ହେଡଲାଇନସ୍:

ବଳରାମଗଡ଼ିରେ ବିଜେଡିର ନିର୍ବାଚନୀ ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର(ଶାସକ ପ୍ରଶାସକ): ଚଳିତ ଉପ-ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ସ୍ୱରୂପଙ୍କ ସପକ୍ଷରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆଜି ଜୋରଦାର ପ୍ରଚାର କରାଯାଇଛି । ଏହି ପରିପ୍ରେକ୍ଷୀରେ ବଳରାମଗଡ଼ିରେ ଆୟୋଜିତ ନିର୍ବାଚନୀ ସଭା ଅନୁଷ୍ଠିତ   ହୋଇଯାଇଛି । ଜିଲ୍ଲା ଟ୍ରଲର ଆସୋସିଏସନ ସଭାପତି ତଥା ବିଜେଡିର ଆଗଧାଡ଼ିର ନେତା ବାଦଲ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ପାଟଣା ବିଧାୟକ ଜଗନ୍ନାଥ ନାୟକ , ନାରୀନେତ୍ରୀ ଶକୁନ୍ତଳା ମହାପାତ୍ର, ମାଳତି ସାହୁଙ୍କ ସମେତ ସନ୍ତୋଷ ଦାସ, ଶେଖ୍ ରାଜା, ଶେଖ୍ ଦିଲବାର, ହବିବ୍ ଅଲ୍ଲି ଖାଁ, ଶେଖ୍ ମିସବାଉଦ୍ଧିନ୍ ପ୍ରମୁଖ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସପକ୍ଷରେ ଭୋଟଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ସହ ବିକାଶର ଧାରାକୁ ଉପସ୍ଥାପନ ସହ ବିଜେଡି ନେତା ଓ ମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ବିଜେଡି କର୍ମୀ ରମଜାନ ଅଲ୍ଲି ଖାଁ, ଶେଖ୍ ଆରଫାନ୍, ଅଭିଜିତ୍ ନନ୍ଦୀ, ସୁଶାନ୍ତ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ପରିଖିର ନିର୍ବାଚନ ଶେଷ କରି ମନ୍ତ୍ରୀ ଶ୍ରୀ ସିଂହ ଡଙ୍ଗା ଯୋଗେ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବଳରାମଗଡ଼ିରେ ପହଞ୍ଚିଥିଲେ ।

ସେହିପରି ବାଲେଶ୍ଵର ସଦର ଉପ-ନିର୍ବାଚନ ୨୬ନମ୍ୱର୍ ଜୋନ୍ ଅଧିନସ୍ଥ ଆଦିବାସୀ ବହୁଳ ଅଞ୍ଚଳରେ ଓ ଶ୍ରୀକୋଣା ପଂଚାୟତରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଦଳୀୟ ନେତୃବୃନ୍ଦଙ୍କ ସହ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସପକ୍ଷରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ବିପୁଳ ସଂଖ୍ୟାରେ ଭୋଟ ଦେଇ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ।

0
0
0
s2sdefault