ହେଡଲାଇନସ୍:

ମେଲେରିଆ ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଡିକାଲ ଟିମ ସହିତ ଘରକୁ ଘର ବୁଲି ଯାଞ୍ଚ କଲେ , ଲୋକଙ୍କୁ ସଚେତନ କରାଇଲେ

ବରଗଡ :- ବିଗତ କିଛି ଦିନହେଲା ପାଇକମାଲ ବ୍ଲକ କେରମେଲାବାହାଲ ଗ୍ରାମପଞ୍ଚାୟତର ହରଡ଼ାଟାଲ ଗ୍ରାମରେ ମେଲେରିଆ ର ଆତଙ୍କ ଦେଖାଦେଇଛି । ବର୍ତ୍ତମାନ ଗ୍ରାମର ପ୍ରାୟ ଚାଲିଶରୁ ଅଧିକ ଲୋକ ମେଲେରିଆରେ ଆକ୍ରାନ୍ତ । ସୂଚନା ମୁତାବକ ମେଲେରିଆ ରେ ପ୍ରାଣ ହରାଇ ସାରିଛନ୍ତି ଏହି ଗ୍ରାମର ତିନି ଜଣ । ଆଜି ସକାଳୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମେଡିକାଲ ଟିମ ସହିତ ଏହି ଗ୍ରାମକୁ ପହଂଛି ଘର ଘର ବୁଲି ଆକ୍ରାନ୍ତ ଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଉପଜିଲ୍ଲାପାଳ ଙ୍କ ସହିତ ଯାଇଥିବା ମେଡିକାଲ ଟିମ ପ୍ରତ୍ୟେକ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ବଣ୍ଟନ ଜାରି ରଖିଛନ୍ତି । ଉପଜିଲ୍ଲାପାଳ ଓ ମେଡିକାଲ ଟିମ ଲୋକଙ୍କୁ ସଚେତନ କରିବା ସହିତ ସରକାରଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଔଷଧ ବୋଲା ମସାରି ବ୍ୟବହାର କରିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସରକାରଙ୍କର ତରଫରୁ ମେଲେରିଆ ପ୍ରବଣ ଅଂଚଳରେ ଲୋକଙ୍କୁ ମାଗଣାରେ ମସାରି ବଣ୍ଟନ କରାଯାଇଛି । ଏହି ଗ୍ରାମରେ ବର୍ତ୍ତମାନ ଚାଳିଶ ଜଣ ମେଲେରିଆ ରୋଗୀ ରହିଛନ୍ତି । ସେମାନଙ୍କୁ ମେଡିକାଲ ଟିମ ଦ୍ୱାରା ପର୍ଯପ୍ତ ଔଷଧ ପ୍ରଦାନ କରାଯାଇ ପଥୀ ମୁତାବକ ଔଷଧ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୱାନ କହିଛନ୍ତି ।

0
0
0
s2sdefault