ହେଡଲାଇନସ୍:

ବିଜୁ ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଶାସକ ପ୍ରଶାସକ)): ଚଳିତ ଉପ-ନିର୍ବାଚନରେ ଦଳୀୟ ଟିକେଟ୍ ନ ପାଇଥିଲେ ବି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିଜୟ ପାଇଁ ବାଲେଶ୍ୱରର ଜେନା ପରିବାରଙ୍କ ପକ୍ଷରୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରହିଛି । ଦଳର ସମ୍ମାନ ରକ୍ଷା ପାଇଁ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରଚାର କାର୍ଯ୍ୟକୁ ଆଗେଇ ନେଇ ଚାଲିଥିବା ବେଳେ ସହଧର୍ମିଣୀ ସମାଜସେବୀ ସୁବାସିନୀ ଜେନା ବି ଏଥିରୁ ବାଦ୍ ପଡ଼ି ନାହାନ୍ତି । ବିଜେଡିର ମହିଳା ମହିଳା ସଂଗଠନକୁ ସକ୍ରିୟ କରିବା ସହିତ ଜନସାଧାରଣରେ ଦଳ ସପକ୍ଷରେ ସମର୍ଥନ ବୃଦ୍ଧି ପାଇଁ ସେ ମଧ୍ୟ ରୀତିମତ କସରତ୍ କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା ଆଜି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଓଟିରୋଡ଼୍ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରୁ ଏହି ସ୍କୁଟି ର୍ୟାଲି ବାହାରି ଷ୍ଟେସନଛକ, ଫକୀର ମୋହନ ଗୋଲେଇ ଫାଣ୍ଡିଛକ, କଚେରିବଜାର, ସିନେମାଛକ, ମୋତିଗଞ୍ଜ ଦେଇ ସମ୍ପୂର୍ଣ୍ଣ ବାଲେଶ୍ୱର ସହର ପରିକ୍ରମା କରିଥିଲା । ଶ୍ରୀମତୀ ଜେନାଙ୍କ ସମେତ ରାଜ୍ୟ ବିଜୁ ଯୁବ ଜନତା ଦଳର ମହାସଚିବ ଏଲିନା ଦାସ, ଟାଉନ ବିଜେଡି ମହିଳା ସଭାପତି ରଂଜିତା ମହାପାତ୍ର, ବିଜେଡି ଜିଲ୍ଲା ସଭାପତି ଶ୍ରୀ ଜେନା, ରାଜ୍ୟ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଶୋଭାଯାତ୍ରାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ ।  

0
0
0
s2sdefault