ହେଡଲାଇନସ୍:

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିିଯୋଗ : ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଶାସକ ପ୍ରଶାସକ) ସଦର ଉପ-ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛି ବିଜେପି । ପ୍ରଶାସନ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉ ନଥିବାରୁ ଶାସକ ଦଳ ବିଜେଡି ଆଚରଣବିଧି ଉଲ୍ଲଂଘନ କରି ଚାଲିଛି ବୋଲି ବିଜେପି କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ବରିଷ୍ଠ ନେତା  ମୁରଲୀ ମନୋହର ଶର୍ମା ଓ ଆଇନଜୀବୀ ବିଜୟ ପାଣିଗ୍ରାହୀ ରିଟର୍ଣ୍ଣିଂ ଅଫିସର ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିନା ଅନୁମତିରେ ଏକାଧିକ ଗାଡ଼ି ବ୍ୟବହାର, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ   ରାସ୍ତା ନିର୍ମାଣ, ବିଦୁ୍ୟତ୍ ଟ୍ରାନ୍ସଫର୍ମାର ସ୍ଥାପନ, ପାଣି ପାଇପ ସଂଯୋଗ ଆଦି ବିଜେଡି ପକ୍ଷରୁ ହୋଇଥିବା ଏକାଧିକ ଆଚରଣ ବିଧି ଉଲ୍ଲଂଘନ କାର୍ଯ୍ୟ ସମ୍ପର୍କରେ ସେମାନେ ଉପ-ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ତୁରନ୍ତ ଏ ବାବଦରେ ଉଚିତ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ସେମାନେ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । 

0
0
0
s2sdefault