ହେଡଲାଇନସ୍:

ବିଜୁ ଯୁବ ଜନତା ଦଳର ୫ଟି ଜିଲ୍ଲା ଏବଂ ବ୍ରହ୍ମପୁର ସାଙ୍ଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନନେଶ୍ୱର/ଶାସକ ପ୍ରଶାସକ : ବିଜୁ ଜନତା ଦଳର ସଙ୍ଗଠନକୁ ଆହୁରି କ୍ରିୟାଶୀଳ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼. ବ୍ୟୋମକେଶ ରାୟଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ୫ଟି ଜିଲ୍ଲା ଏବଂ ବ୍ରହ୍ମପୁର ସହର ସାଙ୍ଗଠନିକ ଜିଲ୍ଲାର ନୂତନ ଜିଲ୍ଲା କମିଟି ଘୋଷଣା କରାଯାଇଅଛି  । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କମିଟିରେ ୫ଜଣ ଉପ-ସଭାପତି, ୫ଜଣ ସାଧାରଣ ସମ୍ପାଦକ, ୨୦ଜଣ ସମ୍ପାଦକ ଏବଂ ଜଣେ ଲେଖାଏଁ ଆଇ.ଟି. କୋର୍ଡିନେଟରଙ୍କ ନାମ ଘୋଷଣା କରାଯାଇଅଛି  । ୫ଟି ଜିଲ୍ଲା ଯଥା ଢେଙ୍କାନାଳ, ରାୟଗଡା, ନୂଆପଡା, ଦେବଗଡ ଓ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଳକ୍, ପୌରପାଳିକା ଏବଂ ଏନ୍.ଏ.ସି.ର ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଅଛି  । ଆଗାମୀ ଦିନରେ ବାକିଥିବା ସମସ୍ତ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ କମିଟି ଘୋଷଣା କରାଯିବ  ।  

 

0
0
0
s2sdefault