ହେଡଲାଇନସ୍:

ଅଦିନିଆ ବର୍ଷା, ଶ୍ରମିକ ଅଭାବ: ଅମଳ ହୋଇପାରୁନି ରବି ଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଅତାବିରା/Nila Deep -କାଳବୈଶାଖୀ ଜନିତ ବର୍ଷା, ଝଡବତାଶ, କୁଆପଥର ମାଡ ଯୋଗୁ ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକ ଅଞ୍ଚଳରେ ରବିଧାନ ଫସଲ ନଷ୍ଟ ହୋଇଛି । ଗୋଟିଏ ପଟେ ଚାଷୀମାନେ ଶ୍ରମିକ ଅଭାବରୁ ଚାଷ ଜମିରୁ ଧାନ ଅମଳ କରି ପାରୁ ନ ଥିବାବେଳେ ଅନ୍ୟପଟେ ବର୍ଷା ଯୋଗୁ ଧାନ ପେଟାରେ ଗଜା ହୋଇଗଲାଣି। ଅତାବିରା ବ୍ଲକ ଲରମ୍ଭା, ପୋଡବାଡି, ଅମସ୍ତଲା, କର୍ଣ୍ଣଟିକ୍ରା, ତଳିଲରମ୍ଭା, ଛନ୍ଦପାଲି, ନୂଆପଡା ଅଞ୍ଚଳରେ ଏଭଳି ଅବସ୍ଥା ହୋଇଛି । ଲରମ୍ଭା ଓ ଛନ୍ଦପାଲି ଅଞ୍ଚଳର ଉଦ୍ଧବ ସେଟଙ୍କ ସାଢ଼େ ୩ଏକର, ଗଙ୍ଗାଧର ସେଟଙ୍କ ୪ଏକର, ଆନନ୍ଦ ସେଟଙ୍କ ୩ଏକର, ଚତୁର୍ଭୁଜ ନାୟକଙ୍କ ଅଢ଼େଇ ଏକର, ଜୟ ସେଟଙ୍କ ୩ଏକର ଧାନପେଟା ଗଜା ହୋଇଛି । ଗୁରୁବାର ଲରମ୍ଭା ଆର୍‌ଆଇ ସନୀତା ସାହୁ ଓ ରାଜସ୍ବ କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିଥିଲେ । ଏହି ସମୟରେ ଚାଷୀମାନେ ହାତରେ ଗଜା ଧାନ କେଣ୍ଡା ଧରି ସଠିକ ଆକଳନ କରି ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବାକୁ ଦାବି କରିଥିଲେ ।

0
0
0
s2sdefault