର ଅଭିବୃଦ୍ଧି ଯୋଜନା ଅନ୍ତର୍ଗତ କୋରାପୁଟର ଦାମନଯୋଡ଼ି ଠାରେ ଥିବା ଆଲୁମିନା ରିଫାଇନେରୀରେ  ୫,୫୪୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପଂଚମ ଷ୍ଟ୍ରିମ୍ ଆଲୁମିନା ରିଫାଇନେରୀ ସ୍ଥାପନା, କୋରାପୁଟରେ ପଟାଙ୍ଗୀ ବକ୍ସାଇଟ୍ ଖଣିର ବିକାଶ,  ପ୍ରକଳ୍ପ  ବ୍ୟୟ ପଂଚମ ଷ୍ଟ୍ରିମ୍ ଆଲୁମିନା ରିଫାଇନେରୀ ପ୍ରକଳ୍ପ,  ୫୩୪ କୋଟି ଟଙ୍କା  ବ୍ୟୟରେ ଅନଗୁଳରେ ଉତ୍କଳ  ଡି ଓ ଇ କୋଲ୍ ବ୍ଲକ୍ର ବିକାଶ,  ଗୁଜୁରାଟ ଆଲ୍କାଲିଜ୍ ଆଣ୍ଡ୍ କେମିକାଲ୍ସ (ଜିଏସିଏଲ୍) ସହ  ମିଳିତ ଭାବେ  ୧,୯୯୯ କୋଟି ଟଙ୍କା ଗୁଜୁରାଟର ଦହେଜ ଠାରେ ବାର୍ଷିକ ୨.୭ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ କଷ୍ଟିକ୍ ସୋଡା ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଅନଗୁଳ ଠାରେ ଅନଗୁଳ ଆଲୁମିନିୟମ୍ ପାର୍କ୍ , ୧୩୧ କୋଟି ଟଙ୍କା ବ୍ୟୟରେ ଅନଗୁଳ ଠାରେ ସ୍ଥିତ ସ୍ମେଲ୍ଟର୍ ପ୍ଲାଂଟ୍ ବାର୍ଷିକ ୬୦,୦୦୦ ଏମ୍ଟି କ୍ଷମତାବିଶିଷ୍ଟ ଆଲୁମିନିିୟମ୍ ୱାୟାର୍ ରଡ୍ ପ୍ରକଳ୍ପ ପ୍ରତିଷ୍ଠା, ୩୧୦ କୋଟି ଟଙ୍କାର ସମ୍ଭାବ୍ୟ ବ୍ୟୟ  ବରାଦ ରେ  ତାମିଲନାଡୁରେ ୨୫ ମେଗାୱାଟ୍ କ୍ଷମତାବିଶିଷ୍ଟ ୨ଟି ପବନଚାଳିତ ବିଦ୍ୟୁତ ଉତ୍ପାଦନ  ପ୍ରକଳ୍ପର ପ୍ରତିଷ୍ଠା  କରାଯିବାକୁ ପଦକ୍ଷେପ ନିଆଯାଇଛି | ସେହିପରି ଦକ୍ଷତାରେ ଉନ୍ନତି ପାଇଁ ଆଲୁମିନା ରିଫାଇନେରୀର ୧,୨,୩ ଷ୍ଟ୍ରିମରେ  ୩୫୫ କୋଟି ଟଙ୍କା  ବ୍ୟୟରେ ଏଚ୍ଆର୍ଡି-ଡିସିଡବ୍ଲୁ୍ୟ ପ୍ରତିଷ୍ଠା  କରାଯିବ ବୋଲି ନାଲକୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି | 

ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ସୂଚନା ଦେଇ ଡ଼  ଚାନ୍ଦ କହିଥିଲେ ଯେ, ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ଟନ୍ କ୍ଷମତାବିଶିଷ୍ଟ  ବ୍ରାଉନ ଫିଲଡ ଆଲୁମିନିୟମ୍ ସ୍ମେଲ୍ଟର୍, ୬ ଲକ୍ଷ ଟନ୍ କ୍ଷମତାବିଶିଷ୍ଟ ଗ୍ରୀନ ଫିଲଡ  ଆଲୁମିନିୟମ୍ ସ୍ମେଲ୍ଟର୍, ଅନଗୁଳ ଠାରେ ୧୩୨୦ ମେଗାୱାଟ୍ କ୍ଷମତାବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ର, ରୋଲ୍ଡ ପ୍ରଡକ୍ଟ୍ / ଫଏଲ୍ / ହ୍ୱିଲ୍ / ଏକ୍ସଟ୍ରୁଜନ୍ ଆଦି ପାଇଁ ଡାଉନଷ୍ଟ୍ରିମ୍ ୟୁନିଟ ସମୂହ ପ୍ରତିଷ୍ଠା ବିଦେଶରେ ଷ୍ଟ୍ରାଟେଜିକ୍ ମେଟାଲ୍ର ଚିହ୍ନଟ, ଅଧିଗ୍ରହଣ, ବିକାଶ ଏବଂ ପ୍ରକ୍ରିୟାକରଣ ନିମନ୍ତେ ଏଚ୍ସିଏଲ୍ ଏବଂ ଏମ୍ଇସିଏଲ୍ ସହ ମିଳିତ ଭାବେ କାବିଲ୍ (ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍) ସହିତ, ପ୍ରତିରକ୍ଷା, ଏରୋସ୍ପେସ୍, ଅଟୋମୋଟିଭ୍ ଏବଂ ପରିବହନ କ୍ଷେତ୍ରରେ ଆବଶ୍ୟକୀୟ ହାଇ-ଏଣ୍ଡ୍ ଆଲୁମିନିୟମ୍ ଆଲୟର ଉତ୍ପାଦନ ପାଇଁ ମିଧାନୀ ସହ ମିଳିତ ଉଦ୍ୟୋଗ, ଓଡ଼ିଶାରେ ଏନ୍ଆଇଏନ୍ଏଲ୍ ସହ ମିଳିତ ଭାବେ ସିଟି ପିଚ୍ ପ୍ରକଳ୍ପ ରହିଛି | ସେହିପରି ବଜାରର ଆହ୍ୱାନର ସମ୍ମୁଖୀନ ହୋଇ କମ୍ପାନୀର ସ୍ଥିତି ସୁଦୃଢ କରିବା ଉଦ୍ଦେଶ୍ୟରେ ରେ ଜାନୁୟାରୀ ୨୦୧୮ ଠାରୁ ଏକ ନୂତନ କର୍ପୋରେଟ୍ ପ୍ଲାନ୍ ପ୍ରଣୟନ କରାଯାଇଛି । ଏଥିରେ ୩ ବର୍ଷର ଆକ୍ସନ୍ ପ୍ଲାନ୍, ୭ ବର୍ଷର ଷ୍ଟ୍ରାଟେଜୀ ଏବଂ ୧୫ ବର୍ଷିଆ ଲକ୍ଷ୍ୟ ରହିଛି । କମ୍ପାନୀକୁ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ଖଣି, ଧାତୁ ଏବଂ ଶକ୍ତି କ୍ଷେତ୍ରରେ ଉପସ୍ଥିତି ଥିବା ଏକ ପ୍ରତିଷ୍ଠିତ ଏବଂ ସମନ୍ୱିତ ଆଲୁମିନିୟମ୍ ଉତ୍ପାଦନକାରୀ ଭାବେ ପରିଚୟ ଆଣିଦେବା ଏହି କର୍ପୋରେଟ୍ ପ୍ଲାନର  ଲକ୍ଷ୍ୟ | ଏହି ପ୍ଲାନ ଅନ୍ତର୍ଗତ ୨୦୨୪ ଏବଂ ୨୦୩୨ ସୁଦ୍ଧା ଯଥାକ୍ରମେ ୧୮,୧୭୧ କୋଟି ଟଙ୍କା ଏବଂ ୩୧,୨୪୮ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ୨୦୧୭-୧୮ ଆର୍ଥିକ  ବର୍ଷରେ ନାଲକୋ  ନାମରେ ୪ଟି ପ୍ୟାଟେଂଟ୍ ପଂଜୀକୃତ ହୋଇଛି । ଏଯାବତ୍, ସମୂଦାୟ ୩୫ଟି ପ୍ୟାଟେଂଟ୍ ଫାଇଲ୍ ହୋଇଛି । ସେଥିରୁ, ୧୫ଟିକୁ ମଂଜୁରୀ ମିଳିଛି ଏବଂ ୫ଟି କୁ ବ୍ୟବସାୟିକ ସ୍ତରରେ କାର୍ଯ୍ୟାନ୍ୱିତ କରାଯାଇଛି । ସେହିପରି ବର୍ଜ୍ୟ ବସ୍ତୁରୁ ସାଧନ ପ୍ରସ୍ତୁତି ଲକ୍ଷ ରଖି  ସ୍ପେଂଟ୍ ଲିକରରୁ  ଗାଲିଅମ୍ ଏବଂ ରେଡ୍ ମଡru ଆଇରନ୍ ଆଦି ନିଷ୍କାସନ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଡ଼ ଚାନ୍ଦ କହିଛନ୍ତି | 

ଡ଼ ଚାନ୍ଦ କହିଛନ୍ତି ଯେ ନାଲକୋ ସବୁବେଳେ ସିଏସଆର କୁ ପ୍ରାଥମିକତା ଦେଇ ଆସିଛି |୨୦୧୭-୧୮ ବର୍ଷରେ ସିଏସ୍ଆର୍ କ୍ଷେତ୍ରରେ ଧାର୍ଯ୍ୟ ହୋଇଥିବା ୨୭.୮୮ କୋଟି ଟଙ୍କା ତୁଳନାରେ ୨୯ କୋଟି ଟଙ୍କା ବ୍ୟୟ ହୋଇଛି । ସ୍ୱାସ୍ଥ୍ୟ ସେବା ଦିଗରେ ୨ଟି ଚିକିତ୍ସାଳୟ  ଏବଂ ୮ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର, ପାରିପାର୍ଶ୍ବିକ ଅଂଚଳର ଜନସାଧାରଣଙ୍କ ପାଇଁ ଉପଲବ୍ଧ । ଅନଗୁଳରେ ଆଧୁନିକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା  କାର୍ଯ୍ୟ ଚାଲୁଅଛି । ଏମସକୁ ଆସୁଥିବା ରୋଗୀଙ୍କ ପାଇଁ  ଭୁବନେଶ୍ୱରରେ ରାତ୍ରି ଆଶ୍ରୟ ସ୍ଥଳ ପ୍ରତିଷ୍ଠା  ପାଇଁ ପଦକ୍ଷେପ ଗ୍ରହଣ ନିଆଁ ଯାଇଛି | ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଅନ୍ତର୍ଗତ  କୋରପୁଟର ମାଓପ୍ରବଣ ଗ୍ରାମଗୁଡ଼ିକରୁ ଏଯାବତ୍ ୮୫୫ ଜଣ ଗରୀବ ଓ ଆଦିବାସୀ ଶିଶୁଙ୍କୁ ମାଗଣା ଆବାସିକ ଶିକ୍ଷା ପ୍ରଦାନ, ବେଟୀ ବଚାଓ, ବେଟୀ ପଢାଓ ଭାବ ଧାରାରେ  ନାଲ୍କୋର ଅଲିଅଳୀ ଝିଅ ଯୋଜନା : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୨୭୭ ଜଣ ମେଧାବୀ ଛାତ୍ରୀଙ୍କୁ ସହାୟତା ପ୍ରଦାନ ସହ ସେମାନଙ୍କ ଭବିଷ୍ୟତ ଗଢିବାର ଦାଇତ୍ୱ ଖଟକୁ ନେଇଛି ନାଲକୋ | ପ୍ରାୟ ୩୫୦୦ ଝିଆଙ୍କୁ ଏହି ସ୍କିମରେ ସାମିଲ କରିବାକୁ ନାଲକୋ ନିଷ୍ପତ୍ତି ନେଇଛି ବୋଲି ଡ଼  ଚାନ୍ଦ କହିଛନ୍ତି |  

କୋରାପୁଟ ଜିଲ୍ଲାର ୨ ଟି ଗ୍ରାମରେ ଓଡିଏଫ୍ ଗ୍ରାମ କାର୍ଯ୍ୟ ସମାପ୍ତ ହୋଇ ଥିବା ବେଳେ  ଅନଗୁଳ ଓ କୋରାପୁଟର ଆଉ ୯ଟି ଗ୍ରାମକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ |  ଅନଗୁଳରେ ୫ଟି ଏବଂ ଦାମନଯୋଡ଼ିରେ ୪ଟି  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଆରମ୍ଭ ହେବ ଦ୍ୱାରା ଲକ୍ଷାଧିକ ଜନସାଧାରଣ ଉପକୃତ ହୋଇଛନ୍ତି | ପ୍ରଧାନମନ୍ତ୍ରୀଙ୍କ ଆଇକନିକ୍ ତୀର୍ଥସ୍ଥଳୀ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ଏବଂ ପରିପାଶ୍ୱର୍ରେ ଭିତିଭୂମି ବିକାଶ ଏବଂ ସ୍ୱଚ୍ଛତା ରକ୍ଷା ପାଇଁ ୧୩ଟି ପ୍ରକଳ୍ପ ହାତକୁ ନିଆଯାଇଛି । ଜଗନ୍ନାଥ ମନ୍ଦିରରେ ଏଲ୍ଇଡି ଆଲୋକ ଦ୍ୱାରା ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଆଲୋକିତ କରାଯାଇଛି । ଭି.ଆଇ.ପି. ରୋଡର  ଉଭୟ ପାଶ୍ୱର୍ରେ ଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ରକଳାରେ ସୁସଜ୍ଜିତ କରାଯାଇଛି । ଇକୋ-ଟୁରିଜିମ  ଉତ୍ସାହିତ  କରିବା ନିମନ୍ତେ ଗାନ୍ଧୀ ପାର୍କ ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି । ପୁରୀର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସଂଗ୍ରହାଳୟର ନବୀକରଣ ପାଇଁ ବ୍ୟବସ୍ଥା କରାଯାଉଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ରୋଗୀ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପୁରୀ ରେଲ୍ୱେ ଷ୍ଟେସନ୍ରେ ମାଗଣା ବ୍ୟାଟେରୀଚାଳିତ ଯାନ ସେବା ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ  ଦକ୍ଷତା ବିକାଶ ପରେ ୪୨୮ ଜଣ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି ଓ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ନିମନ୍ତେ ଏକ ସେଂଟର୍ ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା  କରାଯାଉଛି ବୋଲି ଡ଼ ଚାନ୍ଦ କହିଛନ୍ତି | କମ୍ପାନୀର ସଫଳତା, ଅଭିବୃଦ୍ଧି, ଭବିଷ୍ୟତ ପାଇଁ ନିଆଯାଇଥିବା  ଯୋଜନା ଯୋଗୁ ୨୦୩୨ ବେଳକୁ ନାଲକୋ "ମହାରତ୍ନ" ମାନ୍ୟତା ପାଇଁ ସାରିଥିବା ବୋଲି ଡ଼ ଚାନ୍ଦ ଆଶାବ୍ୟକ୍ତ କରିଛନ୍ତି |  

27-05-18-nalko-2w.jpg - 42.87 kB

ଏହି ସାମ୍ବାଦିକ ସମ୍ମିଳନୀରେ ନାଲକୋର ବୋର୍ଡ ଅଫ ଡିରେକଟର ନିର୍ଦ୍ଦେଶକ ମଣ୍ଡଳୀ ଏସ କେ ରାୟ, ବି କେ ଠାକୁର, କେ ସି ସାମଲ, ଭି ବାଲସୁବ୍ରମଣ୍ୟମଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ | 

 

 

0
0
0
s2sdefault