ହେଡଲାଇନସ୍:

ଆଗକୁ ଭୋଟ ଥିବା ଦୁଇ ରାଜ୍ୟରେ ରାଜ୍ୟପାଳ ହେଲେ ଦୁଇ ଆରଏସଏସ ସଂଗଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗଣେଶି ଲାଲଙ୍କୁ  ଓଡ଼ିଶା, ରାଜ ଶେଖରନଙ୍କୁ ମିଜୋରାମ 

ଆଗକୁ ଭୋଟ ଥିବା ଦୁଇ ରାଜ୍ୟରେ ରାଜ୍ୟପାଳ ହେଲେ ଦୁଇ ଆରଏସଏସ ସଂଗଠକ 

ନୂଆଦିଲ୍ଲୀ : ଦୁଇଜଣ ଆରଏସଏସ ପୁରୁଖା ନେତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଟି ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି | ହରିୟାନାର ପୂର୍ବତନ ବିଜେପି ରାଜ୍ୟ ସଭାପତି, ବିଜେପି ଶୃଙ୍ଖଳା କମିଟିର ପୂର୍ବତନ ଜାତୀୟ ସଭାପତି  ତଥା ବରିଷ୍ଠ ବିଜେପି ନେତା ପ୍ରଫେସର ଗଣେଶି ଲାଲ ଓଡ଼ିଶାର ନୂଆ  ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି | ଓଡ଼ିଶାର ପୂର୍ବତନ ରାଜ୍ୟପାଳ  ଡ଼ ଏସ ସି ଜମିରଙ୍କ କାର୍ଯ୍ୟକାଳ ସମାପ୍ତ ପରେ ବିହାର ରାଜ୍ୟପାଳ ସତ୍ୟ ପାଲ ମଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ  ଦାୟିତ୍ୱ ତୁଲାଉଥିଲେ |  

ଅନ୍ୟଜଣେ ହେଲେ କେରଳ ବିଜେପିର ସଭାପତି କେ  ରାଜଶେଖରନ | ତାଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି | ସେ  ମଧ୍ୟ ପୁରୁଖା  ଆରଏସଏସ ସଂଗଠକ ଭାବେ ଜଣାଶୁଣା |

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୨୦୧୯ରେ ନିର୍ବାଚନ ହେବାକୁ ଥିବାବେଳେ ମିଜୋରାମରେ ଚଳିତ ବର୍ଷ ଡ଼ିସେମ୍ବର ରେ ଭୋଟ ହେବ | ତେଣୁ କୂଟନୀତି ଓ ରାଜନୀତିରେ ମାହିର ଏହି ଦୁଇ ଚରିତ୍ର ରାଜନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛି ଆଗକୁ ନିର୍ବାଚନ ଥିବା ଯୋଗୁ | କାରଣ ଯେ କୌଣସି ସ୍ଥାନରେ ଝୁଲା ବିଧାନସଭା ହେଲେ ସେଠାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ ହୋଇଯାଏ, ଯେମିତିକି କର୍ଣ୍ଣାଟକ ରେ ହେଲା, ଆଗରୁ ଗୋଆ ସମେତ ଅନ୍ୟ କେତେକ ରାଜ୍ୟରେ ହୋଇଛି | ବିଜେପି ଓଡିଶାକୁ ଆଖେଇଥିବା ଯୋଗୁ ଏଠାରେ ଗନେସିଲାଲ ଙ୍କ ପରି ଅଭିଜ୍ଞ ବ୍ୟକ୍ତିଙ୍କୁ ରରାଜ୍ୟପାଳ ନିଯୁକ୍ତି ଦିଆଯାଇଛି |   

0
0
0
s2sdefault