ହେଡଲାଇନସ୍:

ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭରଚୁଆଲ ମୋଡ଼ରେ ଉଦଘାଟିତ ହେଲା ଜିଲ୍ଲା ଓ ସେସନ ଜଜ କୋର୍ଟ ନୂତନ କୋଠା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଏବଂ ସେସନ ଜଜ କୋର୍ଟର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କ ଦ୍ଵାରା ଭରଚୁଆଲ ମୋଡ଼ରେ ଭିଡିଓ କନଫରେନସିଂ ମାଧ୍ୟମରେ ରିମୋଟ ବଟନ ମାରି ଉଦ୍ ଘାଟନ କରିଥିଲେ । 

ଏହି ସମୟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ସହିତ ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଭରଚୁଆଲ ମୋଡ଼ରେ ପାରଳାଖେମୁଣ୍ଡି ଠାରେ ଏହି ନବନିର୍ମିତ ଜିଲ୍ଲା ଓ ସେସନ ଜଜ କୋର୍ଟ ବିଲଡିଙ୍ଗର ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ସେସନ ଜଜ ଶ୍ରୀ ବିଶ୍ଵଜିତ ଦାସ ଓ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ସମେତ ସିଜେଏମ : ଶ୍ରୀ ମାନସ କୁମାର ପଣ୍ଡା , ସିନିଅର ସିଭିଲ ଜଜ ମିସ-ଦୀପା ଦାସ , ଡିଏଲଏସଏ ର ସେକ୍ରେଟାରୀ ଶ୍ରୀ ବ୍ୟୋମକେଶ ନାୟକ , ରେଜିଷ୍ଟ୍ରାର ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ , ସିଭିଲ ଜଜ ଏସଡିଜେଏମ ଶ୍ରୀ ଚନ୍ଦ୍ରହାସ ବେହେରା , ଜେଏମଏଫସି ବନିଲ କୁମାର ଖଟେଇ , ଜେଏମଏସସି ମିସ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ , ଜିଲ୍ଲା ବାର ସଂଘ ସଭାପତି ଶ୍ରୀ ରାମନାଥ ମିଶ୍ର , ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ , ସମସ୍ତ ଓକିଲ , ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକାରଣର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲା ଓ ସେସନ ଜଜ ଶ୍ରୀ ବିଶ୍ଵଜିତ ଦାସ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଆଜି ଗଜପତି ଜିଲ୍ଲା ପାଇଁ ଏକ ଗୌରବର ଦିନ , କାରଣ ଦୀର୍ଘବର୍ଷ ଧରି ଏହି ଜିଲ୍ଲା ଓ ସେସନ ଜଜ କୋର୍ଟର ନବନିର୍ମିତ କୋଠା ନିର୍ମାଣ ହୋଇ ଉଦଘାଟନ ହେବା ଅପେକ୍ଷାରେ ଥିଲା ।

ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଆଶା କରୁଛି ଯେ , ଏହି ଆଦିବାସୀ ବହୁଳ ଗଜପତି ଜିଲ୍ଲାଞ୍ଚଳରେ ଯେଉଁ ବିଭିନ୍ନ ମକଦ୍ଦମା ସବୁ ରହିଛି , ଏହା ସମସ୍ତଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିପାରିବ ଏବଂ ଲୋକେ ଉଚିତ ନ୍ୟାୟ ପାଇପାରିବେ । ଅନ୍ୟ ପକ୍ଷରେ ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିପାରିବ । ସେଥିପାଇଁ ଜିଲ୍ଲାର ଏହି ନ୍ୟାୟିକ ବିଲଡିଙ୍ଗ ଜିଲ୍ଲାବାସୀଙ୍କ ପାଇଁ ଜୁଡିସିଆଲ ମନ୍ଦିର ହୋଇପାରିବ ବୋଲି କହିଥିଲେ ।

ଅନ୍ୟପକ୍ଷରେ ଫେମିଲି କୋର୍ଟ ପାଇଁ ଏଠାରେ ମାନ୍ୟବର ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ହିଁ ସମ୍ଭବ ହୋଇପାରିବ । ଭିଜିଲାନ୍ସ କୋର୍ଟ ବର୍ତ୍ତମାନ ବ୍ରହ୍ମପୁର ଠାରେ ରହିଛି । ଏହି ଭିତରେ ଜିଲ୍ଲାର ଆର:ଉଦୟଗିରି ନଚେତ ମୋହନା ଠାରେ ଏକ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ସ୍ଥାପନ ହେବା ପ୍ରସ୍ଥାବ ମାନ୍ୟବର ହାଇକୋର୍ଟକୁ ଯାଇଛି । 

ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ଏହି ଜିଲ୍ଲା କୋର୍ଟର ପରିସର ବୃଦ୍ଧି ହେବ ଏବଂ ଏହି ଜିଲ୍ଲା ଜଜ କୋର୍ଟରେ ଆଗାମୀ ଦିନର ଅତି ନିକଟରେ ମୋଟ ୧୧ ଟି କୋର୍ଟ ଏଠାରେ କାମ କରିବ । ଜିଲ୍ଲାଞ୍ଚଳରୁ ଯେତେ ସବୁ ବିଭିନ୍ନ ମକଦ୍ଦମା ଏଠାକୁ ଆସୁଛି ଓ ରହୁଛି , ସେସବୁ ମକଦ୍ଦମା ଗୁଡିକ ସୁଚାରୁ ରୁପେ ସମାଧାନ ହୋଇପାରିବ ଏବଂ ଜନସାଧାରଣ ମଧ୍ୟ ଏଠାରେ ଉଚିତ ନ୍ୟାୟ ପାଇପାରିବେ ବୋଲି ଜିଲ୍ଲା ଦୌରା ଜଜ ଶ୍ରୀ ବିଶ୍ଵଜିତ ଦାସ କହିଥିଲେ ।

0
0
0
s2sdefault