ଜିଲ୍ଲା ପ୍ରେସ ରୁମର ପୁନଃ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ସ୍ୱତନ୍ତ୍ର ପ୍ରତିନିଧି) : ଜିଲ୍ଲା ପ୍ରେସ ରୁମ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରୁମଟି ପୁରୁଣା ଓ ଜରାଜିର୍ଣ୍ଣ ହୋଇଗଲାଣି । ସାମ୍ବାଦିକମାନେ ବସିବାକୁ ସ୍ଥାନ ନାହିଁ, କି ପେପର ଖଣ୍ଡେ ପଢିବାକୁ ଟେବୁଲ ନାହିଁ  । ସହର ବାହାରୁ ସାମ୍ବାଦିକମାନେ ଆସିଲେ ସୁଲଭ ମୂଲ୍ୟରେ ରହଣୀର ବ୍ୟବସ୍ଥା ମଧ୍ୟ  ନାହିଁ । ଏ ନେଇ ବୁଧବାର ପୁରୀର ସାମ୍ବାଦିକ ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି  । ନୂତନ ସାମ୍ବାଦିକ ଭବନ ନିର୍ମାଣ,  ରାଜ୍ୟ ତଥା ରାଜ୍ୟ ବାହାରର ସାମ୍ବାଦିକମାନଙ୍କର ରହିବା ପାଇଁ ୧୦ ଗୋଟି କକ୍ଷ, ଗାଡି ପାର୍କିଂର ବ୍ୟବସ୍ଥା ସହ ବସାଉଠା କରିବା ଓ ସମ୍ମିଳନୀ କକ୍ଷ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । 

ସୂଚନା ଥାଉକି , ପୁରୀରେ ଥିବା ପ୍ରେସ ରୁମ ବା ସାମ୍ବାଦିକ ଭବନଟି ଅନେକ ଦିନ ହେଲା ମରାମତି ହୋଇନାହିଁ । ରୁମର କବାଟ ଝରକା ସବୁ ଭାଙ୍ଗିରୁଜି ଗଲାଣି । ରୁମ ଭିତରେ ଥିବା ଶୌଚାଳୟଟି ଦୟନୀୟ ହୋଇ ପଡି ରହିଛି । ଏହାର ପୁନଃ ନିର୍ମାଣର ଆବଶ୍ୟକତା ଥିବାରୁ ବହୁ ସଂଖ୍ୟାରେ ସାମ୍ବାଦିକ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି ।

 

0
0
0
s2sdefault