ହେଡଲାଇନସ୍:

କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା, ଅଯଥା ବ୍ୟୟ ଓ ମୂଲ୍ୟହୀନ : ଡ଼ ସିପ୍ରା ମଲ୍ଲିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖାଦ୍ୟ ସୁରକ୍ଷା ଆୟୁକ୍ତ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା ବୈଠକ ।

 

ଯାଜପୁର(ଜୟଶଙ୍କର ଦାଶ) :କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା ଅଯଥା ବ୍ୟୟ ଓ ମୂଲ୍ୟହୀନ ବୋଲି ଖାଦ୍ୟ ଆୟୁକ୍ତଙ୍କ ସଦସ୍ୟ ଡଃ ସିପ୍ରା ମଲ୍ଲିକ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଊସ ଠାରେ ଜିଲ୍ଳାରେ କାର୍ଯ୍ୟକାରୀ ହେଊଥିବା ଖାଦ୍ୟ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା ।  ଏଥିରେ ଖାଦ୍ୟ ଆୟୁକ୍ତଙ୍କ ସଦସ୍ୟ ଡଃ ମଲ୍ଲିକ ଯୋଗଦେଇ ସମସ୍ତଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ଆୟୁକ୍ତ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଜିଲ୍ଳାକୁ ସମୀକ୍ଷା କରୁଚ୍ଥନ୍ତି ।  ତେଣୁ ଅଙ୍ଗନୱାଡି କେନ୍ଦ୍ରର ଶିଶୁ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଯେପରି ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗଯାଇ ପାରିବ ସେଥିପ୍ରତି ପ୍ରତ୍ୟେକ ନିଷ୍ଠାର  ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।  ପ୍ରାରମ୍ଭରେ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାରେ ଖାଦ୍ୟ ନିରାପତ୍ତା ଆଇନର କାର୍ଯ୍ୟକାରିତା, ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କୁ ଭୋଜନ ବ୍ୟବସ୍ଥା  , ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ ।  ଜିଲ୍ଳାରେ ୧୪୫୨୩୨୮ ହିତାଧିକାରୀଙ୍କୁ ଖାଦ୍ୟ ନିରାପତ୍ତା ଆଇନରେ ସାମିଲ କରାଯିବାର ଧାର୍ଯ୍ୟଲକ୍ଷ୍ୟକୁ ଶତକଡା ୯୯ ଭାଗ ହିସାବରେ ୧୪୫୧୧୬୦ ଙ୍କୁ ସାମିଲ କରାଯାଇଚ୍ଥି । ଅନ୍ୟାନ୍ୟ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ସହ ବକେୟା ରହିଥିବା ୧୧୬୮ ଜଣଙ୍କୁ ତୁରନ୍ତ ଯୋଜନାରେ ସାମିଲ ପାଇଁ ସଦସ୍ୟା ଡଃ ମଲ୍ଲିକ ନିର୍ଦ୍ଦେଶ  ଦେଇଥିଲେ ।  ସେହିପରି ଅନ୍ୟାନ୍ୟ ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ ।  କୈାଣସି ପରିସ୍ଥିତିରେ ଖାଊଟି କାର୍ଡ ପ୍ରସ୍ତୁତ କରି ଅଯଥା କାର୍ଯ୍ୟାଳୟରେ ପକାଇ ନ ରଖି ହିତାଧିକାରୀଙ୍କୁ ଯଥାଶିଘ୍ର ବାଣ୍ଟିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।  ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ  ୨୦୧୯୦୦୦ ଲୋକଙ୍କୁ କର୍ମ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଚ୍ଥି । ତେବେ ମେ ୨୦୧୮ ରେ ଧାର୍ଯ୍ୟ ଲକ୍ଷ୍ୟ ୩୮୬୨୨୦ ରୁ ଶତକଡା ୯୫.୫୬ ହାରରେ ୩୬୯୦୭୧ ସପଂଳତା  ମିଳିଚ୍ଥି ।  ୨୦୧୯ ମସିହା ଧାର୍ଯ୍ୟ ଲକ୍ଷ୍ୟର ଏହା ଶତକଡା ୧୮.୨୮ ଭାଗ ।  ୨୦୧୯ ପାଇଁ ୬୨୭୭.୬୮ ଲକ୍ଷ ଟଙ୍କା ଖର୍ଚ୍ଚର ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ କେବଳ ମେ ୨୦୧୮ ପାଇଁ ୧୨୦୦.୮୭ ଲକ୍ଷ ଧାର୍ଯ୍ୟ ଲକ୍ଷ୍ୟ ଥିଲା ।  ସେଥିରୁ ୯୪୧.୭୪ ଲକ୍ଷ ଖର୍ଚ୍ଚ ହୋଇଚ୍ଥି ଯାହା ମୋଟ ଖର୍ଚ୍ଚର ଶତକଡା ୧୫  ଭାଗ ।  ପ୍ରକଳ୍ପ ଗୁଡିକ ମଧ୍ୟରେ ଖେଳ ପଡିଆ, ପାରମ୍ପରିକ ଜଳ ଊସôର ପୁନଃରୁଦ୍ଧାର, ଗ୍ରାମ୍ୟ ସଂଯୋଗୀକରଣ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଶୈାଚାଳୟ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର, ବନ୍ୟା ନିୟନ୍ତ୍ରଣ ଓ ବନ୍ୟା ସୁରକ୍ଷା, ଜମି ଊନ୍ନୟନ, ଜଳ ସେଚନ କାର୍ଯ୍ୟ, ମରୁଡି ପ୍ରତିକାର ବିବିଧ ପ୍ରକଳ୍ପ ମାନ ସାମିଲ ରହିଚ୍ଥି ।  ତେବେ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା ।  ଅଗ୍ରାଧିକାର ଭିତ୍ତିରେ ସଂପୃକ୍ତ ବିଦ୍ୟାଳୟ ମାନଙ୍କରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ କରିବା  ଓ ଯଦି ସ୍କୁଲରେ ସ୍ଥାନାଭାବ  ଥାଏ ତେବେ ଅନ୍ୟତ୍ର କେନ୍ଦ୍ର ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା ।  କିନ୍ତୁ ବିଦ୍ୟାଳୟ ମାନଙ୍କରେ ସ୍ଥାନ ଥାଇ ମଧ୍ୟ ଯଦି କୈାଣସି କ୍ଷେତ୍ରରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଅଙ୍ଗନୱାଡି କେନ୍ଦ୍ର ସେଠାରେ ନିର୍ମାଣ କରାଇ ଦେଊନାହାଁନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଚ୍ଥନ୍ତି ।  ଦୀନଦୟାଲ ଊପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନାରେ ୨୦୧୭-୧୮ ବର୍ଷରେ ପ୍ରେରଣା ପାଇଁ ୬ ହଜାର ଧାର୍ଯ୍ୟଲକ୍ଷ୍ୟରୁ ଶତକଡା ୧୦୩ ହାରରେ ୬୧୫୩ ର ସପଂଳତା ମିଳିଥିଲା । ଏହି ତାଲିମ ନେଇଥିବା ୨୧୯୩ ଙ୍କ ମଧ୍ୟରୁ ୬୨୧ ଜଣ ନିଯୁକ୍ତି ପାଇଚ୍ଥନ୍ତି ।  ୨୦୧୮-୧୯ ବର୍ଷ ପାଇଁ ମଧ୍ୟ ୬ ହଜାର ଧାର୍ଯ୍ୟଲକ୍ଷ୍ୟରୁ  ମେ ମାସ ସୁଦ୍ଧା ୩୮୯ ଜଣ ତାଲିମ ନେଇଚ୍ଥନ୍ତି ।  ସେହିପରି ସମସ୍ତ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଗୃହ ରହିଚ୍ଥି ଓ ମଧ୍ୟାହ୍ନ ଭୋଜନ ମଧ୍ୟ ଚାଲୁଚ୍ଥି ବୋଲି ଜିଲା  ଶିକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନର ଜିଲ୍ଳା  ପ୍ରକଳ୍ପ ସଂଯୋଜକ ସୂଚନା ଦେଇଥିଲେ ।  ୪୨୪୩ ଜଣଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ଜମି ପଟ୍ଟା ଦିଆଯାଇଚ୍ଥି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ।  ଏହି ସମୀକ୍ଷାରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ  ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ, ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ, ସମସ୍ତ ସି.ଡି.ପି.ଓ.  ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  

0
0
0
s2sdefault