ହେଡଲାଇନସ୍:

 ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ନିରାଶ କଲେ ପ୍ରଧାନମନ୍ତ୍ରୀ :   ଛତିଶଗଡ଼ ଉଦ୍ଦେଶ୍ୟରେ  ପଦେ କହିଲେନି,  ରାଜ୍ୟନେତାଙ୍କ ମନ୍ତବ୍ୟ ଦୋହରାଇଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାନଦୀର ୫୦ ପ୍ରତିଶତ ପାଣି ସମୁଦ୍ରକୁ ବୋହିଯାଉଛି 

 ମହାନଦୀ ଓ ଅନ୍ୟ ନଦୀ ମାନଙ୍କ ପାଣି ଗରୀବ ମାନଙ୍କ କାମରେ ଲାଗି ପାରୁନାହିଁ 

ନଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଉଦ୍ୟମ କଲେ ରାଜ୍ୟ ସହଯୋଗ କରୁନି 

ଘଂଟାଏ  ଭାଷଣରେ ଦେଲେ  ୪ ବର୍ଷର ହିସାବ ଦେଲେ ମୋଦି  

ସ୍ୱାର୍ଥ ସିଦ୍ଧି ପାଇଁ ଏକାଠି ହୋଇଛନ୍ତି ଦୁର୍ନୀତିଗ୍ରସ୍ତ ବିରୋଧୀ

କେନ୍ଦ୍ରରେ କମିଟମେଣ୍ଟର ସରକାର ଚାଲିଛି 

 ଭୁବନେଶ୍ୱର(ମାନସୀ ମିଶ୍ର )- ଆଶା କରାଯାଉଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରୄକ୍ୟାଣ୍ଟ ସବୁ ନିର୍ମାଣକାମ ବନ୍ଦ କରିବା  ପାଇଁ ବାଲିଯାତ୍ରା ମଞ୍ଚରୁ ଛତିଶଗଡକୁ ନିର୍ଦ୍ଦେଶ ଦେବେ | ହେଲେ ସେମିତି କିଛି ହେଲାଣି, ମହାନଦୀ ପ୍ରସଙ୍ଗରେ ନୂଆ କିଛି ଶୁଣିବାକୁ ମିଳିଲାନି ପ୍ରଧାନମନ୍ତ୍ରୀଙ୍କ ମୁହଁରୁ | ତାଙ୍କ ରାଜ୍ୟନେତା ମାନେ ଛତିଶଗଡକୁ ତାଗିଦ କରିବା ପାଇଁ ବା କାମ ବନ୍ଦ ରଖିବା ପାଇଁ ଯେମିତି ଚୁପ ରଖି ରାଜ୍ୟ ସରକାରଙ୍କ ସହ " ଏଇଟା କାହିଁକି କଲାଣି, ସେଇଟା କାହିଁକି କଲାଣି " ବୋଲି ଯୁକ୍ତି କରି ଆସୁଥିଲେ ଅବିକଳ ସେଇଆ ହିଁ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଛତିଶଗଡ଼ ସ୍ଥିତାବସ୍ଥା ଜାରି ରଖୁ ବୋଲି ନକହି ସେଇ ପୁରୁଣା କଥା ଦୋହରାଇଥିଲେ | ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଯେଉଁଭଳି କିଛି ରାଜ୍ୟବାସୀଙ୍କ ଆଶା ବା ଅପେକ୍ଷା ଥିଲା ତାହା ଶୁଣିବାକୁ ମିଳିଲା ନାହିଁ | ବରଂ  ଛତିଶଗଡର ସବୁ ବେଆଇନ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୀରବତା ମୁଁ ସମର୍ଥନ ପରି ପ୍ରତୀୟମାନ ହୋଇଥିଲା |  

୪ବର୍ଷ ପୁର୍ତ୍ତୀ ଉପଲକ୍ଷେ କଟକ ବାଲିଯାତ୍ରା ପଡିଆ ଠାରେ କଲ୍ୟାଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ କହିଥିଲେ ଯେ   ମହାନଦୀର ୫୦ ପ୍ରତିଶତ ପାଣି ସମୁଦ୍ରକୁ ବୋହିଯାଉଥିବା ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିସାରିଛନ୍ତି  । ଏତେ ପାଣି ସମୁଦ୍ରକୁ ବୋହିଯାଉଥିବା ବେଳେ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପ କଣ ପାଇଁ ଲମ୍ବା ସମୟ ଧରି ଲଟକି ରହିଛି ? ମହାନଦୀକୁ ଛାଡି ରାଜ୍ୟର ଅନ୍ୟ ନଦୀ ମାନଙ୍କର ଜଳ ମଧ୍ୟ ସଠିକ୍ ବ୍ୟବହାର ହେଉନାହିଁ  ।  ମହାନଦୀ ଓ ଅନ୍ୟ ନଦୀମାନଙ୍କ ପାଣି ଗରୀବ ମାନଙ୍କ କାମରେ ଲାଗି ପାରୁନାହିଁ  । ମହାନଦୀ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କଲେନାହିଁ ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

ମହାନଦୀ ଜଳ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜବାବ ଦେଇଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୪ ବର୍ଷ ପୂର୍ତି ଅବସରରେ କଟକଠାରେ ଅ ।ୟୋଜିତ ସଭାରେ ଯୋଗ ଦେଇ ସେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ ଓ ଏମିତି ଜବାବ ଦେଇଥିଲେ । ଏହାବ୍ୟତୀତ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଲାଗି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାସହ ନିଜ ସରକାରର ସଫଳତା ସମ୍ପର୍କରେ ହିସାବ ଦେଇଥିଲେ  । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏତେ ବର୍ଷ ଏଠାରେ ଶାସନ କଲେଣି, କିନ୍ତୁ ମହାନଦୀ ଜଳରୁ କିପରି ଗରିବ ଚାଷୀମାନେ ଲାଭ ପାଇ ପାରିବେ ସେ ନେଇ କୌଣସି ବ୍ୟବସ୍ଥା ବିକଶିତ କରିପାରିଲେ ନାହିଁ । ମହାନଦୀ ଜଳ କିପରି ଚାଷ ଜମିକୁ ପହଂଚି ପାରିବ ସେ ନେଇ କିଛି ବ୍ୟବସ୍ଥା କଲେ ନାହିଁ । ଓଡ଼ିଶାରେ ଅ।ହୁରି ପ୍ରମୁଖ ପାଞ୍ଚଟି  ନଦୀ ଥିବା ବେଳେ ସେଗୁଡ଼ିକର ଜଳକୁ କିପରି ସଠିକ୍ ବ୍ୟବହାର କରାଯାଇ ପାରିବ, ସେନଇ ରାଜ୍ୟ ସରକାର କିଛି କରି ନାହାଁନ୍ତି । ୨୦ ବର୍ଷ ହେଲା ଲୋୟର ଇନ୍ଦ୍ରା  ପ୍ରୋଜେକ୍ଟ କାହିଁକି ପଡ଼ି ରହିଛି ବୋଲି ସେ ପ୍ରଶ୍ନ କରିଥିଲେ । ସେହିପରି ଜଳସେଚନ ସହିତ ଯୋଜନାଗୁଡ଼ିକୁ ରାଜ୍ୟ ସରକାର କାଯର୍ୟକାରୀ ନକରି ପକାଇ ରଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ  । 

ଏହି  ଜନକଲ୍ୟାଣ ସମାବେଶରେ ୪ ବର୍ଷ ସଫଳତାର କାହାଣୀ ବଖାଣିଛନ୍ତି ନରେନ୍ଦ୍ର ମୋଦି  । ଜୟ ଜଗତ୍ତାଥ କହିବା ସହ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି  । ଏହାସହ ଗରିବଙ୍କ ଦେବତା ଜଗତ୍ତାଥଙ୍କ ମାଟିକୁ ଆସି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  । ଏହାସହ କଟକର ଐତିହ୍ୟକୁ ମନେ ପକାଇଛନ୍ତି ମୋଦି  । ଜଗତ୍ତାଥଙ୍କ ଭୂମିରୁ ଆରମ୍ଭ ହୋଇଥିବା କାମ କେବେ ବିଫଳ ହୋଇନାହିଁ ବୋଲି ନିଜ ଅଭିଭାଷଣରେ କହିଥିଲେ ପ୍ରଧାନମନ୍ତ୍ରୀ  । ଆଉ ଏହାପରେ ନିଜର ୪ବର୍ଷ ସରକାରର ଗୋଟି ଗୋଟି କରି ହିସାବ ଦେଇଥିଲେ ମୋଦି  । ୪ ବର୍ଷ ମଧ୍ୟରେ ସରକାର କଣ କରିଛନ୍ତି ତାହାର ଲମ୍ବା ତାଲିକା ଲୋକଙ୍କ ସାମ୍ନାରେ ରଥିଲେ  । ପ୍ରଧାନମନ୍ତ୍ରୀ  ଉଜ୍ଜଳା ଯୋଜନା, ସ୍କିଲ ଇଣ୍ଡିଆ, ବେଟି ବଞ୍ଚାଅ, ବେଟି ପଢାଅ ଭଳି ସଫଳ ଯୋଜନାର ଉଦାହରଣ ଦେଇଥିଲେ ମୋଦି । ବିଜେପି ସରକାରର ୪ ବର୍ଷ ମଧ୍ୟରେ ଦେଶ ନିରାଶାରୁ ଆଶା ଆଡକୁ ବଢୁଛି, କୁଶାସନରୁ ସୁଶାସନ,କଳାଧନରୁ ଜନଧନ ମାର୍ଗରେ ବଢି·ଲିଛି  । ଦିଲ୍ଲୀରେ ବସିଥିବା କେନ୍ଦ୍ର ସରକାର ସବକା ସାଥ, ସବକା ବିକାଶ ମନ୍ତ୍ର ନେଇ ସମସ୍ତଙ୍କ ପାଇଁ କାମ କରୁଛି ବୋଲି କହିଥିଲେ ମୋଦି  । ୪ ବର୍ଷ ପୂର୍ବେ ବହୁମତ ହାସଲ କରି ସରକାର ଗଢିଥିଲୁ । ଆଉ ଏହି ୪ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ହୋଇଛି ·ଷୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ବିଜେପି ସରକାର ଆରମ୍ଭ କରିଥିବାର ରିପୋର୍ଟ କାର୍ଡ ଦେଇଥିଲେ ମୋଦି  । ଏହି ୪ ବର୍ଷ ମଧ୍ୟରେ ଗରିବଙ୍କୁ ଦେଶର ଅର୍ଥ ବ୍ୟବସ୍ଥା ସହ ଯୋଡାଯାଇଛି  ଖାସକରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ମୋଦି କହିଥିଲେ ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟର  ସରକାର ·ଲିଛି  । ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ, ୱାନ ର୍ୟାଙ୍କ ୱାନ୍ ପେ, ବେନାମୀ ସମ୍ପତ୍ତି ଆଇନ ଲାଗୁ କରାଯାଇପାରିଛି ।  ବିଜେପି ସରକାର କଠିନ ନିଷ୍ପତ୍ତି ନେଇଥିବାରୁ ଦେଶରୁ କଳାଧନ ଓ ଭଷ୍ଟ୍ରା·ର ଦୂର ହୋଇଛି । ବେନାମୀ ସମ୍ପ ି ଆଇନ ଲାଗୁ ହେବା ଯୋଗୁଁ ୩୫ ଶହ କୋଟି ଟଙ୍କାର ବେନାମୀ ସମ୍ପତ୍ତି  ଜବତ ହୋଇଛି  । ଏହାଛଡା ବିରୋଧୀ ମାନଙ୍କୁ ଟାର୍ଗେଟ କରିବାକୁ ଯାଇ ମୋଦି କହିଥିଲେ, ଦେଶ ପାଇଁ ନୁହେଁ ବରଂ ନିଜ ସ୍ୱାର୍ଥ ପାଇଁ ଏକାଠି ହୋଇଛନ୍ତି ବିରୋଧୀ  । ଅଧିକାଂଶ ଘୋଟାଲା ଅଭିଯୁକ୍ତ ଏକାଠି ହୋଇଛନ୍ତି  । ଭଷ୍ଟ୍ରା·ର ଦୂର କରିବା ପାଇଁ ବିଜେପି ସରକାର ସର୍ବଦା ତତ୍ପର  । ଆଉ ଏହାର ଉଦାହରଣ ହେଉଛି, ଦେଶର ପୂର୍ବତନ ଚାରି ମୁଖ୍ୟମନ୍ତ୍ରୀ ଏବେ ଘୋଟାଲା ଅଭିଯୋଗରେ ଜେଲ୍ରେ ଅଛନ୍ତି  । ମୋଦି ନିଜ ଅଭିଭାଷଣରେ କଂଗ୍ରେସର ୬୫ ବର୍ଷର ସରକାର ଓ ବିଜେପିର ୪ ବର୍ଷର ସରକାରର ରିପୋର୍ଟ କାର୍ଡ ରଥିଲେ । ଏହାସହ କଂଗ୍ରେସ ସରକାର ଉପରେ ବର୍ଷିଥିଲେ ମୋଦି  । କଂଗ୍ରେସ ସରକାର କେବଳ ଯୋଜନା ଘୋଷଣା କରି ଭୁଲି ଯାଆନ୍ତି । ଯାହା ଫଳରେ ଆଜି ଦେଶରେ ଗରିବ ଓ ·ଷୀଙ୍କ ଅବସ୍ଥା ଏଭଳି ରହିଛି  । ସ୍ୱାଧୀନତା ପରଠାରୁ ୨୦୧୪ ସୁଦ୍ଧା ଯେଉଁଠି ଦେଶରେ ୫୦ ପ୍ରତିଶତ ସଡକ ହୋଇଥିଲା ତାହା ବିଜେପି ସରକାରର ୪ ବର୍ଷ ମଧ୍ୟରେ ୮୫ ପ୍ରତିଶତରେ ପହ ିଛି  । ସେହିଭଳି ସ୍ୱଚ୍ଛତାରେ ମଧ୍ୟ ମୋଦି ସରକାର ନିଜର ସଫଳତାର କାହାଣୀ ବଖାଣିଛନ୍ତି  । ୨୦୧୪ ସୁଦ୍ଧା ଦେଶରେ ୪୦ ପ୍ରତିଶତ ଅଚଳରେ ସ୍ୱଚ୍ଛତା ଥିବା ବେଳେ ଗତ ·ରି ବର୍ଷରେ ଏହା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି  । ସ୍ୱାଧୀନତା ପରଠାରୁ ୨୦୧୪ ପଯର୍ୟନ୍ତ ଦେଶର ୬ କୋଟି ପରିବାରଙ୍କ ନିକଟରେ ଶୌଚାଳୟ ରହିଥିବା ବେଳେ ଗତ ୪ ବର୍ଷରେ ୪.୫ କୋଟି ନୂତନ ଶୌଚାଳୟ ନିର୍ମାଣ କରିଛି ବିଜେପି ସରକାର  । ଉଜ୍ଜଳା ଯୋଜନାରେ ୪ ବର୍ଷ ମଧ୍ୟରେ ୧୦ କୋଟି ଲୋକଙ୍କୁ ନୂଆ ଏଲପିଜି କନେrନ ଦିଆଯାଇଛି  । ଏହାସହ ଉଜ୍ଜଳା ଯୋଜନାରେ ୪ କୋଟି ମହିଳାଙ୍କ ଘରେ ମାଗଣାରେ ଗ୍ୟାସ ଯୋଗାଣ  ଆଉ ଏହି ଯୋଜନାରେ ଓଡିଶାରେ ୨୫ ଲକ୍ଷ ପରିବାରକୁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଛି । ବିଜେପି ସରକାର ସମୟରେ ପାରାଦ୍ୱୀପର ବିକାଶ ଆରମ୍ଭ ହୋଇଥିଲା  । ଦେଶରେ କାହିଁ କେଉଁ କାଳରୁ ଚାଲିଆସିଥିବା  ୧୪ ଶହରୁ ଅଧିକ ପୁରୁଣା ଆଇନ ବନ୍ଦ ହୋଇଛି । ଆଉ ଏହା ସହ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ଘର ଓ କୃଷକଙ୍କ ଆୟ ଦୁଇଗଣ କରିବାକୁ ସଂକଳ୍ପ ନେଇଛି ବିଜେପି । ଆଦିବାସୀ ଅଂଚଳରୁ ସବୁବେଳେ ନୈରାଶ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି  । ଏଭଳି ସ୍ଥଳେ ରାଜ୍ୟ ସରକାର ନିଜ ଦାୟିତ୍ୱ ନ ତୁଲାଇଲେ ମଧ୍ୟ କେନ୍ଦ୍ର ସରକାର ତାର ଦାୟିତ୍ୱ ସୂ·ରୁ ରୂପେ ତୁଲାଉଛନ୍ତି ବୋଲି କହିଛନ୍ତି ମୋଦି । ସେ ଆହୁରି ମଧ୍ୟ କହିଥିଲେ ଯେ, ଲମ୍ବା ସମୟ ଧରି ପଡି ରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକର କାମକୁ ସମ୍ପୂର୍ଣ୍ଣ କରିବାପାଇଁ କେନ୍ଦ୍ର ସରକାର ଦାୟିତ୍ୱ ମୁଣ୍ଡକୁ ନେଇଛନ୍ତି  । ଦେଶର ୯୯ଟି ପ୍ରକଳ୍ପ ମଧ୍ୟରୁ ଓଡିଶାର ରହିଛି ୯ଟି ପ୍ରକଳ୍ପ  । ଏହି ପ୍ରକଳ୍ପ ସମୁହ ପାଇଁ କେନ୍ଦ୍ର ସରକାର ୮୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ୍ କରିଛନ୍ତି ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ସରକାର ତାର ଦାୟିତ୍ୱ ନିର୍ବାହ କରିବା ଆୟୁଷ୍ମାନ ଭାରତ ଯୋଜନାରେ ଘର ପାଖରେ ଉ ମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ । ଭୁୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା  ହେବା ସହ କଟକ, ବ୍ରହ୍ମପୁର ଓ ବୁର୍ଲା ସ୍ଥିତ ମେଡିକାଲ କଲେଜକୁ ଅପଗ୍ରେଡ୍ କରାଯାଉଛି ।  ଏଗୁଡିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ନେଇ ଡାକ୍ତର ଓ ନର୍ସ ତିଆରି କରିବ ବୋଲି ମୋଦି କହିଥିଲେ  ।

ବିରୋଧୀ ଦଳମାନଙ୍କୁ କଟାକ୍ଷ କରି ମୋଦି କହିଥିଲେ ଯେ, ବିରୋଧୀ ଦଳମାନେ ଦେଶ ରକ୍ଷା କରିବା ପାଇଁ ଗୋଟିଏ ମଂଚରେ ଏକାଠି ହେଉ ନାହାନ୍ତି । କେନ୍ଦ୍ର ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଓ ଚଢଉ କାରଣରୁ ନିଜର, ନିଜ ପରିବାର ସୁରକ୍ଷା ଓ  ସ୍ୱାର୍ଥ ସିଦ୍ଧି ପାଇଁ ଏକାଠି ହେଉଛନ୍ତି । କଟ୍ଟର ବିରୋଧୀମାନେ ଏହି କାରଣରୁ ଏକାଠି ହେଉଛନ୍ତି । ଦେଶର ଜନସାଧାରଣ ଏହାକୁ ଦେଖୁଛନ୍ତି ବୋଲି ସେ କହିଛନ୍ତି । ଦେଶର ଗରୀବଙ୍କ ଝାଳ ଗଙ୍ଗା, ଯମୁନା,  ଗୋଦାବରୀ ଓ ମହାନଦୀ ପରି ପବିତ୍ର । ଦେଶରେ ଆଜିର ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ସେ ନିଜେ ପ୍ରଧାନ ସେବକ କଷ୍ଟକର ଶୈଶବକୁ ଅଙ୍ଗେ ନିଭାଇ ଆଗକୁ ବଢିଛନ୍ତି । ସୁନା ଚାମଚ ତ ଛାଡନ୍ତୁ ସେ ତାଙ୍କ ଶୈଶବରେ ·ମଚ ବି କେବେ ଦେ ନ ଥିଲେ ବୋଲି ମୋଦି କହିବା ସହ ଜନତାଙ୍କ ଆଶୀର୍ବାଦ କାରଣରୁ ଏନଡିଏ ସରକାର ଠିକ ରାସ୍ତାରେ ଚାଲିଛି । ଜନତାଙ୍କ ବିଶ୍ୱାସ ସହ ଜନମତକୁ ପ୍ରାପ୍ତ କରିବାରେ ବିଜେପି ସଫଳ ହୋଇଛି ।  ଗତ ଚାରି ବର୍ଷ ମଧ୍ୟରେ ୫ଟି ରାଜ୍ୟରୁ ୨୦ ଟି ରାଜ୍ୟକୁ ଲୋକଙ୍କ ବିଶ୍ୱାସ ଓ ଆଶୀର୍ବାଦ କାରଣରୁ ସରକାରରେ ଆସିଛି । 

ଅପରପକ୍ଷରେ ୧୮  ହଜାର ବିଜୁଳି ପହଂଚି ନ ଥିବା ଗାଁରେ ବିଜୁଳି ପହଂଚି ସାରିଛି । ସୌଭାଗ୍ୟ ଯୋଜନାରେ ଦେଶର ଚାରି କୋଟି ବିଜୁଳି ସଂଯୋଗ ନ ଥିବା  ଗରୀବ ପରିବାରରେ ବିଜୁଳି ସଂଯୋଗ ପହଂଚି ଯିବା କାଯର୍ୟ ସମୟବଦ୍ଧ ଯୋଜନାରେ ·ଲିଛି । ୨୦୧୪ ସୁଦ୍ଧା ଦେଶର କେବଳ ୫୦ ପ୍ରତିଶତ ଗାଁକୁ ସଡକ ସଂଯୋଗ ଥିଲା । ଏହା ଏବେ ୮୫ ପ୍ରତିଶତରେ ପହଂଚି ସାରିଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଦ୍ୱାରା ସଂଯୁକ୍ତ କରାଯିବ । ସ୍ୱାଧୀନତାରୁ ୨୦୧୪ ଯାଏ ୬ କୋଟି ଘରେ ଶୌ·ଳୟ ନିର୍ମାଣ ହୋଇ ପାରିଥିଲା । ଗତ ଚାରି ବର୍ଷରେ ଆଉ ୭.୫ କୋଟି ନୂଆ ଶୌଚାଳୟ ନିର୍ମାଣ ହୋଇଛି । ସ୍ୱାଧୀନତାରୁ ୨୦୧୪ ପଯର୍ୟନ୍ତ ଦେଶର ୫୩ ପ୍ରତିଶତ ଲୋକଙ୍କର ବ୍ୟାଙ୍କ ଖାତା ଥିଲା । ଏହି ପ୍ରତିଶତ ଏବେ ୮୦ରୁ ଅଧିକ ହୋଇ ସାରିଛି । ଜନଧନ ଯୋଜନା କାରଣରୁ ଦେଶର ସବୁ ପରିବାର ପାଖରେ ଏବେ ବ୍ୟାଙ୍କରେ ଖାତା ଖୋଲାଯାଇ ପାରିଛି ବୋଲି ନିଜ ସରକାରର ସଫଳତା ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ  ।

କଟକ ବାଲିଯାତ୍ରା ପଡିଆ ଠାରେ  ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ,ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ବରିଷ୍ଠ  ନେତା ବିଶ୍ୱ ଭୂଷଣ ହରିଚନ୍ଦନ , ସୁରେଶ ପୂଜାରୀ , ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ , ମନମୋହନ ସାମଲ, ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ  ।

26-05-18-pm-w.jpg - 75.66 kB

0
0
0
s2sdefault