ଚୋରାରେ ଓଡିଶା ମଣ୍ଡିକୁ ଆସୁଛି ଛତିଶଗଡ଼ ଧାନ, ଦଲାଲ ସକ୍ରିୟ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୀମାବର୍ତ୍ତୀ ଓଡିଶା ମଣ୍ଡି ଓ ଗଳାବାଟ ଉପରେ ଜଗଦଳପୁର ପୋଲିସ ରଖିଛି ନଜର 

ମଣ୍ଡିଗୁଡିକୁ  ଦଲାଲ ମୁକ୍ତ ଓ ଛତିଶଗଡ଼ି ଧାନ ମୁକ୍ତ ରଖିବା ଜଗଦଲପୁର ଆଇ ଆଇ ସି ଙ୍କ କଡାପଦକ୍ଷେପ

ଝାରବନ୍ଧ-ମନୋହର ଦାଶ :ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଛତିଶଗଡ଼ ରାଜ୍ୟ ର ଧାନ ଯେପରି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳ ରେ ରହିଥିବା 3 ଗୋଟି ଧାନ ମଣ୍ଡି କୁ ଆସିପାରିବ ନାହିଁ ତାହାକୁ ରୋକିବାକୁ ଜଗଦଲପୁର ପୋଲିସ ପକ୍ଷ ରୁ ଦୃଢ଼ ପଦକ୍ଷେପ ନେଇଛନ୍ତି।ଜଗଦଲପୁର ଥାନା ସୀମାନ୍ତ ରେ ଥିବା ଛତିଶଗଡ଼ ଠାରୁ ଓଡିଶା ବେପାରୀ ଧାନ ଆଣି ଲଉଡିଦରହା ,ଜଗଦଲପୁର, ଲଖମରା ମଣ୍ଡିରେ ଧାନ ବିକ୍ରି କରି ପାରିବେ ନାହିଁ।ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ନିର୍ଦେଶ ପରେ ତାହାକୁ ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି।ଛତିଶଗଡ଼ ବଡ଼ର କୁ ଲାଗି 3ଟି ମଣ୍ଡି ରହିଥିବା ବେଳେ ପରିବହନ ପାଇଁ ମୁଖ୍ୟ ରାସ୍ତା ଗୁଡିକ ସହ କିଛି ଗଲା ବାଟ ମଧ୍ୟ ରହିଛି।ଯେଉଁ ରାସ୍ତା ଦେଇ ଧାନ ଚାଲାଣ ସହ 3 ମଣ୍ଡି କୁ ଛତିଶଗଡ଼ ଧାନ ଆସୁଥିବା ନଜର ରହିଛି।ତେଣୁ ଥାନା ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଏହାକୁ ରୋକିବାକୁ ପ୍ରତ୍ୟହ ପେଟ୍ରୋଲିଂ କରୁଥିବା ଦେଖାଦେଇଛି।ଯାହା ଫଳ ରେ ଥାନା ଅଧିକାରୀ ଶ୍ରୀମତୀ ବ।ର୍ଲା ଏ.ଏସ ଆଇ ସତ୍ୟାନନ୍ଦ ଭୋଇ,ହାବିଲଦାର ଜିତେନ୍ଦ୍ର ଦାଶ ଓ ତାଙ୍କ ଟିମ ଗଠନ କରି ବଡ଼ର ର ସ୍ଥାନ ମାନଙ୍କୁ ଯାଉଛନ୍ତି।

ଦଲାଲ ମୁକ୍ତ ଓ ଛତିଶଗଡ଼ ର ଧାନ ମୁକ୍ତ ମଣ୍ଡି କରାଯିବ ବୋଲି କହିଛନ୍ତି।ଯଦି କୌଣସି ଦଲାଲ କିମ୍ବା ଛତିଶଗଡ଼ ଅଞ୍ଚଳରୁ ଧାନ ଆଣି 3 ମଣ୍ଡିରେ ଚିହ୍ନଟ ହେବେ ତାହେଲେ ତାଙ୍କ ବିରୁଦ୍ଧ ରେ ଆଇନ ଅନୁଯାୟୀ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କେତେକ ଧାନ ବେପାରୀ ମାନଙ୍କୁ ଡାକି ସୂଚନା ଦେଇଛନ୍ତି ।ମଣ୍ଡି ମାଧ୍ୟମରେ ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି।ଏବଂ ଟ୍ରକ ରେ ମଧ୍ୟ ପଦ୍ମପୁର ବରଗଡ଼ ମିଲ ମାନଙ୍କୁ ଚାଷୀଙ୍କ ଧାନ ପ୍ରତ୍ୟହ ଯାଉଛି।ଜଗଦଲପୁର ପୋଲିସ ର ଏପରି ପଦକ୍ଷେପ ନେଇ ଚାଷୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।

0
0
0
s2sdefault