ହେଡଲାଇନସ୍:

ବିଶ୍ବ ମିତବ୍ୟୟିତା ଦିବସ ଉପଲକ୍ଷେ ସଞ୍ଚୟ ରଥ ଯାତ୍ରା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ବିଶ୍ବ ସଞ୍ଚୟ ଦିବସ ଅବସରରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲିଲି କୁମାରୀ କୁଲୁ ଏକ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଝାରସୁଗୁଡ଼ା ,କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ ପରିକ୍ରମା କରିଥିଲା।ସୁରକ୍ଷିତ ସଞ୍ଚୟର ଆବଶ୍ୟକତା ଉପରେ ଓ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ରଞ୍ଜିତା ପଣ୍ଡା ଲୋକଙ୍କୁ ବୁଝାଇଥିଲେ। ଏହା ସହ ସ୍ବଳ୍ପ ସଞ୍ଚୟର ଆବଶ୍ୟକତା ଓ ଏହା ସମ୍ବନ୍ଧିତ ଯୋଜନା ବିଷୟରେ ଲେଖା ଯାଇଥିବା ପୁସ୍ତିକା ଓ ମାସ୍କ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଯୁଗଳ କିଶୋର ପଟେଲ, କୈଳାସିନୀ ପଣ୍ଡା, ଅଜିତ ମିଶ୍ର, ଲଳିତା ସିଂ ଓ ଜଗନ୍ନାଥ ରାଉତ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault