ବାଘ ଛାଲ, ନଖ ଓ ଦାନ୍ତ ଜବତ :ତିନି ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସରକାରଙ୍କର କଠୋର ଆଇନ ସତ୍ତ୍ୱେ ଜଙ୍ଗଲରେ ଚାଲିଛି ଅବାଧ ଶିକାର । ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ପଡିଛି ଜଙ୍ଗଲର ଜୀବଜନ୍ତୁ ଙ୍କର ଉପରେ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ଭଟଲି ଛକ ନିକଟରୁ ଜବତ ହୋଇଛି ବାଘଛାଲ । ବରଗଡ଼ ଟାଉନ ପୋଲିସ ଏବଂ ବନବିଭାଗ ମିଲିତ ଭାବରେ ଚଢ଼ାଉ କରି ଏହା ଜବତ କରିବାରେ ସଫଳ ହୋଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ତିନି ଜଣ ଦୋଷୀ ଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ବାଘଛାଲ , ୧୧ଟି ନଖ ଓ ଦାନ୍ତ ଜବତ କରିଛି । ସେମାନେ କାହାକୁ ବିକ୍ରୀ କରିବା ପାଇଁ ଆଣିଥିଲେ ଏବଂ କେବେଠାରୁ ଏହି କାରବାର କରୁଛନ୍ତି ସବୁ ଦିଗକୁ ତଦନ୍ତ ଆରମ୍ଭ କରିଛି ପୋଲିସ ଓ ଜଙ୍ଗଲ ବିଭାଗ ।

0
0
0
s2sdefault