୨୦୨୧ ସ୍ବଛ ସର୍ବେକ୍ଷଣ ପାଇଁ ସଚେତନତା ରାଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ସ୍ବଛ ସର୍ବେକ୍ଷଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି I ଏହି ରାଲିଟି ପରିଷଦ କାର୍ଯ୍ୟାଳୟ ଠାରୁ ବାହାରି ସହରର ଭୀମଭୋଇ ଛକ , ରଥସାହି , ବ୍ୟାଙ୍କ ଛକଦେଇ କଦମ୍ବ ପଡିଆଠାରେ ଶେଷକରି ପଡିଆକୁ ସଫା କରିଥିଲେ। ରେଢ଼ାଖୋଲ ସହରକୁ ସ୍ବଛ ଓ ସୁନ୍ଦର କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହିତ ଅଳିଆ ଆବର୍ଜନା ବାହାରେ ନ ଫିଙ୍ଗି ଅଳିଆ ସଂଗ୍ରହ କାରି ଗାଡ଼ିରେ ଦେବାପାଇଁ କହିଥିଲେ , ଏହି ରାଲିରେ ସାନିଟେସନ ଏକ୍ସପଟ ଜ୍ୟୋତି ପ୍ରକାଶ ସ୍ବାଇଁ , ସିଇଓ ଭାରତୀ ପ୍ରଗଣିଆ , ସ୍ବଚ୍ଛ ସାଥୀ ସୁପରଭାଇଜର , ୱାର୍ଡ଼ ଅଫିସର , ସ୍ବଚ୍ଛ କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault