ହେଡଲାଇନସ୍:

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:( ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଭାରତରତ୍ନ  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ଭାରତ ରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀ କଂଗ୍ରେସକୁ ତୀବ୍ର ଗତିରେ ଆଗକୁ ନେବା, ଝାରସୁଗୁଡା ଗଢ଼କୁ ସୁରକ୍ଷିତ ରଖିବା ପାଇଁ ଶପଥ ନେଇଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଭରତ ଅୱସ୍ତି, ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ମହେନ୍ଦ୍ର ନାଏକ,ସିଆରାମ ଦାସ, ଫକୀର ନାଏକ, ପ୍ରଶାନ୍ତ ତ୍ରିପାଠୀ, ଶାହାରୁଖ ଖାନ, ମନିସ ବାଜପେୟୀ, ସମ୍ବିଦ ପଟେଲ, ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଓ ଇନ୍ଦିରା ଗାନ୍ଧୀଙ୍କ ଦେଶ ପ୍ରତି ଅବଦାନକୁ ଆଜି ଦେଶସାରା ସ୍ମରଣ କରୁଛି। ସ୍ବାଧୀନତା ପରବର୍ତ୍ତୀ କାଳରେ ଦେଶୀୟ ରାଜ୍ୟମାନଙ୍କ ସମ୍ମିଶ୍ରଣରେ ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଅତୁଳନୀୟ ଥିଲା। ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦେଶର ସୁରକ୍ଷା ନିମନ୍ତେ ପାକିସ୍ଥାନକୁ ଦୁଇ ଭାଗରେ ବିଭକ୍ତ କରିବା ଓ ଭାରତକୁ ପରମାଣୁ ଶକ୍ତିରେ ପରିଣତ କରିବା ସେ ସମୟରେ ସମଗ୍ର ବିଶ୍ବରେ ଭାରତର ଶକ୍ତିକୁ ଏକ ଭିନ୍ନ ପରିଚୟ ଦେଇଥିଲା।

0
0
0
s2sdefault