ହେଡଲାଇନସ୍:

ଅରୁଣଙ୍କ "ଗାନ୍ଧୀ ଡିଭିଜନ" : ପରଶି ଦେଲା ଅନେକ ଆଲୋଚିତ-ଅନାଲୋଚିତ ଗାନ୍ଧୀକଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାନ୍ଧୀ ଡିଭିଜନ୍ ବା ମହାତ୍ମାଗାନ୍ଧୀଙ୍କ ମାର୍କସିଟ୍ ମୋଟାମୋଟି  କହେ ଭଲନମ୍ବର ରଖିନପାରିବା ଏକ ବିଫଳତା ବା ଅସଫଳତା ନୁହେଁ । ବରଂ ସେଭଳି ନମ୍ବର ରଖି ସେଇଠି ଅଟକିଯିବା ଓ ସବୁ ବ୍ୟର୍ଥ ହୋଇଗଲା ଭାବିବା ମଣିଷର ବଡ ପରାଜୟ ଓ ବିଫଳତା । ଏମିତିରେ ତ ମହାତ୍ମାଗାନ୍ଧୀମାନଙ୍କୁ ମାର୍କସିଟ୍ ଗଢିନଥାଏ । ଆମ ପାଇଁ ସ୍ୱୟଂ ଗାନ୍ଧୀ ହେଉଛନ୍ତି ଆଦର୍ଶ । ଗାନ୍ଧୀ ଦର୍ଶନ ହେଉଛି ଆମ ପାଇଁ ମାଗ ର୍ଦର୍ଶିକା । ପରିକ୍ଷାରେ ଭଲ ନମ୍ବର ବା ଖରାପ ନମ୍ବର ଆଧାରରେ ଛାତ୍ର ବା ଛାତ୍ରୀର ଭବିଷ୍ୟତ ନିର୍ଦ୍ଧାରିତ ହୁଏ ନାହିଁ ବୋଲି ଗାନ୍ଧୀଙ୍କ ଜୀବନୀ ଆମକୁ ଶିକ୍ଷା ଦିଏ । ପରୀକ୍ଷାରେ କପି ନକରି ମଧ୍ୟ ଶିକ୍ଷକଙ୍କ ମନଜିଣି ହୁଏ, ଏକଥା ଗାନ୍ଧୀଙ୍କ ବ୍ୟବହାରରୁ ଆମେ ଶିଖିଛେ ।

ଭୁବନେଶ୍ୱର (ଶାସକ ପ୍ରଶାସକ) : ବାସ୍ତବିକ ଯେତେ ପ୍ରଶଂସା କଲେ ବି କମ ହେବ ଏହି ଉଦ୍ୟମର | ଗାନ୍ଧୀ ଜୀବନ ଓ ଗାନ୍ଧୀ ଦର୍ଶନର ଅନେକ ଆଲୋଚିତ ଓ ଅନାଲୋଚିତ ଦିଗକୁ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହେଲା ଭଳି ନିଜସ୍ୱ ସ୍ୱଭାବ ସୁଲଭ ଶୈଳୀରେ ୟୁ ଟ୍ୟୁବ ଭିଡିଓ ମାଧ୍ୟମରେ ଉପସ୍ଥାପନା କରିବାର ଯେଉଁ ପ୍ରୟାସ ଉଚ୍ଚ ଶିକ୍ଷା , କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ ଆଜିଠାରୁ ଆରମ୍ଭ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଭାବଶାଳୀ ଓ ପ୍ରେରଣା ଦାୟୀ ହୋଇପାରିଛି | ଗାନ୍ଧୀ କଥାର ପ୍ରଥମ ଅଧ୍ୟାୟରେ  ଗାନ୍ଧୀ ଡିଭିଜନକୁ ନେଇ ଅନେକଙ୍କ ମନରେ ଥିବା ସଂକୀର୍ଣ୍ଣତାକୁ ଦୂର କରିବାରେ ସଫଳ ହୋଇଛି ଡ଼ ସାହୁଙ୍କ ଏହି ବ୍ୟାପକ ବିଶ୍ଳେଷଣ  ବାସ୍ତବିକ କଣ ଥିଲେ ଗାନ୍ଧୀ, କଣ ଥିଲା ଗାନ୍ଧୀ ଜୀବନ ଦର୍ଶନ ଆଉ କଣ ସେ ଗାନ୍ଧୀ ଡିଭିଜନ ! ସମ୍ପ୍ରତି ଗାନ୍ଧିଜୀ, ଗାନ୍ଧିଜୀଙ୍କ ଜୀବନ ଓ ଗାନ୍ଧିଜୀଙ୍କ ଦର୍ଶନକୁ ନେଇ ନାନାଦି ବିଭ୍ରାନ୍ତି ସୃଷ୍ଟି କଟାଯାଉଥିବା ବେଳେ ଏବଂ ବର୍ତ୍ତମାନ ପରିସ୍ଥିତିରେ ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଅତି ପ୍ରାସଙ୍ଗିକ ହୋଇ ପଡିଥିବା ବେଳେ ମନ୍ତ୍ରୀ ଡ଼ ସାହୁଙ୍କ ଏଭଳି ସମୟଚିତ ଉପସ୍ଥାପନା ଓ ଉଦ୍ୟମ ବେଶ ପ୍ରଶଂସନୀୟ | ଆଜି ତାଙ୍କ ପ୍ରତିଶ୍ରୁତି ମୁତାବକ ସେ ଲୋକଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଛନ୍ତି ତାଙ୍କ ସ୍ୱତନ୍ତ୍ର ତଥା ଗବେଷଣାସମ୍ବଳିତ ଉପସ୍ଥାପନା " ଗାନ୍ଧୀ ଡିଭିଜନ" | ସୁନ୍ଦର ଓ ସାବଲୀଳ ଢଙ୍ଗରେ ସମସ୍ତଙ୍କ ବୁଝିଲା ଭଳି ଉପାସଥାପିତ କରିଛନ୍ତି ଗାନ୍ଧୀ ଜୀବନ ଓ ଦର୍ଶନର ବିଭିନ୍ନ ବିଭବକୁ |   

 ତାଙ୍କ ଉପସ୍ଥାପନାରେ ଗାନ୍ଧିଜୀଙ୍କ ଛାତ୍ର ଜୀବନର ବର୍ତ୍ତମାନ ପରିସ୍ଥିତିରେ କେତେ ପ୍ରାସଙ୍ଗିକତା ରହିଛି ତାହାର ଅବତାରଣା କରି  ମନ୍ତ୍ରୀ ଡ଼ ସାହୁ କହିଛନ୍ତି ଯେ " ଗାନ୍ଧୀଜୀଙ୍କ ନାମକୁ ଦୁଇଗୋଟି “ତୃତୀୟ “ବା 3rd division  ବା 3rd class ସହ ଅନେକ ସମୟରେ ଯୋଡି ଦିଆଯାଏ । ପ୍ରଥମ – ସିଏ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଲା ପରେ ଟ୍ରେନରେ  ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିଲେ । ଉଦେଶ୍ୟ ଥିଲା ଦେଶର ସାଧାରଣ ଲୋକଙ୍କ ମେଳରେ ରହି ସେମାନଙ୍କ ନାଡି ଜାଣିବା, ସ୍ପନ୍ଦନ ଜାଣିବା । ଦ୍ୱିତୀୟ – ଜଣେ ଛାତ୍ରଛାତ୍ରୀ କଷ୍ଟେମଷ୍ଟେ ପାସକରିଗଲେ ଅନେକ କହନ୍ତି ଯାହା ହେଉ ସିଏ ଗାନ୍ଧୀ ଡିଭିଜନରେ ପରିକ୍ଷା ପାର ହୋଇଗଲେ ।

ଆତ୍ମଜୀବନୀରେ ଠାଏ ଗାନ୍ଧୀ ଲେଖିଛନ୍ତି – ଜଣେ ଛାତ୍ର ଭାବେ ତାଙ୍କୁ ଗଧ ବା ମୁର୍ଖ ବିବେଚନା କରାଯାଉନଥିଲା । ତାଙ୍କ ଘରେ ଆସି ପହଂଚୁଥିବା Annual Progress Report ରେ ତାଙ୍କ ସ୍ୱଭାବ ବାବଦରେ କେବେ ବି ଖରାପ କି ଚଳିବ କିମ୍ବା ନମ୍ବର ତଳେ ଅକୃତକାର୍ଯ୍ୟ ଲେଖା ହେଉନଥିଲା । ସ୍କୁଲରେ ପଢ଼ୁଥିଲାବେଳେ ତେରବର୍ଷ ବୟସରେ ତାଙ୍କ ବାହାଘର ସରିଥିଲା । ପୁଣି ରୋଗଣା ବାପା ଘରେ ଶଯ୍ୟାଶାୟୀ ଥିଲେ । ପାଠ ସାଙ୍ଗକୁ ତେଣୁ ମୋହନିଆଙ୍କୁ ପତ୍ନୀ ଓ ପିତାଙ୍କ ଦାୟିତ୍ୱ ନେବାକୁ ପଡୁଥିଲା ।

ସ୍କୁଲରେ ପଢୁଥିବା ସବୁ ଛାତ୍ରଙ୍କ ମଧ୍ୟରୁ ସେ ଥିଲେ ପରିଷ୍କାର ପରିଚ୍ଛନ୍ନ । ସାତ ବର୍ଷ ବୟସରୁ ସେ ନିଜ ଲୁଗାପଟା ନିଜେ କାଚି ସଫା କରୁଥିଲେ । ଆଉ ସେହି ଛାତ୍ର ଜୀବନରୁ ସେ ବାଡି ବଗିଚାରେ ଗଛ ଲଗେଇବାକୁ ଭାରି ଭଲ ପାଉଥିଲେ । ତୃତୀୟ ଶ୍ରେଣୀ ଉପସ୍ଥାନ ଖାତାରୁ ଜଣାପଡେ ଯେ ୨୩୮ ଦିନର ସ୍କୁଲ ଦିନ ମଧ୍ୟରୁ ସେ ଯାଇଥିଲେ ମାତ୍ର ୧୧୦ ଦିନ । ଏହାର କାରଣ, ପିଲାଦିନୁ ସେ ଖୁବ୍ ରୋଗଣା ଥିଲେ ଓ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲେ । କିନ୍ତୁ ଯେତିକି ଦିନ ସେ ସ୍କୁଲ ଯାଉଥିଲେ ଜମା ବିଳମ୍ବରେ ଯାଉ ନ ଥିଲେ । ସକାଳ ଜଳଖିଆ ଯଦି ପ୍ରସ୍ତୁତ ହୋଇ ପାରୁ ନଥିଲା, ରାତିରେ ବଳିପଡିଥିବା ଖାଦ୍ୟ ଖାଇ ସେ ସ୍କୁଲ ଯାଉଥିଲେ । ସ୍କୁଲକୁ ପାଦରେ ଚାଲି ଚାଲି ଯାଉଥିଲେ । ସ୍କୁଲରୁ ଫେରିବା ବେଳେ ଦୌଡି ଦୌଡି ଫେରୁଥିଲେ । କାଳେ ବାଟରେ କୋଉ ପିଲା ତାଙ୍କୁ ଅଟକେଇ ଦବ, ତାଙ୍କ ସହ ଖେଳିବାକୁ ଡାକିବ କି ଚିଡେଇବ, ସେଥିପାଇଁ ସେ ଦୌଡି ଦୌଡି ଘରକୁ ଫେରୁଥିଲେ ।

ଏଇ ଗୋଟିଏ ଅଭ୍ୟାସ ତାଙ୍କୁ ଏପରି ଦୃଢ କରିଦେଲା ଯେ, ୬୧ ବର୍ଷ ବୟସରେ ସେ ଲୁଣ ମାରିବା ପାଇଁ ଦାଣ୍ଡି ଯାଏ ୨୪୦ ମାଇଲ ବାଟ ଡଗଡଗ ହୋଇ ଚାଲି ଚାଲି ଯାଇଥିଲେ । ଦଶ ବର୍ଷ ନପୁରୁଣୁ ଦୁଇରୁ ଅଧିକ ସ୍କୁଲ ବଦଳାଇଥିଲେ ଗାନ୍ଧୀ । ପ୍ରଥମେ ପଢୁଥିଲେ ପୋର ବନ୍ଦରରେ  । ପରେ ପଢିଲେ ରାଜକୋଟରେ   । ୧୮୮୭ ମସିହା ନଭେମ୍ବର ମାସ  । ପ୍ରଥମ ଥର ଗାନ୍ଧୀଜୀ ଯାଆନ୍ତି ଅହମଦାବାଦ । ମାଟ୍ରିକୁଲେସନ ପରିକ୍ଷା ଦେବାକୁ । ଯାହା ସେତେବେଳେ ବମ୍ବେ ୟୁନିଭର୍ସିଟି ଦ୍ୱାରା ଆୟୋଜିତ ହେଉଥିଲା । ସେଇ ଅହମଦାବାଦ ପରେ ପାଲଟିଥିଲା ଗାନ୍ଧୀଙ୍କ ପାଇଁ ଅନ୍ୟତମ ପ୍ରମୁଖ କର୍ମକେନ୍ଦ୍ର ।

ତାଙ୍କ ରୋଲ ନମ୍ବର .ଥିଲା ୨୨୭୫ । ମୋଟ ୩୦୬୭ ଜଣ ପରୀକ୍ଷା ଦେଇଥିଲେ । ପାସ  କରିଥିଲେ ୭୯୯ ଜଣ । ଆଉ ଗାନ୍ଧୀ ଥିଲେ ୪୦୪ତମ ସ୍ଥାନରେ  ।  

କେଉଁ କେଉଁ ବିଷୟରେ ପରୀକ୍ଷା ଦେଇଥିଲେ ଗାନ୍ଧୀ? କେତେ ନମ୍ବର ରଖିଥିଲେ? କଣ ପଶ୍ନ ତାଙ୍କୁ ପଚରା ଯାଇଥିଲା?

ତାଙ୍କ ମାର୍କସିଟଟି  ଥିଲା ଏଇଭଳି:

ବିଷୟ                      ମୋଟ ନମ୍ବର          ଗାନ୍ଧୀ ରଖିଥିବା ନମ୍ବର

ଇଂଲିଶ୍                          ୨୦୦                   ୮୯

ଗୁଜରାତୀ                        ୧୦୦                  ୪୫.୫

 ଗଣିତ                           ୧୭୫                   ୫୯

ସାଧାରଣ ଜ୍ଞାନ                  ୧୫୦                   ୫୪

--------------          -------------      - ---------

୪ଟି ବିଷୟ          ୬୨୫                        ୨୪୭.୫

ପ୍ରାୟ ଶତକଡା ୪୦ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ ଗାନ୍ଧୀ ।

ତାଙ୍କ ପ୍ରଶ୍ନ ପତ୍ର ର ଦୁଇଟି ଇଂରାଜୀ ପ୍ରଶ୍ନ ଥିଲା ଏଇଭଳି:

(କ) ୧ମ ପ୍ରଶ୍ନ - ପ୍ରଫୁଲ୍ଲମନା ହେବାର ଉପକାରିତା – 

Advantages of Cheerful disposition.

(ଖ) ଅନ୍ୟ ପ୍ରଶ୍ନଟି  ଯୀଶୁ କାହିିଁକି  ନିର୍ଦ୍ଧନ ଚାଷୀଙ୍କୁ ନିଜର ମଣି ସେମାନଙ୍କ ଆଗରେ ଉଭାହେଲେ ଯଦିଓ ତାଙ୍କ ଆଗଦେଇ କେତେ ଜଣ ଧନାଢ଼୍ୟ ରଥରେ ବସି ତାଚ୍ଛଲ୍ୟ କରି ଚାଲି ଯାଇଥିଲେ । 

୧ମ ପ୍ରଶ୍ନର ଉତର - କହେ ସୁଖ ଓ ଆନନ୍ଦ କଥା ।

୨ମ ପ୍ରଶ୍ନର ଉତର -  କହେ ଶୋଷଣ ଓ ଅନ୍ୟାୟର ସାମ୍ନା କରିବା କଥା ।

ଏ ଦୁଇଟି ପ୍ରଶ୍ନ ଭବିଷ୍ୟତ ଜୀବନର ଆଦର୍ଶର ମାର୍ଗ ଦେଖାଇଥିଲା ।

ସ୍କୁଲରେ ଗାନ୍ଧୀଙ୍କର ସବୁଠୁ ଭଲ ସାଙ୍ଗ  ଥିଲେ ଜଣେ ସୁସଲମାନ । ତାଙ୍କ ପ୍ରଧାନ ଶିକ୍ଷକ ଥିଲେ ଜଣେ ପାର୍ସି । ସ୍କୁଲ କୋଠା ତିଆରି ହୋଇଥିଲା ଜୁନାଗଡ ନବାବଙ୍କ ୬୩୦୦୦ଟଙ୍କାର ସହଯୋଗ ରାଶିରେ । ଗାନ୍ଧୀଙ୍କୁ ମିଳୁଥିଲା ମାସକୁ ୧୦ଟଙ୍କାର ବୃତି । ସେ ବୃତିଥିଲା କାଠିଆକ୍ୱାରେ ଜଣେ ହିନ୍ଦୁ ଓ ଆଉ ଜଣେ ମୁସଲମାନ ସମ୍ଭ୍ରାନ୍ତଙ୍କ    ସମ୍ମାନରେ  ।

ଏ ସବୁ ପରେ ଗାନ୍ଧୀଙ୍କୁ multicultural, pluralist, tolerant ଓ  Secular ହେବାରେ – ବହୁ ସାଂସ୍କୃତିକ, ସହିଷ୍ଣୁ, ଧର୍ମ ନିରପେକ୍ଷ ଓ ବିବିଧତା ପ୍ରେମୀ ହେବାରେ – ସାହାଯ୍ୟ କରିଥିଲା ।

ପାଖ ପିଲାର ସିଲଟରୁ ସିଏ କେଟଲ  ଶଦ୍ଧର ଠିକ୍ ବନାନ ନକଲ ବା କପି  କରିନଥିଲେ । ତାହା ତାଙ୍କ ନୈତିକ ମଞ୍ଜର ଟାଣପଣ ।  

ସେ ହାଇସ୍କୁଲର ପ୍ରଥମ ବର୍ଷ ଛାତ୍ର ଥିବା ବେଳେ ଶିକ୍ଷା ପରିଦର୍ଶକ ତାଙ୍କ କ୍ଳାସକୁ ଆସିଥିଲେ । ସେ ପିଲାମାନଙ୍କୁ ଇଂରାଜୀରେ”ଳରଗ୍ଧଗ୍ଧକ୍ଷର” ଲେଖିବାକୁ  କହିଲେ । ଶିକ୍ଷକ ଦେଖିଲେ ମୋହନ ଭୁଲ୍୍ ବନାନ ଲେଖୁଛନ୍ତି । ସେ ତାଙ୍କୁ ବାରମ୍ବାର ଇସାରା କଲେ ପାଖ ପିଲାର ସିଲଟ ଦେଖି ବନାନ୍ ଠିକ୍ କରିବାକୁ ।

କିନ୍ତୁ ସତ୍ୟନିଷ୍ଠ ମୋହନ ତାହା କଲେ ନାହିଁ । ଶିକ୍ଷକ ମୋହନଙ୍କୁ ବୋକା ପିଲା ବୋଲି ମେନକରି ତାଙ୍କ ଉପରେ ବିରକ୍ତ ହୋଇଥିଲେ । ଶିକ୍ଷକଙ୍କ ଆଚରଣ ପ୍ରତି ସେ ଆଦୌ ବିରକ୍ତ ହୋଇ ନଥିଲେ କି ବିବ୍ରତ ହୋଇନଥିଲେ । ତାଙ୍କର ସତ୍ୟନିଷ୍ଠ  ଓ ସାଧୁତା ତଥା ଦୃଢ ମନୋବଳ ଦେଖି ସେହି ଶିକ୍ଷକ ପୁଣି “ଭେରିଗୁଡ” ବୋଲି ତାଙ୍କ ପ୍ରୋଗେସ୍ କାର୍ଡରେ ଲେଖିଥିଲେ ।

ସମସ୍ତ ପ୍ରକାର ନିରକ୍ଷଣ ସତ୍ୱେ ଗୁରୁଜନଙ୍କ ପ୍ରତି ଭକ୍ତି ଓ ନିଜର ବ୍ୟବହାରରେ ମିଷ୍ଟପଣତା ହିଁ ମୋହନଙ୍କର ଚାରିତ୍ରିକ ବୈଶିଷ୍ଠ୍ୟ  ଥିଲା । ସେହି ଛାତ୍ର ଜୀବନରୁ ତାଙ୍କୁ ଦୁଇଟି ଚରିତ୍ର ଗଭୀର ଭାବେ ପ୍ରଭାବିତ କରିଥିଲେ । ଜଣେ ହେଲେ ଶ୍ରବଣ କୁମାର | ଆଉ ଜଣେ ରାଜା ହରିଶ୍ଚନ୍ଦ୍ର । ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କୁ ଭାର କରି ତୀର୍ଥାଟନରେ ନେବା ଘଟଣାରେ ସେ ଅଭିଭୂତ ହୋଇଥିଲେ । ସେହିପରି ହରିଶ୍ଚନ୍ଦ୍ରଙ୍କ ସତ୍ୟନିଷ୍ଠ  ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ।

 ଗାନ୍ଧୀ ଡିଭିଜନ୍ ବା ମହାତ୍ମାଗାନ୍ଧୀଙ୍କ ମାର୍କସିଟ୍ ମୋଟାମୋଟି କ’ଣ କହେ? ଭଲନମ୍ବର ରଖିନପାରିବା ଏକ ବିଫଳତା ବା ଅସଫଳତା ନୁହେଁ । ବରଂ ସେଭଳି ନମ୍ବର ରଖି ସେଇଠି ଅଟକିଯିବା ଓ ସବୁ ବ୍ୟର୍ଥ ହୋଇଗଲା ଭାବିବା ମଣିଷର ବଡ ପରାଜୟ ଓ ବିଫଳତା । ଏମିତିରେ ତ ମହାତ୍ମାଗାନ୍ଧୀମାନଙ୍କୁ ମାର୍କସିଟ୍ ଗଢିନଥାଏ । ଆମ ପାଇଁ ସ୍ୱୟଂ ଗାନ୍ଧୀ ହେଉଛନ୍ତି ଆଦର୍ଶ । ଗାନ୍ଧୀ ଦର୍ଶନ ହେଉଛି ଆମ ପାଇଁ ମାଗ ର୍ଦର୍ଶିକା ।

ପରିକ୍ଷାରେ ଭଲ ନମ୍ବର ବା ଖରାପ ନମ୍ବର ଆଧାରରେ ଛାତ୍ର ବା ଛାତ୍ରୀର ଭବିଷ୍ୟତ ନିର୍ଦ୍ଧାରିତ ହୁଏ ନାହିଁ ବୋଲି ଗାନ୍ଧୀଙ୍କ ଜୀବନୀ ଆମକୁ ଶିକ୍ଷା ଦିଏ । ପରୀକ୍ଷାରେ କପି ନକରି ମଧ୍ୟ ଶିକ୍ଷକଙ୍କ ମନଜିଣି ହୁଏ, ଏକଥା ଗାନ୍ଧୀଙ୍କ ବ୍ୟବହାରରୁ ଆମେ ଶିଖିଛେ ।

ଗାନ୍ଧୀ ଥିଲେ ନିଜେ ଏକ ପ୍ରୟୋଗଶାଳା । ସେଠାରେ ବୌଦ୍ଧିକତା ଅପେକ୍ଷା ବ୍ୟବହାରିକତାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ବ୍ୟକ୍ତି ଜୀବନର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଗୋଷ୍ଠୀ ଜୀବନ ପ୍ରତି ସମର୍ପଣ ଭାବର ସୃଷ୍ଟି ହିଁ ଗାନ୍ଧୀ ଦର୍ଶନର ମୂଳମନ୍ତ୍ର ଥିଲା ।

ଆଜି ବିଜ୍ଞାନର ବିକାଶ ପରେ ଜୀବନଧାରଣର ଶୈଳୀ ବଦଳିଛି । ଶିକ୍ଷା ପ୍ରଦାନର ଧାରା ଓ ଶିକ୍ଷା ଗ୍ରହଣର ଢାଂଚା ବଦଳିଛି । ନୂଆ ନୂଆ ଜ୍ଞାନକୌଶଳ ଏବେ ଶିକ୍ଷାୟତନର ଅଂଶ ହୋଇଛି ।

ଏହି ସନ୍ଧିକ୍ଷଣରେ ଆମେ ଯଦି ଆମର ମୂଳ ବିଚାରଧାରାକୁ ଭୁଲିଯିବା ତେବେ ଶିକ୍ଷା କେବଳ ବୃତିଗତ ଜୀବନ ପାଇଁ ଏକ ସୋପାନ ହେବ ସିନା ଆମ ନୈତିକ ଜୀବନର ପଥ ପ୍ରଦର୍ଶକ ହୋଇ ପାରିବ ନାହିଁ । ସେହି ବିଚାରଧାରା ଲୁଚି ରହିଛି ଗାନ୍ଧୀ ଦର୍ଶନ ମଧ୍ୟରେ  । ତାହା ହେଲା ଗୁରୁକୁଳ ଓ ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଗୁରୁପ୍ରଦତ ଶିକ୍ଷା ପ୍ରତି ବିଶ୍ୱସ୍ତ ଭାବ ।

  

0
0
0
s2sdefault