ହେଡଲାଇନସ୍:

ଫେରୋକ୍ରୋମ କର୍ମଚାରୀଙ୍କ ଅବସରକାଳୀନ ବୟସସୀମା ବୃଦ୍ଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୋଡ୍/ jayashankar dash  : ବ୍ୟାସନଗରସ୍ଥିତ ଫେରୋକ୍ରୋମ କାରଖାନା କର୍ମଚାରୀମାନଙ୍କ ଅବସର ବୟସସୀମା ୫୮ ରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଫେରୋକ୍ରମ ମଜଦୁର ୟୁନିୟନର ସଭାପତି ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ  ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଥିଲେ ।

 ଏହି ସମ୍ମିଳନୀରେ କାରଖାନା ପ୍ରବନ୍ଧକ ସଚ୍ଚିକାନ୍ତ ମହାପାତ୍ର, ମଜଦୁର ୟୁନିୟନର ସମ୍ପାଦକ ଜଗନ୍ନାଥ ଦାସ, ସଭ୍ୟ କମଳାକାନ୍ତ ନାୟକ ଓ କାରଖାନାର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଉପସ୍ଥିତ ଥିଲେ ।  ୨୦୧୫ ମସିହାରେ ରାଜ୍ୟ ସରକାର ୫୮ ରୁ ୬୦ ବର୍ଷକୁ ସରକାରୀ କର୍ମଚାରୀଙ୍କ ଅବସରକାଳୀନ ବୟସସୀମା ବୃଦ୍ଧି କରିଥିବାବେଳେ ୨୦୧୮ ମସିହାରେ ଫେରୋକ୍ରୋମ କାରାଖାନାରେ ଏହି ନିୟମ ଲାଗୁ କରାଗଲା । ଏହା ଦ୍ୱାରା କାରାଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୪୦୦ ଅସ୍ଥାୟୀ କର୍ମଚାରୀ ଓ ୧୫୦ ସ୍ଥାୟୀ  କର୍ମଚାରୀ ବିଶେଷ ଉପକୃତ ହେବେ । କର୍ମଚାରୀମାନେ ଏହାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଇପିକଲର ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକ ଓ ଏମଡି ସଚ୍ଚିକାନ୍ତ ମହାପାତ୍ରଙ୍କୁ ଦେଇଛନ୍ତି ।

0
0
0
s2sdefault